ଆରମ୍ଭ ହେଲା Oppo Reno 3 Proର ପ୍ରି-ବୁକିଂ

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ Oppo ଭାରତରେ ନୂଆ ସ୍ମାର୍ଟଫୋନ୍‌ Oppo Reno 3 Pro ଲଞ୍ଚ୍ କରିବାକୁ ଯାଉଛି। କମ୍ପାନୀ ଏହାକୁ ମାର୍ଚ୍ଚ ୨ରେ ଲଞ୍ଚ୍ କରିବାକୁ ଯୋଜନା ରଖିଛି। ତେବେ ବର୍ତ୍ତମାନ ଏହି ସ୍ମାର୍ଟପୋନ୍‌ ପା‌ଇଁ କମ୍ପାନୀ ପ୍ରି-ବୁକିଂ ଆରମ୍ଭ କରିଦେଇଛି। କମ୍ପାନୀ ଏହି ଫୋନ୍‌ଟି ବିଶ୍ୱର ପ୍ରଥମ ଏପରି ଫୋନ୍ ଯେଉଁଥିରେ ୪୪ ମେଗାପିକ୍ସେଲ୍‌ ଓ ୨ ମେଗାପିକ୍ସେଲ୍‌ର ଡୁଆଲ୍‌ ସେଲ୍‌ଫି କ୍ୟାମେରା ଦିଆଯାଇଛି। କମ୍ପାନୀ ଅନୁଯାୟୀ କିଛି ନୂଆ ଅଫର୍‌ ସହ ଏହି […]

oppo-reno-3

Chinmayee Roy
  • Published: Friday, 28 February 2020
  • , Updated: 01 March 2020, 01:45 PM IST

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ Oppo ଭାରତରେ ନୂଆ ସ୍ମାର୍ଟଫୋନ୍‌ Oppo Reno 3 Pro ଲଞ୍ଚ୍ କରିବାକୁ ଯାଉଛି। କମ୍ପାନୀ ଏହାକୁ ମାର୍ଚ୍ଚ ୨ରେ ଲଞ୍ଚ୍ କରିବାକୁ ଯୋଜନା ରଖିଛି। ତେବେ ବର୍ତ୍ତମାନ ଏହି ସ୍ମାର୍ଟପୋନ୍‌ ପା‌ଇଁ କମ୍ପାନୀ ପ୍ରି-ବୁକିଂ ଆରମ୍ଭ କରିଦେଇଛି।

କମ୍ପାନୀ ଏହି ଫୋନ୍‌ଟି ବିଶ୍ୱର ପ୍ରଥମ ଏପରି ଫୋନ୍ ଯେଉଁଥିରେ ୪୪ ମେଗାପିକ୍ସେଲ୍‌ ଓ ୨ ମେଗାପିକ୍ସେଲ୍‌ର ଡୁଆଲ୍‌ ସେଲ୍‌ଫି କ୍ୟାମେରା ଦିଆଯାଇଛି। କମ୍ପାନୀ ଅନୁଯାୟୀ କିଛି ନୂଆ ଅଫର୍‌ ସହ ଏହି ଫୋନ୍‌ର ପ୍ରି-ବୁକିଂ ଆରମ୍ଭ ହୋଇଛି। Oppo Reno 3 Proକୁ ଗ୍ରାହକ ଫ୍ଲିପକାର୍ଟ, ଆମାଜନ୍‌ ଇଣ୍ଡିଆ ଓ ଅଫଲାଇନ୍‌ ରିଟେଲ୍‌ ଷ୍ଟୋର୍‌ରେ ପ୍ରି-ବୁକ୍‌ କରାଇପାରିବେ। ଅଫର୍‌ କଥା କହିଲେ ଗ୍ରାହକ HDFC ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ରେ ଫୋନ୍‌ଟିକୁ କିଣିଲେ ୧୦ ପ୍ରତିଶତ କ୍ୟାଶବ୍ୟାକ୍‌ ମିଳିବ। ଏହା ବ୍ୟତୀତ ICICI ଓ RBL ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ରେ ମଧ୍ୟ ଆକର୍ଷଣୀୟ ଅଫର୍ ମିଳିବ।

 Oppo Reno 3 Proର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୫ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର୍‌ ଆମୋଲେଡ୍ 1080×2400  ୱିଥ୍‌ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ ୭୬୫
  • ରାମ୍: 6 GB
  • ଷ୍ଟୋରେଜ୍: 128 GB ଏକ୍ସପାଣ୍ଡେବଲ୍ ଅପ୍‌ଟୁ 512GB
  • ରିୟର କ୍ୟାମେରା: 48MP + 13MP + 8MP + 2MP
  • ଫ୍ରଣ୍ଟ କ୍ୟାମେରା: 44MP + 2MP
  • ବ୍ୟାଟେରୀ: 4025 mAh ୱିଠ୍ ଫାଷ୍ଟ ଚାର୍ଜିଂ ସପୋର୍ଟ

Related story