କେନ୍ଦ୍ର ଟିକସରୁ ଓଡ଼ିଶାକୁ ମିଳିବ ୬୪୪୦୮କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ

ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଚଳିତ ବଜେଟରେ ୧୫.୫୦ଲକ୍ଷ କୋଟି ଟଙ୍କାର କ୍ୟାପିଟାଲ ଇନଭେଷ୍ଟମେଂଟର ପ୍ରାବଧାନ କରାଯାଇଛି ।

CM Mohan Majhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ordigital Desk
  • Published: Sunday, 02 February 2025
  • Updated: 02 February 2025, 01:51 PM IST

Sports

Latest News

୨୦୨୫-୨୬ କେନ୍ଦ୍ର ବଜେଟକୁ ଏକ ଐତିହାସିକ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିବା ସହ ସମାଜର ସବୁ ବର୍ଗଙ୍କ ପାଇଁ ଏଥିରେ କିଛିନା କିଛି ଭଲଖବର ରହିଛି ବୋଲି କହିଛନ୍ତି । କେନ୍ଦ୍ର ଟିକସ ବାବଦରେ ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷରେ ୬୪୪୦୮କୋଟି ଟଙ୍କା ପାଇବ ଯାହାକି ୨୦୨୪-୨୫ ଆଥିକ ବର୍ଷ ତୁଳନାରେ ୯୧୭୬କୋଟି ଟଙ୍କା ଅଧିକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

Also Read

ଶ୍ରୀ ମାଝୀ ତାଙ୍କ ବଜେଟ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଚଳିତ ବଜେଟରେ ୧୫.୫୦ଲକ୍ଷ କୋଟି ଟଙ୍କାର କ୍ୟାପିଟାଲ ଇନଭେଷ୍ଟମେଂଟର ପ୍ରାବଧାନ କରାଯାଇଛି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୪୮୩୨କୋଟି ଟଙ୍କାର ପ୍ରାବଧାନ ହୋଇଛି। ଯାହାକି ଚଳିତ ଆର୍ଥିକ ବର୍ଷରେ ୩୨୪୨୬କୋଟି ଟଙ୍କା ଥିଲା । ଏହି ବର୍ଦ୍ଧିତ ପ୍ରାବଧାନର ଲାଭ ଓଡ଼ିଶା ମଧ୍ୟ ପାଇବ । ଆସନ୍ତା ଆର୍ଥିକ ବର୍ଷ ଆମେ ରେକର୍ଡସଂଖ୍ୟକ ଗୃହ ରାଜ୍ୟର ଗରିବ ଲୋକଙ୍କୁ ଯୋଗାଇ ଦେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଜଳଜୀବନ ମିଶନ ଯୋଜନାରେ ୬୭ହଜାର କୋଟି ଟଙ୍କାର ରେକର୍ଡ ପ୍ରାବଧାନ ହୋଇଛି । ଯାହା ୨୨୬୯୪କୋଟି ଟଙ୍କା ଥିଲା । ଏହାଫଳରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଆମ ରାଜ୍ୟର ସବୁ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ନିଶ୍ଚିତ ହାସଲ ହୋଇପାରିବ ।

କେନ୍ଦ୍ର ଟିକସରୁ ରାଜ୍ୟ ଅଂଶବାବଦରେ ୨୦୨୪-୨୫ ମସିହାରେ ୫୫୨୩୨କୋଟି ଟଙ୍କା ମିଳିବ ବୋଲି ଆକଳନ ହୋଇଛି । କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟରେ ଏହି ଅଂଶବାବଦରେ ଓଡ଼ିଶାକୁ ୬୪୪୦୮କୋଟି ଟଙ୍କା ମିଳିବ । ଏହି ବର୍ଦ୍ଧିତ ପାଣ୍ଠିକୁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରିପାରିବେ । ପ୍ରଧାନମନ୍ତ୍ରୀଙ୍କ ଫୋକରେ ଓଡ଼ିଶା ରହିଛି ଓ ଏହା ରାଜ୍ୟ ପାଇଁ ବିକାଶର ନୂତନ ଶିଖର ଛୁଇଁବ ।

ଏହି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ମୋଟାମୋଟି ଭାବେ ଲୋକାଭିମୁଖୀ,କଲ୍ୟାଣକାରୀ , ରୋଜଗାର ସୃଷ୍ଟିକାରୀ ଓ ବିକାଶମୁଖୀ ବଜେଟ୍ ବୋଲି  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story