Advertisment

ମେ’ ୧୪ରେ ବଜାରକୁ ଆସୁଛି ୱାନପ୍ଲସ୍୭ ସିରିଜ

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନ ପ୍ଲସ୍(oneplus) ଆସନ୍ତା କାଲି ଏହାର ବହୁ ପ୍ରତିକ୍ଷିତ Oneplus 7 ସିରିଜ୍‌କୁ ବିଶ୍ଵବ୍ୟାପୀ ବଜାର ପ୍ରବେଶ କରିବାକୁ ଯାଉଛି। ସ୍ମାର୍ଟଫୋନ୍ କ୍ରେଜ୍‌ରେ ମାତିଥିବା ଯୁବବର୍ଗ ଏହାକୁ ଅପେକ୍ଷା କରିଥିବା ବେଳେ ଟେଲିକମ୍ କମ୍ପାନୀ ଜିଓ ଏହାକୁ ଆଧାର କରି ଘୋଷଣା କରିଦେଇଛି ଆକର୍ଷଣୀୟ ଅଫର। କମ୍ପାନୀର ସୂଚନା ଅନୁସାରେ ଯେଉଁ ଗ୍ରାହକ ଜିଓ ବ୍ୟବହାର କରୁଛନ୍ତି ବା ନୂଆ କରି ଜିଓ ସବ୍‌ସ୍କ୍ରାଇବ୍ କରିବେ ସେମାନେ ଏହି ସବୁଧା […]

author-image
Jagamohan Maharana
ଅଦ୍ୟତନ ହୋଇଛି
ମେ’ ୧୪ରେ ବଜାରକୁ ଆସୁଛି ୱାନପ୍ଲସ୍୭ ସିରିଜ

14

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନ ପ୍ଲସ୍(oneplus) ଆସନ୍ତା କାଲି ଏହାର ବହୁ ପ୍ରତିକ୍ଷିତ Oneplus 7 ସିରିଜ୍‌କୁ ବିଶ୍ଵବ୍ୟାପୀ ବଜାର ପ୍ରବେଶ କରିବାକୁ ଯାଉଛି। ସ୍ମାର୍ଟଫୋନ୍ କ୍ରେଜ୍‌ରେ ମାତିଥିବା ଯୁବବର୍ଗ ଏହାକୁ ଅପେକ୍ଷା କରିଥିବା ବେଳେ ଟେଲିକମ୍ କମ୍ପାନୀ ଜିଓ ଏହାକୁ ଆଧାର କରି ଘୋଷଣା କରିଦେଇଛି ଆକର୍ଷଣୀୟ ଅଫର।
କମ୍ପାନୀର ସୂଚନା ଅନୁସାରେ ଯେଉଁ ଗ୍ରାହକ ଜିଓ ବ୍ୟବହାର କରୁଛନ୍ତି ବା ନୂଆ କରି ଜିଓ ସବ୍‌ସ୍କ୍ରାଇବ୍ କରିବେ ସେମାନେ ଏହି ସବୁଧା ପାଇବେ। ସେହିପରି ୱାନପ୍ଲସ୍ ୭ ସିରିଜ୍‌ ମଧ୍ୟରେ ରହିଥିବା ୱାନପ୍ଲସ୍ ୭ ଏବଂ ୭ ପ୍ରୋ ଯେଉଁମାନେ ଆସନ୍ତା କାଲି କ୍ରୟ କରିବେ ସେମାନେ ମଧ୍ୟ ଏହି ଲାଭ ଅର୍ଜନ କରିପାରିବେ।

Advertisment

publive-image
ଏହାକୁ କମ୍ପାନୀ ଜିଓ-ୱାନପ୍ଲସ୍ ୭ ସିରିଜ ବିୟଣ୍ଡ ସ୍ପିଡ୍ ଅଫର କହୁଥିବା ବେଳେ ଏଥିରେ ସର୍ବାଧିକ ୯୩୦୦ ଟଙ୍କାର ଫାଇଦା ଗ୍ରାହକଙ୍କୁ ମିଳିବ। ଏଥିପାଇଁ ଗ୍ରାହକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ୨୯୯ ଟଙ୍କାର ରିଜାର୍ଜ କରିବାକୁ ହେବ।
ଫଳରେ ଗ୍ରାହକଙ୍କୁ ତତ୍କାଳ ୫୪୦୦ ଟଙ୍କାର କ୍ୟାଶ୍‌ବ୍ୟାକ ମିଳିବ। ଯେଉଁମାନେ ଏହି ଅଫର ହାସଲ କରିବେ ସେମାନଙ୍କୁ ମାଇଁ ଜିଓ ଆପ୍‌ରେ ୧୫୦ ଟଙ୍କା ବିଶିଷ୍ଟ ୩୬ଟି ଭାଉଚର କ୍ୟାଶ୍‌ବ୍ୟାକ ଆକାରରେ ମିଳିବ। ଗ୍ରାହକମାନେ ପରବର୍ତ୍ତୀ ସମୟରେ ୨୯୯ ଟଙ୍କାର ରିଚ୍ଚାର୍ଜ କରିବା ବେଳେ ସେହି ଭାଉଚରକୁ ବ୍ୟବହାର କରିପାରିବେ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।
ଏହି ପ୍ଲାନ୍‌ରେ ସେମାନେ ଦୈନିକ ୩ ଜିବିର ୪ଜି ଡାଟା ୨୮ ଦିନ ପର୍ଯ୍ୟନ୍ତ ପାଇ ପାରିବେ। ଏହା ସହିତ ଭଏସ୍ କଲ୍,ଏସ୍ଏମ୍ଏସ୍ ଏବଂ ଜିଓର ସ୍ୱତନ୍ତ୍ର ଅପ୍( ଜିଓଟିଭି, ଜିଓସିନେମା, ଜିଓନିଉଜ୍ ଇତ୍ୟାଦି) ଏକାଧିକ ସୁବିଧା ପାଇ ପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି।