Advertisment

ଆଳୁ ପରେ ପରେ କନ୍ଦାଇଲାଣି ପିଆଜ, କିଲୋ ୫୦ ଛୁଇଁଲା

ଆଳୁ କେଜି ପିଛା ୪୦ ଟଙ୍କାରୁ ଖସିବା ନାଁ ଧରୁ ନ ଥିବା ବେଳେ ପିଆଜ ରେଟ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି।

Onion

Onion

Advertisment

ଆଳୁ ପରେ ପରେ ଗ୍ରାହକଙ୍କୁ କନ୍ଦାଇଲାଣି ପିଆଜ। ଆଳୁ କେଜି ପିଛା ୪୦ ଟଙ୍କାରୁ ଖସିବା ନାଁ ଧରୁ ନ ଥିବା ବେଳେ ପିଆଜ ରେଟ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି। ଫଳରେ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଲାଣି।

Advertisment

ଏବେ ପରିବା ରେଟ୍‌ରେ ହାତ ମାରି ହେଉ ନ ଥିବା ବେଳେ ଆଳୁ, ପିଆଜ ରେଟ୍‌ ବି ଆକାଶଛୁଆଁ। ଏପରି ସ୍ଥିତିରେ ସାଧାରଣ ଲୋକଙ୍କ ପରିବା ଝୁଡ଼ି ଉପରେ ପଡ଼ିଛି ଚଡ଼କ । 

ଆଳୁ କିଲୋ ପିଛା ୪୦ ଟଙ୍କା ଥିବା ବେଳେ ତାହା ଦୀର୍ଘ ଦିନ ହେବ କମିବା ନାଁ ଧରୁନି। ମାତ୍ର ପିଆଜ କିଲୋ ପିଛା ପ୍ରାୟ ୩୫ ଟଙ୍କା ଥିବା ବେଳେ ଦିନେ ଦୁଇ ଦିନ ଭିତରେ କିଲୋ ପ୍ରତି ୧୦ରୁ ୧୫ ଟଙ୍କା ବଢ଼ିଲାଣି । ଏବେ ମାର୍କେଟରେ କିଲୋ ପ୍ରତି ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି।

Advertisment

ନାସିକରୁ ପିଆଜ କମ ଆସୁଥିବାରୁ ଦର ଅଧିକ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ । ଆଗକୁ ପିଆଜ ଆମଦାନୀ କମିଲେ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି । 

ପରିବା ବଜାରର ମହଙ୍ଗା ମାଡ଼ରେ ଅତିଷ୍ଠ ହୋଇ ପଡ଼ିଥିବା ଖାଉଟି କିପରି ସଂସାର ଚଳାଇବେ ସେହି ଚିନ୍ତା ସେମାନଙ୍କୁ ଘାରିଛି। 

Onion Price Onion Bhubaneswar Onion Rate Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe