ମୁମ୍ବାଇ: Oppo ଲଞ୍ଚ୍ କରିଛି Reno 3 Pro। ଏହା ବିଶ୍ୱର ପ୍ରଥମ ଫୋନ୍ ଯେଉଁଥିରେ ୪୪ ମେଗାପିକ୍ସେଲ୍ ଓ ୨ ମେଗାପିକ୍ସେଲ୍ର ଡୁଆଲ୍ ସେଲ୍ଫି କ୍ୟାମେରା ଦିଆଯାଇଛି। ଏଥିସହ ଏଥିରେ AI ନାଇଟ୍ ସେଲ୍ଫି ମୋଡ୍ ଓ ନଏଜ୍ କ୍ୟାନ୍ସେଲେସନ୍ ଫିଚର ମଧ୍ୟ ଦିଆଯାଇଛି।
କମ୍ପାନୀ Oppo Reno 3 Proକୁ ଦୁଇଟି ଭ୍ୟାରିୟାଣ୍ଟ 8GB+128GB ଓ 8GB+256GBରେ ଲଞ୍ଚ କରିଛି। ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୨୯ ହଜାର ୯୯୦ ଟଙ୍କା ଓ ୩୨ ହଜାର ୯୯୦ ଟଙ୍କା ରଖାଯାଇଛି। ଏହାର ବିକ୍ରି ଆସନ୍ତା ୬ ତାରିଖରୁ ଆରମ୍ଭ ହେବ।
ଏହା ସହ କମ୍ପାନୀ Oppo Enco W31 ୱାୟରଲେସ୍ ଇୟରବଡ୍ସ ଲଞ୍ଚ୍ କରିଛି। ଏହାର ଗୋଟିଏ ଭ୍ୟାରିୟାଣ୍ଟର ମୂଲ୍ୟ ୪ ହଜାର ୯୯୯ ଟଙ୍କା ହୋଇଥିବାବେଳେ ଅନ୍ୟଟିର ମୂଲ୍ୟ ୭ ହଜାର ୯୯୦ ଟଙ୍କା ରହିଛି।
- ଡିସ୍ପ୍ଲେ ସାଇଜ୍: ୬.୫ ଇଞ୍ଚ୍
- ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି ସୁପର୍ ଆମୋଲେଡ୍ 1080×2400 ସହ ଇନ୍ ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 10
- ପ୍ରୋସେସର୍: MediaTek Helio P95
- ରାମ୍: 6 GB
- ଷ୍ଟୋରେଜ୍: 128 GB ଯାହା 512GB ପର୍ଯ୍ୟନ୍ତ ବଢ଼ିପାରିବ
- ରିୟର କ୍ୟାମେରା: 64 MP + 13MP + 8MP + 2MP
- ଫ୍ରଣ୍ଟ କ୍ୟାମେରା: 44MP + 2MP
- ବ୍ୟାଟେରୀ: 4025 mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ