Advertisment

ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଏଠାରେ ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଓଏନଜିସିର ଏହି କାର୍ଯ୍ୟାଳୟ ମୁଖ୍ୟତଃ ଓଡ଼ିଶାରେ ଗ୍ୟାସର ସନ୍ଧାନ କରିବ। ଏଠାରେ ପ୍ରଚୁର ପରିମାଣରେ ହାଇଡ୍ରୋକାର୍ବନ ରହିଛି। ପୂର୍ବରୁ କରାଯାଇଥିବା ସର୍ଭେ ଅନୁସାରେ ଓଡ଼ିଶାରେ ୧୧,୦୦୦ କୋଟି ଟଙ୍କାର ଗ୍ୟାସ ମହଜୁଦ ରହିଛି। ଏଯାବତ ଓନଜିସି ଗ୍ୟାସ ସନ୍ଧାନ କରିବାକୁ ମହାନଦୀ ଆଖପାଖ ଅଞ୍ଚଳରେ ମୋଟ ୨୬ ଟି କୂପ ଖନନ […]

ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ONGC

Advertisment

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଏଠାରେ ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଓଏନଜିସିର ଏହି କାର୍ଯ୍ୟାଳୟ ମୁଖ୍ୟତଃ ଓଡ଼ିଶାରେ ଗ୍ୟାସର ସନ୍ଧାନ କରିବ। ଏଠାରେ ପ୍ରଚୁର ପରିମାଣରେ ହାଇଡ୍ରୋକାର୍ବନ ରହିଛି। ପୂର୍ବରୁ କରାଯାଇଥିବା ସର୍ଭେ ଅନୁସାରେ ଓଡ଼ିଶାରେ ୧୧,୦୦୦ କୋଟି ଟଙ୍କାର ଗ୍ୟାସ ମହଜୁଦ ରହିଛି। ଏଯାବତ ଓନଜିସି ଗ୍ୟାସ ସନ୍ଧାନ କରିବାକୁ ମହାନଦୀ ଆଖପାଖ ଅଞ୍ଚଳରେ ମୋଟ ୨୬ ଟି କୂପ ଖନନ କରିଛି। ଗଭୀର ଜଳରେ ବି କୂପ ଖନନ କରିଛି। ଆଉ ଏବେ ଏହି ଅଫିସ୍ ମୁଖ୍ୟତଃ ଏହି କାର୍ଯ୍ୟକୁ ଆଗେଇ ନେବ। ସେହି ଉଦ୍ଦେଶ୍ୟ ରଖି ଭୁବନେଶ୍ୱରଠାରେ ଏହି ଅଫିସ୍ ଖୋଲା ଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe