Advertisment

Oppo A9 2020ର ଦାମ୍‌ କମିଲା

ନୂଆଦିଲ୍ଲୀ: କମିଲା Oppo A9 2020 ସ୍ମାର୍ଟଫୋନ୍‌ର ଦାମ୍। ଲଞ୍ଚ୍ ହେବାର ମାସେ ନ ହେଉଣୁ ଏହାର ମୂଲ୍ୟ ହ୍ରାସ କରାଯାଇଛି। ଏହି ଫୋନ୍‌ର ୪ଜିବି ରାମ ଥିବା ଭ୍ୟାରିୟାଣ୍ଟର ଦାମ୍‌କୁ କମ୍ପାନୀ ୧୦୦୦ଟଙ୍କା କମ୍‌ କରି ଦେଇଛି। ଏବେ Oppo A9 2020ର ଏହି ସ୍ମାର୍ଟଫୋନ୍‌ ୧୫,୯୯୦ଟଙ୍କାରେ ବିକ୍ରି ହେଉଛି। ନୂଆ ଦାମ୍‌ରେ ଏହି ଫୋନ୍ ବିକ୍ରି ପାଇଁ ଆମାଜନ୍‌ ଇଣ୍ଡିଆ ସାଇଟ୍‌ ଏବଂ ଅଫ୍‌ଲାଇନ୍‌ ମାର୍କେଟ୍‌ରେ ଉପଲବ୍ଧ ହେଉଛି। ପୂର୍ବରୁ ଏହି ଫୋନ୍‌ର ଦାମ୍‌ […]

ଅଦ୍ୟତନ ହୋଇଛି
Oppo A9 2020ର ଦାମ୍‌ କମିଲା

p

Advertisment

ନୂଆଦିଲ୍ଲୀ: କମିଲା Oppo A9 2020 ସ୍ମାର୍ଟଫୋନ୍‌ର ଦାମ୍। ଲଞ୍ଚ୍ ହେବାର ମାସେ ନ ହେଉଣୁ ଏହାର ମୂଲ୍ୟ ହ୍ରାସ କରାଯାଇଛି। ଏହି ଫୋନ୍‌ର ୪ଜିବି ରାମ ଥିବା ଭ୍ୟାରିୟାଣ୍ଟର ଦାମ୍‌କୁ କମ୍ପାନୀ ୧୦୦୦ଟଙ୍କା କମ୍‌ କରି ଦେଇଛି। ଏବେ Oppo A9 2020ର ଏହି ସ୍ମାର୍ଟଫୋନ୍‌ ୧୫,୯୯୦ଟଙ୍କାରେ ବିକ୍ରି ହେଉଛି। ନୂଆ ଦାମ୍‌ରେ ଏହି ଫୋନ୍ ବିକ୍ରି ପାଇଁ ଆମାଜନ୍‌ ଇଣ୍ଡିଆ ସାଇଟ୍‌ ଏବଂ ଅଫ୍‌ଲାଇନ୍‌ ମାର୍କେଟ୍‌ରେ ଉପଲବ୍ଧ ହେଉଛି। ପୂର୍ବରୁ ଏହି ଫୋନ୍‌ର ଦାମ୍‌ ୧୬,୯୯୦ଟଙ୍କା ଥିଲା। ସୂଚନାଯୋଗ୍ୟ, Oppo A9 2020 ସ୍ମାର୍ଟଫୋନ୍‌ର କେବଳ ୪ଜିବି ରାମ ବିଶିଷ୍ଟ ଭ୍ୟାରିୟାଣ୍ଟର ଦାମ୍ ହ୍ରାସ କରାଯାଇଛି। ୮ଜିବି ରାମ୍‌ ଥିବା ଏହି ସ୍ମାର୍ଟଫୋନ୍‌ର ଦାମ୍ ଏବେବି ୧୯,୯୯୦ଟଙ୍କା ରହିଛି।

Advertisment

Oppo A9 2020ର ସ୍ପେସିଫିକେସନ୍‌-

  • ଏହି ଫୋନ୍‌ ଡୁଆଲ୍‌ ସିମ୍ କନେକ୍ଟିଭିଟି ସହ ଆସୁଛି।
  • ଏଥିରେ ୬.୫ଇଞ୍ଚର ଡିସ୍‌ପ୍ଲେ ରହିଛି।
  • ସ୍କ୍ରିନ୍‌ରେ ୱାଟରଡ୍ରପ୍‌ ନଚ୍‌ ଏବଂ ଗରିଲା ଗ୍ଲାସ୍‌୩+ ପ୍ରୋଟେକ୍ସନ ରହିଛି।
  • ଏଥିରେ ୬୬୫ର ସ୍ନାପଡ୍ରାଗନ ପ୍ରୋସେସର ରହିଛି।
  • ୫,୦୦୦ଏମ୍‌ଏଚ୍‌ ବ୍ୟାଟେରୀ ରହିଛି।
  • ଏହି ଫୋନ୍‌ର ପଛପଟେ ୪ଟି କ୍ୟାମେରା ଦିଆଯାଇଛି।
  • ପଛରେ ଥିବା ୪ଟି କ୍ୟାମେରା ମଧ୍ୟରୁ ପ୍ରାଇମେରୀ କ୍ୟାମେରା ହେଉଛି ୪୮ ମେଗାପିକ୍ସେଲ୍‌ର। ଏଥିସହ ୮ ମେଗାପିକ୍ସେଲ୍‌ ଅଲ୍‌ଟ୍ରା ୱାଇଡ୍‌ ଏଙ୍ଗେଲ୍‌ କ୍ୟାମେରା, ୨ ମେଗାପିକ୍ସେଲ୍‌ ମୋନୋକ୍ରୋମ ଶୁଟର ଓ ୨ ମେଗାପିକ୍ସେଲ୍‌ ଡେପ୍‌ଥ ସେନ୍‌ସର୍‌ କ୍ୟାମେରା ସେଟଅପ୍‌ ରହିଛି।
  • ଏଥିରେ ୧୬ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ରହିଛି।
  • ୨୫୬ ଜିବି ପର୍ଯ୍ୟନ୍ତ ମାଇକ୍ରୋଏଚ୍‌ଡି କାର୍ଡ ସିଷ୍ଟମ୍‌ ରହିଛି।
  • ଫିଙ୍ଗର ପ୍ରିଣ୍ଟ ସେନ୍‌ସର୍‌ ରହିଛି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe