Advertisment

ପୁଣି କନ୍ଦାଇଲା ପିଆଜ, ମଣ୍ଡିରେ ବଢ଼ିଲା କ୍ୱିଣ୍ଟାଲ ପିଛା ଦର

ନାସିକ: ପୁଣି ପିଆଜ ଦର ବଢ଼ିବା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ନାସିକରେ ପିଆଜ ଦର କିଲୋ ପିଛା ୪୫ ଟଙ୍କାରେ ପହଞ୍ଚିଛି। ନାସିକର ଲାସଲଗାଁଓ ମଣ୍ଡିରେ ଶନିବାର ପିଆଜି କ୍ୱିଣ୍ଟାଲ ପିଛା ୪୫୦୦ ଟଙ୍କାରେ ପହଞ୍ଚିଛି। ନିକଟରେ କିଛି ଦିନ ବର୍ଷା ହେବାରୁ ପିଆଜ ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି। ମଣ୍ଡିକୁ ଛାଡ଼ିଦେଲେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ପିଆଜ ଦର କିଲୋ ପିଛା ୬୦ ଟଙ୍କା ଛୁଇଁଥିବା ସୂଚନା ରହିଛି। ପିଆଜ ରପ୍ତାନୀ ଉପରେ ସରକାର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପିିଆଜ ଦର ବଢ଼ୁଥିବା ଦେଖି କେନ୍ଦ୍ର ବଢ଼ାଇଲା କଟକଣା ଅବଧି

onion

ନାସିକ: ପୁଣି ପିଆଜ ଦର ବଢ଼ିବା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ନାସିକରେ ପିଆଜ ଦର କିଲୋ ପିଛା ୪୫ ଟଙ୍କାରେ ପହଞ୍ଚିଛି। ନାସିକର ଲାସଲଗାଁଓ ମଣ୍ଡିରେ ଶନିବାର ପିଆଜି କ୍ୱିଣ୍ଟାଲ ପିଛା ୪୫୦୦ ଟଙ୍କାରେ ପହଞ୍ଚିଛି। ନିକଟରେ କିଛି ଦିନ ବର୍ଷା ହେବାରୁ ପିଆଜ ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି।

Advertisment

ମଣ୍ଡିକୁ ଛାଡ଼ିଦେଲେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ପିଆଜ ଦର କିଲୋ ପିଛା ୬୦ ଟଙ୍କା ଛୁଇଁଥିବା ସୂଚନା ରହିଛି। ପିଆଜ ରପ୍ତାନୀ ଉପରେ ସରକାର ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ପିଆଜ ଦର ବୃଦ୍ଧି ଘଟିଛି। ହେଲେ ଏ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜରାଟରେ ପିଆଜ ଫସଲ ଅମଳ ହୋଇନାହିଁ। ପିଆଜ ବଜାରକୁ ଆସିବାରେ ବିଳମ୍ୱ ହେବାରୁ ଏବଂ ବଜାରରେ ଚାହିଦା ଅଧିକ ଥିବାରୁ ଦର ବୃଦ୍ଧି ହେଉଛି ବୋଲି ଆକଳନ କରାଯାଉଛି।

https://twitter.com/ANI/status/1363022717587365890?s=20

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଲାସାଲଗାଓଁରେ ସାରା ଦେଶରେ ପିଆଜ ଦର ସ୍ଥିର କରିଥାଏ। ଏହା ଦେଶର ସବୁଠାରୁ ବଡ ପିଆଜ ବଜାର। ଯାହାକି ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ରହିଛି। ମହାରାଷ୍ଟ୍ରର ନାସିକରେ ୬୦ ପ୍ରତିଶତ ପିଆଜ ଚାଷ କରାଯାଏ। ଆଉ ମହାରାଷ୍ଟ୍ର ସମଗ୍ର ଭାରତରେ ପିଆଜର ଆବଶ୍ୟକତାକୁ ପୂରଣ କରିଥାଏ। ଯେତେବେଳେ ପିଆଜର ହୋଲସେଲ ମୂଲ୍ୟ ଏଠାରେ ବଢ଼େ ଏବଂ ପିଆଜ ଯୋଗାଣ ଏଠାରୁ ସାରା ଦେଶକୁ ହ୍ରାସ ପାଏ ସେତେବେଳେ ଖୁଚୁରା ବ୍ୟବସାୟରେ ପିଆଜ ଦର ମହଙ୍ଗା ହୁଏ।

Advertisment