Advertisment

ଓଡ଼ିଶା ସରକାର ମଧ୍ୟ ପେଟ୍ରୋଲ୍ ଉପରୁ ଟ୍ୟାକ୍ସ ଛାଡ଼ କରିବା ଉଚିତ୍ କି? ପଢ଼ନ୍ତୁ କ’ଣ କହିଲେ ଫେସ୍‌ବୁକ୍ ୟୁଜର୍‌

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଓଡ଼ିଶାରେ ରାଜ୍ୟ ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ମୂଲ୍ୟଯୁକ୍ତ ଟିକସ ବା ଭାଟ୍ ହ୍ରାସ କରନ୍ତୁ। ପ୍ରତି ୧୦୦ ଜଣରେ ୮୪ ଜଣ ଫେସବୁକ୍ ୟୁଜର ଏହା କହିଛନ୍ତି। ଓଡିଶାରେ ଶାସନ କରୁଥିବା ବିଜେଡି ସରକାର, ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍ ହ୍ରାସ କରିବା ନିହାତି ଦରକାର ବୋଲି ଫେସବୁକ୍ ୟୁଜରଙ୍କୁ ନେଇ କରାଯାଇଥିବା ଏକ ସର୍ଭେରେ ମତ ପ୍ରକାଶ ପାଇଛି। ରାଜ୍ୟର ନମ୍ବର-୧ ନ୍ୟୁଜ୍ ପୋର୍ଟାଲ ‘ଓଡିଶା ରିପୋର୍ଟର’ […]

ଓଡ଼ିଶା ସରକାର ମଧ୍ୟ ପେଟ୍ରୋଲ୍ ଉପରୁ ଟ୍ୟାକ୍ସ ଛାଡ଼ କରିବା ଉଚିତ୍ କି? ପଢ଼ନ୍ତୁ କ’ଣ କହିଲେ ଫେସ୍‌ବୁକ୍ ୟୁଜର୍‌

9

Advertisment

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଓଡ଼ିଶାରେ ରାଜ୍ୟ ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ମୂଲ୍ୟଯୁକ୍ତ ଟିକସ ବା ଭାଟ୍ ହ୍ରାସ କରନ୍ତୁ। ପ୍ରତି ୧୦୦ ଜଣରେ ୮୪ ଜଣ ଫେସବୁକ୍ ୟୁଜର ଏହା କହିଛନ୍ତି।

Advertisment

ଓଡିଶାରେ ଶାସନ କରୁଥିବା ବିଜେଡି ସରକାର, ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍ ହ୍ରାସ କରିବା ନିହାତି ଦରକାର ବୋଲି ଫେସବୁକ୍ ୟୁଜରଙ୍କୁ ନେଇ କରାଯାଇଥିବା ଏକ ସର୍ଭେରେ ମତ ପ୍ରକାଶ ପାଇଛି। ରାଜ୍ୟର ନମ୍ବର-୧ ନ୍ୟୁଜ୍ ପୋର୍ଟାଲ ‘ଓଡିଶା ରିପୋର୍ଟର’ ପକ୍ଷରୁ ଏହାର ଫେସବୁକ ଫଲୋଅର୍‌ଙ୍କ ମଧ୍ୟରେ କରାଯାଇଥିବା ସୋଶାଲ ମିଡିଆ ଜନମତ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।

କେନ୍ଦ୍ର ସରକାର ଦୁଇଦିନ ପୂର୍ବରୁ ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବା ବେଳେ ସବୁ ରାଜ୍ୟକୁ ମଧ୍ୟ ମୂଲ୍ୟଯୁକ୍ତ ଟିକସ (ଭାଟ) ହ୍ରାସ କରିବା ପାଇଁ ନିବେଦନ କରିଥିଲେ। କେତେକ ବିଜେପି ସାଶନାଧୀନ ରାଜ୍ୟ ଭାଟ୍ ହ୍ରାସ ଘୋଷଣା କରିଥିବା ବେଳେ ଏଯାଏ ଓଡ଼ିଶା ସରକାର ଏ ନେଇ କୌଣସି ସନ୍ତୋଷଜନକ ପ୍ରତିଶ୍ରୁତି ଦେଇ ନାହାନ୍ତି।

Advertisment

ତେବେ ଓଡ଼ିଶା ସରକାର ଭାଟ୍ ହ୍ରାସ କରିବା ଉଚିତ କି ନୁହେଁ ବୋଲି ଫେସବୁକରେ ଓଡିଶା ରିପୋର୍ଟର କରିଥିବା ସୋଶାଲ ମିଡିଆ ଜନମତ ସର୍ଭେରେ, ଓଡିଶା ରିପୋର୍ଟରକୁ ଫଲୋ କରୁଥିବା ୮୪% ଫେସବୁକ୍ ୟୁଜର ଟିକସ ହ୍ରାସ ସପକ୍ଷରେ ମତ ରଖିଛନ୍ତି।

publive-image

ଅକ୍ଟୋବର ୫ ରାତି ୯ ଟା ୩୭ରେ ଏହି ଅନଲାଇନ୍ ଜନମତ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୭୨୪ ଜଣ ଏଥିରେ ଭୋଟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୬% ଭାଟ୍ ହ୍ରାସ ବିପକ୍ଷରେ ମତ ଦେଇଥିବା ବେଳେ ୮୪% ଏହା ସପକ୍ଷରେ ମତ ଦେଇଛନ୍ତି। ସେହିଭଳି ୮୧ ଜଣ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ବସନ୍ତ ପାଣିଗ୍ରାହୀ ନାମକ ଫେସବୁକ୍ ୟୁଜର, ନିଶ୍ଚିତ ଭାବେ ଟିକସ କମାଇବା ଉଚିତ ବୋଲି କହିଥିବା ବେଳେ ପ୍ରିନ୍ସ ଆଲୋକ ନାମକ ଆଉ ଜଣେ ମତଦାତା ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରି କହିଛନ୍ତି, ନବୀନ ସରକାର ଟିକସ ହ୍ରାସ ନ କରି ଖାଲି କେନ୍ଦ୍ରର ଦୋଷ ଲଦୁଛନ୍ତି। କେନ୍ଦ୍ର ତ ତା କାମ କରିଛି, ରାଜ୍ୟ ଏଥର ତା କାମ କରୁ ବୋଲି ସେ କହିଛନ୍ତି। ତେବେ ସର୍ବାଧିକ କେବଳ ହଁ ଓ ନାଁରେ ନିଜ ମତ ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe