Advertisment

ଏଣିକି ଓଲା-ଉବରରେ ଯିବା ହେଲା ମହଙ୍ଗା

ନୂଆଦିଲ୍ଲୀ: ଏଣିକି କ୍ୟାବ୍‌ ବୁକ୍‌ କରିବା ପଡିବ ମହଙ୍ଗା। ଓଲା ଉବର୍‌ରେ ଯିବାକୁ ହେଲେ ଦେବାକୁ ପଡିବ ଅଧିକ ଟଙ୍କା। ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଖାଉଟିଙ୍କ ନିଦ ହଜାଇ ଦେଲାଣି ପେଟ୍ରୋଲ-ଡିଜେଲର ଆକାଶଛୁଆଁ  ଦରଦାମ୍‌। କେବଳ ପେଟ୍ରୋଲ-ଡିଜେଲ ନୁହେଁ ସିଏନ୍‌ଜି ବି ଏଥିରେ ସାମିଲ ଅଛି। ସିଏନ୍‌ଜି ଦର ବି ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆପ୍ ଆଧାରିତ କ୍ୟାବ୍‌ କମ୍ପାନୀଗୁଡିକ ନିଜ ଭଡା ବଢ଼ାଇ ଦେଇଛନ୍ତି। […]

author-image
Madhupriya Mistry
ଏଣିକି ଓଲା-ଉବରରେ ଯିବା ହେଲା ମହଙ୍ଗା

Ola and Uber

ନୂଆଦିଲ୍ଲୀ: ଏଣିକି କ୍ୟାବ୍‌ ବୁକ୍‌ କରିବା ପଡିବ ମହଙ୍ଗା। ଓଲା ଉବର୍‌ରେ ଯିବାକୁ ହେଲେ ଦେବାକୁ ପଡିବ ଅଧିକ ଟଙ୍କା। ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଖାଉଟିଙ୍କ ନିଦ ହଜାଇ ଦେଲାଣି ପେଟ୍ରୋଲ-ଡିଜେଲର ଆକାଶଛୁଆଁ  ଦରଦାମ୍‌। କେବଳ ପେଟ୍ରୋଲ-ଡିଜେଲ ନୁହେଁ ସିଏନ୍‌ଜି ବି ଏଥିରେ ସାମିଲ ଅଛି। ସିଏନ୍‌ଜି ଦର ବି ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆପ୍ ଆଧାରିତ କ୍ୟାବ୍‌ କମ୍ପାନୀଗୁଡିକ ନିଜ ଭଡା ବଢ଼ାଇ ଦେଇଛନ୍ତି।

Advertisment

ଦିଲ୍ଲୀ ଏନ୍‌ସିଆର୍‌ରେ Ola ଏବଂ Uber ଭଳି କ୍ୟାବ୍‌ ଚଳାଉଥିବା କମ୍ପାନୀ ନିଜ ଭଡା ବୃଦ୍ଧି କରିଛନ୍ତି। ଏହି ଦୁଇ କମ୍ପାନୀ ୧୨%  ଯାଏଁ ଭଡା ବଢ଼ାଇଥିବା ସୂଚନା ମିଳିଛି। ଉଭୟ ଆପ୍-ଆଧାରିତ ଏଗ୍ରିଗେଟରଗୁଡିକୁ ରାଜଧାନୀବାସୀ ବହୁ ସଂଖ୍ୟାରେ ବ୍ୟବହାର କରିଥା'ନ୍ତି। ଏବେ ଭଡ଼ା ବଢ଼ିବା ପରେ ମଧ୍ୟବିତ୍ତଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

ତୈଳ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଆଗକୁ ବଡ ପଦକ୍ଷେପ ଗ୍ରହଣ କରିପାରେ ବୋଲି ଉବର ପକ୍ଷରୁ ସୋମବାର ଏକ ବୟାନ ଜାରି କରି କୁହାଯାଇଥିଲା। ଆଜି ଉବର ଇଣ୍ଡିଆ ଆଣ୍ଡ ସାଉଥ୍ ଏସିଆର ମୁଖ୍ୟ ନୀତୀଶ ଭୂଷଣ କହିଛନ୍ତି ଯେ, ଆମେ ଡ୍ରାଇଭରଙ୍କଠାରୁ ମତାମତ ନେଇଛୁ ଏବଂ ବର୍ତ୍ତମାନର ତୈଳ ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି। ଏଭଳି ସମୟରେ ଡ୍ରାଇଭରମାନଙ୍କ ପାଇଁ ଉବର ଦିଲ୍ଲୀ-ଏନସିଆରରେ ଭଡା ୧୨ପ୍ରତିଶତ ବୃଦ୍ଧି କରିଛି। ଆସନ୍ତା ସପ୍ତାହରେ ଆମେ ତୈଳ ମୂଲ୍ୟକୁ ଦେଖି ଆବଶ୍ୟକ ଅନୁଯାୟୀ ନିଷ୍ପତ୍ତି ନେବୁ।

Advertisment

ଚଳିତ ମାସରେ ହିଁ ସିଏନ୍‌ଜି ଦାମ୍‌ରେ ୪ଥର ବୃଦ୍ଧି ପାଇଛି। ଏପ୍ରିଲ ୭ ତାରିଖରେ ସିଏନ୍‌ଜି ଦର ବୃଦ୍ଧି ପାଇଥିଲା। ଏହା ଗତ ଏକ ମାସ ମଧ୍ୟରେ ୧୦ଥର ପାଇଁ ବଢ଼ିଥିଲା। ଏହି ବଢ଼ୁଥିବା ଦରଦାମ୍‌କୁ ଦୃଷ୍ଟିରେ ଆପ୍‌ ଆଧାରିତ କ୍ୟାବ୍‌ କମ୍ପାନୀଗୁଡିକ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ ଥିବା ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍ ସେଲ୍ (ପିପିଏସି) ଅନୁଯାୟୀ, ୮ବର୍ଷରେ ପେଟ୍ରୋଲର ମୂଲ୍ୟ ୪୫% ଏବଂ ଡିଜେଲ ୭୫% ବୃଦ୍ଧି ପାଇଛି। ଏପ୍ରିଲ ୧, ୨୦୧୪ରେ, ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୭୨.୨୬ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୫୫.୪୯ ଟଙ୍କା ଥିଲା। ଏବେ ୮ବର୍ଷ ପରେ ଏପ୍ରିଲ ୧୧, ୨୦୨୨ରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୫.୪୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୬୭ ଟଙ୍କା ରହିଛି।