Advertisment

ମହିଳା ଦିବସରେ ମୋଦିଙ୍କ ଭେଟି, କମିଲା ସିଲିଣ୍ଡର ଦର

ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
undefined

LPG

Advertisment

ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। କମିଲା ଏଲ୍‌ପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଛି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ବର୍ତ୍ତମାନ ଏଲପିଜି ଗ୍ୟାସ ମୂଲ୍ୟରେ ୧୦୦ ଟଙ୍କା ରିହାତି ଦିଆଯିବ। ଏହି ପଦକ୍ଷେପ ନେବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ନାରୀ ଶକ୍ତିଙ୍କ ଜୀବନକୁ ସହଜ କରିବା ଏବଂ କୋଟି କୋଟି ପରିବାରର ଆର୍ଥିକ ବୋଛ ହ୍ରାସ କରିବା। ଏହି ପଦକ୍ଷେପ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ Xରେ ପୋଷ୍ଟ କରି କହିଛନ୍ତି। 

ଏହି ଘୋଷଣା ପରେ ଘରୋଇ ଏଲ୍‌ପିସି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୯୩୦ ଟଙ୍କାରୁ ହ୍ରାସ ପାଇ ୮୩୦ରେ ପହଞ୍ଚିଛି। ସେହିପରି ରାଜଧାନୀ ଦିଲ୍ଲୀରେ ଏହା ୯୦୩ ଟଙ୍କାରୁ ୮୦୩ ହୋଇଛି। ସେହିପରି ମୁମ୍ବାଇରେ ୮୦୨ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୮୧୮ .୫୦ ଟଙ୍କାରେ ମିଳିବ ଏଲ୍‌ପିଜି ଗ୍ୟାସ୍‌। 

Advertisment

୩୦ ଅଗଷ୍ଟ ୨୦୨୩ରେ ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ଦାମ୍‌ ବଦଳିଥିଲା। ପୂର୍ବରୁ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୧୦୩ ଟଙ୍କା ଥିବା ବେଳେ ଏକାଥରେ ଏଥିରେ ୨୦୦ ଟଙ୍କା ହ୍ରାସ କରାଯାଇଥିଲା।  

PM Modi LPG Gas Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe