/odisha-reporter/media/post_attachments/uploads/2015/05/ONGC_Odisha_Office_Inauguration_-_Photograph_1.jpg)
ONGC
ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଏଠାରେ ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଓଏନଜିସିର ଏହି କାର୍ଯ୍ୟାଳୟ ମୁଖ୍ୟତଃ ଓଡ଼ିଶାରେ ଗ୍ୟାସର ସନ୍ଧାନ କରିବ। ଏଠାରେ ପ୍ରଚୁର ପରିମାଣରେ ହାଇଡ୍ରୋକାର୍ବନ ରହିଛି। ପୂର୍ବରୁ କରାଯାଇଥିବା ସର୍ଭେ ଅନୁସାରେ ଓଡ଼ିଶାରେ ୧୧,୦୦୦ କୋଟି ଟଙ୍କାର ଗ୍ୟାସ ମହଜୁଦ ରହିଛି। ଏଯାବତ ଓନଜିସି ଗ୍ୟାସ ସନ୍ଧାନ କରିବାକୁ ମହାନଦୀ ଆଖପାଖ ଅଞ୍ଚଳରେ ମୋଟ ୨୬ ଟି କୂପ ଖନନ କରିଛି। ଗଭୀର ଜଳରେ ବି କୂପ ଖନନ କରିଛି। ଆଉ ଏବେ ଏହି ଅଫିସ୍ ମୁଖ୍ୟତଃ ଏହି କାର୍ଯ୍ୟକୁ ଆଗେଇ ନେବ। ସେହି ଉଦ୍ଦେଶ୍ୟ ରଖି ଭୁବନେଶ୍ୱରଠାରେ ଏହି ଅଫିସ୍ ଖୋଲା ଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
