/odisha-reporter/media/post_attachments/uploadimage/library/16_9/16_9_0/Budget_1721719314.jpg)
Budget
ପ୍ରଥମଥର ଚାକିରି କରୁଥିବା କିମ୍ବା ପ୍ରଥମଥର ଇପିଏଫଓରେ ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଫ୍ରେଶରମାନଙ୍କୁ ସରକାର ଦେବେ ୧୫ ହଜାର ଟଙ୍କା। ଏହା ସେମାନଙ୍କ ଇପିଏଫଓ ଆକାଉଣ୍ଟରେ ଜମା ହେବ।
Advertisment
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସଂଗଠିତ କ୍ଷେତ୍ରରେ ପ୍ରଥମଥର ଚାକିରି ଆରମ୍ଭ କରିବାକୁ ଯାଉଥିବା ଯୁବକଙ୍କୁ ୧ ମାସର ଦରମା ଆଗୁଆ ଦିଆଯିବ। ୱାର୍କଫର୍ମ ହୋମରେ ପ୍ରଥମଥର କାମ କରୁଥିବା ଯୁବପିଢ଼ିଙ୍କୁ ମଧ୍ୟ ୧ ମାସର ଦରମା ମିଳିବ।
୧ ଲକ୍ଷରୁ କମ ଦରମା ପାଉଥିବା କର୍ମଚାରୀ ଇପିଏଫଓରେ ପ୍ରଥମଥର ପାଇଁ ପଞ୍ଜୀକରଣ କଲେ, ସେମାନଙ୍କୁ ୩ଟି କିସ୍ତିରେ ୧୫ ଟଙ୍କାର ସହାୟତା ମିଳିବ। ଏହି ଦରମା ଡିବିଟି ଜରିଆରେ ୩ଟି କିସ୍ତିରେ ଦିଆଯିବ। ଏହି ନିଷ୍ପତ୍ତି ଦ୍ୱାରା ୨୧୦ ଲକ୍ଷ ଯୁବପିଢ଼ି ଲାଭବାନ ହେବେ ବୋଲି କୁହାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
