Advertisment

ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌, ଖୋଲିବ ୨୦ଟି କ୍ଷୀର ଧାରା

ବିଭିନ୍ନ ଜିଲ୍ଲାର ୨୦ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଖୋଲିବ ଏହି କ୍ଷୀର ଧାରା। ଲୋକଙ୍କ ଚାହିଦାକୁ ଦେଖି ଆଗାମୀ ଦିନରେ ଅନ୍ୟ ପଞ୍ଚାୟତରେ ଖୋଲିବ କ୍ଷୀର ଧାରା।

OMFED

OMFED

Advertisment

ଆସନ୍ତା ଦୁଇ ମାସ ମଧ୍ୟରେ ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌। ଆଜି ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଏବେ ଓମ୍‌ଫେଡ୍ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଆହୁରି ୨ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରି ବିକ୍ରି କରିବ।

Advertisment

ସେହିପରି ସମଗ୍ର ରାଜ୍ୟରେ ଓମ୍‌ଫେଡ୍ ଖୋଲିବ ୨୦ଟି କ୍ଷୀର ଧାରା। ଗ୍ରାମାଞ୍ଚଳ ଗ୍ରାହକଙ୍କୁ ଓମ୍‌ଫେଡ୍ ଗୁଣାତ୍ମକ, ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ପଦାର୍ଥ ଯଥା- ଛେନାପୋଡ଼, ଖଟା ଓ ମିଠା ଦହି, ରାବିଡ଼ି, ପନିର, ଘିଅ, ଆଇସକ୍ରିମ୍‌, ଘୋଳ ଦହି, ଲସି ଓ ଓମ୍‌ଫେଡ୍‌ ପାଉଡର ଆଦି ଯୋଗାଇ ଦେବାକୁ ପଞ୍ଚାୟତ ସ୍ତରରେ ଏହି କ୍ଷୀର ଧାରା ଖୋଲିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ଜିଲ୍ଲାର ୨୦ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଖୋଲିବ ଏହି କ୍ଷୀର ଧାରା। ଲୋକଙ୍କ ଚାହିଦାକୁ ଦେଖି ଆଗାମୀ ଦିନରେ ଅନ୍ୟ ପଞ୍ଚାୟତରେ ଖୋଲିବ କ୍ଷୀର ଧାରା। ଏହି କ୍ଷୀର ଧାରା କେନ୍ଦ୍ରରେ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯିବ। ସଂଗୃହୀତ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ନିକଟସ୍ଥ ପ୍ଲାଣ୍ଟକୁ ଯିବ। ସେହିପରି ସେହିଠାରେ ଓମ୍‌ଫେଡ୍ ସମସ୍ତ ପ୍ରକାର ଉତ୍ପାଦ ବିକ୍ରୟ କରାଯିବ। ଏହା ଦ୍ୱାରା ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀ ବିଶେଷ ଭାବେ ଉପକୃତ ହେବେ ବୋଲି ଓମ୍‌ଫେଡ୍ ପକ୍ଷରୁ କୁହାଯାଇଛି।

ଓମ୍‌ଫେଡ୍‌ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଓମ୍‌ଫେଡ୍‌ର ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ପାଇବା ଦ୍ୱାରା ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରାଯିବା ସହ ସେମାନେ ବେଶ୍ ଲାଭବାନ ହୋଇପାରିବେ। କେବଳ ଦୁଗ୍ଧ ଚାଷୀ ନୁହନ୍ତି, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଫଳରେ ରାଜ୍ୟରୁ ବେକାରୀ ସମସ୍ୟା ଦୂର କରିବାରେ ଓମ୍‌ଫେଡ୍ ସହାୟକ ହେବା ସହିତ ରାଜ୍ୟର ଆର୍ଥିକ ପ୍ରଗତିରେ ନିଜକୁ ସାମିଲ କରିପାରିବେ।

Advertisment
OMFED
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe