Advertisment

ବଢୁଛି ନିଆଁ ଲାଗିବା ଘଟଣା, ଓଲା ଇଲେକ୍ଟ୍ରିକ୍ ଫେରାଇ ନେବ ୧୪୪୧ଟି ସ୍କୁଟର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରୁ ଏବେ ପ୍ରାୟ ପ୍ରତିଦିନ ଇଲେକ୍ଟ୍ରିକ୍‌ ସ୍କୁଟର ଗୁଡ଼ିକରେ ବ୍ୟାଟେରୀ ଫାଟି ନିଆଁ ଲାଗିବା ଖବର ଆସୁଛି। ଏହା ଦ୍ୱାରା ଜୀବନହାନି ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ‘ଓଲା ଇଲେକ୍ଟ୍ରିକ୍‌’ ଏହାର ୧୪୪୧ଟି ଇଲେକ୍ଟ୍ରିକ୍ ସ୍କୁଟର ଫେରାଇ ନେବାକୁ ନିଷ୍ପତ୍ତି ନେଇଛି। କଂପାନୀ ପକ୍ଷରୁ କୁହାଯାଇଛି, ସୁରକ୍ଷା ଦୃଷ୍ଟି କୋଣରୁ ସ୍କୁଟର ଗୁଡ଼ିକର ଟିକିନିଖି ଯାଞ୍ଚ କରାଯିବ। ସେଥିପାଇଁ ୧୪୪୧ଟି ଇଲେକ୍ଟ୍ରିକ୍ ସ୍କୁଟରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ଓଲା ଇଲେକ୍ଟ୍ରିକ୍ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ବଢୁଛି ନିଆଁ ଲାଗିବା ଘଟଣା, ଓଲା ଇଲେକ୍ଟ୍ରିକ୍ ଫେରାଇ ନେବ ୧୪୪୧ଟି ସ୍କୁଟର

ola

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରୁ ଏବେ ପ୍ରାୟ ପ୍ରତିଦିନ ଇଲେକ୍ଟ୍ରିକ୍‌ ସ୍କୁଟର ଗୁଡ଼ିକରେ ବ୍ୟାଟେରୀ ଫାଟି ନିଆଁ ଲାଗିବା ଖବର ଆସୁଛି। ଏହା ଦ୍ୱାରା ଜୀବନହାନି ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ‘ଓଲା ଇଲେକ୍ଟ୍ରିକ୍‌’ ଏହାର ୧୪୪୧ଟି ଇଲେକ୍ଟ୍ରିକ୍ ସ୍କୁଟର ଫେରାଇ ନେବାକୁ ନିଷ୍ପତ୍ତି ନେଇଛି।

Advertisment

କଂପାନୀ ପକ୍ଷରୁ କୁହାଯାଇଛି, ସୁରକ୍ଷା ଦୃଷ୍ଟି କୋଣରୁ ସ୍କୁଟର ଗୁଡ଼ିକର ଟିକିନିଖି ଯାଞ୍ଚ କରାଯିବ। ସେଥିପାଇଁ ୧୪୪୧ଟି ଇଲେକ୍ଟ୍ରିକ୍ ସ୍କୁଟରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି।

ଓଲା ଇଲେକ୍ଟ୍ରିକ୍ ତରଫରୁ ଆହୁରି କୁହାଯାଇଛି, ଆମର ସର୍ଭିସ୍ ଇଞ୍ଜିନିୟରମାନେ ଏହି ସ୍କୁଟର ଗୁଡ଼ିକର ଯାଞ୍ଚ କରିବେ। ଏହାର ସମସ୍ତ ବ୍ୟାଟେରୀ ସିଷ୍ଟମ, ଥର୍ମାଲ ସିଷ୍ଟମ ଓ ଅନ୍ୟ ସମସ୍ତ ସେଫ୍‌ଟି ସିଷ୍ଟମକୁ ସର୍ଭିସ୍ ଇଞ୍ଜିନିୟରମାନେ ତନ୍ନତନ୍ନ କରି ଯାଞ୍ଚ କରିବେ।

Advertisment

ଏହି ସବୁ ଇଲେକ୍ଟ୍ରିକ୍ ସ୍କୁଟରରେ ଲାଗିଥିବା ବ୍ୟାଟେରୀକୁ ପୂର୍ବରୁ ଭଲ ଭାବେ ଯାଞ୍ଚ କରାଯାଇଥିଲା। ଭାରତର ସଦ୍ୟ ବ୍ୟବସ୍ଥା ଅନୁଯାୟୀ ଏଆଇଏସ୍‌ ୧୫୬ ରେ ସେଗୁଡ଼ିକର ମାନ ପରୀକ୍ଷା କରାଯାଇଥିଲା। ଏହା ସହିତ ୟୁରୋପିଆନ ଷ୍ଟାଣ୍ଡାର୍ଡ ଇସିଇ ୧୩୬ରେ ବି ସେଗୁଡ଼ିକର ମାନ ଯାଞ୍ଚ କରାଯାଇଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କମ୍ପାନୀ କହିଛି ଯେ ମାର୍ଚ୍ଚ ୨୬ ତାରିଖରେ ପୁନେରେ ଏହାର ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିବା ଘଟଣାର ତଦନ୍ତ ଚାଲିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଏଥିରେ ଭିନ୍ନ କିଛି କାରଣରୁ ନିଆଁ ଲାଗିଥିଲା।

ଇଲେକ୍ଟ୍ରିକ୍ ସ୍କୁଟର ଗୁଡ଼ିକରେ ନିଆଁ ଲାଗିବା ଘଟଣାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ଏବେ ଏଗୁଡ଼ିକୁ ଫେରାଇ ନେଉଛନ୍ତି। ୱକିନାୱା ଅଟୋଟେକ୍‌ ତା’ର ୩୦୦୦ ଇଲେକ୍ଟ୍ରିକ୍ ସ୍କୁଟର ଫେରାଇ ନେଇଥିବା ବେଳେ ପ୍ୟୋରଇଭି ପ୍ରାୟ ୨୦୦୦ ଇଲେକ୍ଟ୍ରିକ୍ ସ୍କୁଟରକୁ ଫେରାଇ ନେଇଛି।