Advertisment

ଟମାଟୋ ପରେ ବଢ଼ିଲା ପିଆଜ ଦର, ଭାଙ୍ଗିଲା ୮ ମାସର ରେକର୍ଡ

ଟମାଟୋ ପରେ ଏବେ ବଢ଼ିଲା ପିଆଜ ଦର। ଦେଶର ସବୁଠୁ ବଡ଼ ପିଆଜ ମଣ୍ଡିରେ ଦର ବୃଦ୍ଧି।

ଅଦ୍ୟତନ ହୋଇଛି
Onion

Onion

Advertisment

ଟମାଟୋ ପରେ ଏବେ ବଢିଲା ପିଆଜ ଦର। ଦେଶର ସବୁଠୁ ବଡ଼ ପିଆଜ ମଣ୍ଡିରେ ଦର ବୃଦ୍ଧି ପାଇଛି। ଏଠାରେ ଦିନକ ପୂର୍ବରୁ ଟମାଟୋ ଦର ସାମାନ୍ୟ ହ୍ରାସ ପାଇଥିଲା। କିନ୍ତୁ ବର୍ତ୍ତମାନ ପିଆଜର ଦର ବୃଦ୍ଧି ଘଟିଛି। କ୍ୱିଣ୍ଟାଲ୍ ପିଛା ପିଆଜ ମୂଲ୍ୟ ସିଧା ୭୦୦ ଟଙ୍କା ବୃଦ୍ଧି ପାଇଛି। 

Advertisment

ଦେଶର ସର୍ବବୃହତ ହୋଲସେଲ ପିଆଜ ବଜାର ମହାରାଷ୍ଟ୍ର ନାଶିକର ଲାସାଲଗଁରେ ହାରାହାରି ହୋଲସେଲ ମୂଲ୍ୟ ମାତ୍ର ଗୋଟିଏ ସପ୍ତାହରେ ୪୮% ବୃଦ୍ଧି ପାଇଛି। ଅଗଷ୍ଟ ୪ରେ କ୍ୱିଣ୍ଟାଲ ପିଛା ୧୫୫୦ ଟଙ୍କା ଥିବାବେଳେ ଅଗଷ୍ଟ ୧୧ ତାରିଖ ଶୁକ୍ରବାର ୨୩୦୦ ଟଙ୍କାକୁ ବୃଦ୍ଧି ପାଇଛି। ଗତ ଆଠ ମାସ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି। ଗତବର୍ଷ ଡିସେମ୍ବରରେ ପିଆଜ ଦର ସର୍ବାଧିକ ଥିଲା। ଏହା ପରଠାରୁ ଦର ଏତେ ଅଧିକ ନଥିଲା। ହଠାତ୍ ଗତକାଲି ଦର ବୃଦ୍ଧି ଘଟିଛି। ସେତେବେଳ କ୍ୱିଣ୍ଟାଲ ପିଛା ଦର ୨୩୧୧ ଟଙ୍କା ଥିଲା।

ଆମଦାନି ହ୍ରାସ କାରଣରୁ ଦର ବୃଦ୍ଧି ଘଟିଛି। କାରଣ ଚାଷୀମାନେ ବର୍ତ୍ତମାନ ଖରିଫ୍ ଚାଷରେ ଲାଗିଥିବାରୁ ପିଆଜ ଅମଳ କମିଯାଇଛି। ଲାସାଲଗାଁରେ ପିଆଜ ଯୋଗାଣ ୨୦,୦୦୦ କ୍ୱିଣ୍ଟାଲରୁ ୨୫,୦୦୦ କ୍ୱିଣ୍ଟାଲ ଥିବାବେଳେ ବର୍ତ୍ତମାନ ୧୫,୦୦୦ କ୍ୱିଣ୍ଟାଲକୁ ହ୍ରାସ ପାଇଛି। ପିଆଜ ବ୍ୟବସାୟୀ ସାଗର ଜୈନ କହିଛନ୍ତି ଯେ, ଯୋଗାଣ ତୁଳନାରେ ଦେଶରେ ଘରୋଇ ବଜାରରେ ଚାହିଦା ବୃଦ୍ଧି ପାଇଛି। ସେପଟେ ବାଂଲାଦେଶରୁ ରପ୍ତାନିର ଚାହିଦା ମଧ୍ୟ ବୃଦ୍ଧି ପାଇଛି।

Advertisment

ଅପରପକ୍ଷେ ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକରେ ନୂଆ ପିଆଜ ଅମଳ ଗୋଟିଏ ମାସ ବିଳମ୍ବ ହୋଇଛି। ଅହମ୍ମଦନଗରରେ ଯୋଗାଣ ମଧ୍ୟ ହ୍ରାସ ପାଇଛି। ଫଳରେ ନାଶିକର ପିଆଜ ଚାହିଦା ବୃଦ୍ଧି ପାଇଥିବା ସାଗର ଜୈନ କହିଛନ୍ତି। ଏପିଏମସି ଅଧିକାରୀ କହିଛନ୍ତି ଯେ, ବର୍ଷା କାରଣରୁ କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ତାଜା ଫସଲ ଅମଦାନି ଏକ ମାସ ବିଳମ୍ବ ହୋଇଛି। ତେଣୁ ଦକ୍ଷିଣ ଭାରତର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଅପରପକ୍ଷେ, ଅଧିକାଂଶ କୃଷକ ଖରିଫ ବୁଣିବା କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମଣ୍ଡିରେ ପିଆଜ ପହଞ୍ଚିପାରୁ ନାହିଁ।

Onion Price Tomato Price Onion Rate Hike Vegetables Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe