Advertisment

ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ

ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Osamu Sujuki

Osamu Sujuki

Advertisment

ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଡିସେମ୍ବର ୨୫ ତାରିଖରେ ଲିମ୍ପୋମାରେ ତାଙ୍କର ପରଲୋକ ହୋଇଥିବା ନେଇ ଆଜି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

୧୯୩୦ ମସିହା ଜାନୁଆରୀ ୩୦ ତାରିଖରେ ଜାପାନର ଗେରୋରେ ଜନ୍ମ ହୋଇଥିଲେ ଓସାମୁ। ତାଙ୍କ ନାଁ ଥିଲା ଓସାମୁ ମତସୁଦା। ୧୯୫୮ରେ ସେ ସୁଜୁକି ପରିବାରର ଝିଅଙ୍କୁ ବିବାହ କରିଥିଲେ। ସୁଜୁକିର ତତ୍‌କାଳୀନ ଅଧ୍ୟକ୍ଷ ଶୁଞ୍ଜୋ ସୁଜୁକିଙ୍କ ଝିଅଙ୍କୁ ସେ ବାହା ହୋଇଥିଲେ। ତା’ପରେ ସେ ତାଙ୍କ ପତ୍ନୀଙ୍କ ପାରିବାରିକ ନାମ ‘ସୁଜୁକି’କୁ ଆପଣାଇ ନେଇଥିଲେ ଓ ତାଙ୍କ ନାଁ ହୋଇଯାଇଥିଲା ଓସାମୁ ସୁଜୁକି। ତା’ ସହିତ ସେ ସୁଜୁକି ମୋଟର କମ୍ପାନୀରେ ଯୋଗ ଦେଇଥିଲେ।

୧୯୭୮ ମସିହାରେ ଓସାମୁ ସୁଜୁକି କମ୍ପାନୀର ପ୍ରେସିଡେଣ୍ଟ ପଦରେ ବସିଥିଲେ। ୧୯୨୦ରେ ସୁଜୁକି ଲୁମ୍ ମ୍ୟାନୁଫେକ୍ଚରିଂ କଂପାନୀ ରୂପେ ଆରମ୍ଭ ହୋଇଥିବା ଏହି କଂପାନୀକୁ ସେ ଜାପାନର ପ୍ରମୁଖ ଅଟୋମେକର କଂପାନୀରେ ପରିଣତ କରିଥିଲେ। ସେ ଚାରି ଦଶନ୍ଧି ଧରି କଂପାନୀର ନେତୃତ୍ୱ ନେଇଥିଲେ। ସେ ସୁଜୁକିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀରେ ପରିଣତ କରିଥିଲେ। ଭାରତରେ ସୁଜୁକିର ସ୍ଥିତି ଦୃଢ଼ କରିବାରେ ତାଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ୯୧ ବର୍ଷ ବୟସ ପର୍ଯ୍ୟନ୍ତ ସେ କମ୍ପାନୀର କାର୍ଯ୍ୟ କରିଥିଲେ। ୧୯୭୮ରୁ ୨୦୨୧ ମଧ୍ୟରେ ସେ କଂପାନୀର ପ୍ରେସିଡେଣ୍ଟ, ଚେୟାରମ୍ୟାନ ଓ ସିଇଓ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ କମ୍ପାନୀର କାରବାର ୩୦୦ ଅରବ ୟେନରୁ ବୃଦ୍ଧି ପାଇ ୩ ଟ୍ରିଲିୟନ ୟେନରେ ପହଞ୍ଚି ଯାଇଥିଲା।

Advertisment

ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସୋଶାଲ ମିଡିଆ ପ୍ଲାଟ୍ ଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଓସାମୁ ସୁଜୁକିଙ୍କ ନେତୃତ୍ୱରେ ସୁଜୁକି ମୋଟର କର୍ପୋରେସନ ଗ୍ଲୋବାଲ ପାୱାର ହାଉସ ହୋଇଯାଇଛି। ତା’ ମଧ୍ୟରେ ଆସିଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ସେ ସଫଳତାପୂର୍ବକ ସାମ୍ନା କରିଥିଲେ। ଭାରତ ସହିତ ତାଙ୍କର ଗଭୀର ସମ୍ପର୍କ ଥିଲା। ମାରୁତି ସହିତ ମିଶି ତାଙ୍କ କମ୍ପାନୀ ଭାରତୀୟ ଅଟୋମୋବାଇଲ ବଜାରରେ ବିପ୍ଳବ ଆଣିଥିଲା।

Osamu Suzuki Suzuki
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe