Advertisment

ଆସନ୍ତା ବର୍ଷରୁ ଓଡ଼ିଶାରେ ମିଳିବ 5G ସେବା: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା ବର୍ଷଠୁ ଓଡ଼ିଶାରେ ଆରମ୍ଭ ହେବ 5G ସେବା। ଆଜି ଭୁବନେଶ୍ୱରରେ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ସହରରେ 5G ସେବା ଉପଲବ୍ଧ ହେବ। ସେହିପରି ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦% ଅଞ୍ଚଳରେ 5G ସେବା ମିଳିବ। 5Gରେ ଫୋର୍-ଜିଠୁ ୧୦ […]

author-image
Jitendra Garnayak
ଆସନ୍ତା ବର୍ଷରୁ ଓଡ଼ିଶାରେ ମିଳିବ 5G ସେବା: ଅଶ୍ୱିନୀ ବୈଷ୍ଣବ

Ashwini Vaishnaw

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା ବର୍ଷଠୁ ଓଡ଼ିଶାରେ ଆରମ୍ଭ ହେବ 5G ସେବା। ଆଜି ଭୁବନେଶ୍ୱରରେ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ସହରରେ 5G ସେବା ଉପଲବ୍ଧ ହେବ। ସେହିପରି ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦% ଅଞ୍ଚଳରେ 5G ସେବା ମିଳିବ।

5Gରେ ଫୋର୍-ଜିଠୁ ୧୦ ଗୁଣା ସ୍ପିଡ୍ ସେବା ମିଳିବ। ଆବଶ୍ୟକ ସ୍ଥଳରେ ଏହି ସ୍ପିଡ୍ ୧୦୦ ଗୁଣା ଯାଏଁ ବଢ଼ିବ। ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G। ପ୍ରାଥମିକ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ 5G ସେବା ଆରମ୍ଭ ହୋଇଛି। ସେଗୁଡ଼ିକ ହେଉଛି- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକତା, ଚେନ୍ନାଇ, ଲକ୍ଷ୍ମୌ, ପୁନେ, ଦିଲ୍ଲୀ ଓ ମୁମ୍ବାଇ।

Advertisment

5G ସେବା ସହିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ କାମ ନେଇ ମଧ୍ୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାମ ଜୋରରେ ଚାଲିଛି। ୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଛି। ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାରଙ୍କ ପଛରେ ଲାଗି ପଡ଼ିଥିଲୁ। ଏବେ ରାଜ୍ୟ ସରକାର ସୁପାରିସ କରିଛନ୍ତି, ଶୀଘ୍ର ଅନୁମତି ମିଳିଯିବ। ଓଡ଼ିଶାର ଏହି ସ୍ୱପ୍ନର ପ୍ରକଳ୍ପ ଖୁବଶୀଘ୍ର ବାସ୍ତବ ରୂପ ନେବ। ଏହା ସହିତ ଭୁବନେଶ୍ୱର ରେଳ ଷ୍ଟେସନ ଖୁବଶୀଘ୍ର ବିଶ୍ୱସ୍ତରୀୟ ହେବ ବୋଲି ସେ କହିଛନ୍ତି।