Advertisment

୧୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଓୟୋ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦେଶର ଲୋକପ୍ରିୟ ଅନ୍‌ଲାଇନ୍‌ ହୋଟେଲ୍‌ ଚେନ୍‌ ‘ଓୟୋ’ ୨୦୧୯ ସୁଦ୍ଧା ଭାରତ ସମେତ ଦକ୍ଷିଣ ଏସିଆର କେତୋଟି ଦେଶରେ ପ୍ରାୟ ୧୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ବିଶେଷ କରି ବୈଷୟିକ ଭିତ୍ତିଭୂମି ସମୃଦ୍ଧି ଓ କମ୍ପାନୀର ପରିଚାଳନାଗତ ଖର୍ଚ୍ଚ ଉଠାଇବା ପାଇଁ ଲିଡରଶିପ୍‌ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ହେବ।  କମ୍ପାନୀର ସିଇଓ ଆଦିତ୍ୟ ଘୋଷ ଏହା କହିଛନ୍ତି। ଦକ୍ଷିଣ ଏସିଆ ସମେତ ଭାରତରେ ଏହାର ଅବସ୍ଥିତିକୁ ଆହୁରି ସୁଦୃଢ଼ କରିବା […]

author-image
Jagamohan Maharana
୧୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଓୟୋ

oyoooo

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦେଶର ଲୋକପ୍ରିୟ ଅନ୍‌ଲାଇନ୍‌ ହୋଟେଲ୍‌ ଚେନ୍‌ 'ଓୟୋ' ୨୦୧୯ ସୁଦ୍ଧା ଭାରତ ସମେତ ଦକ୍ଷିଣ ଏସିଆର କେତୋଟି ଦେଶରେ ପ୍ରାୟ ୧୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ବିଶେଷ କରି ବୈଷୟିକ ଭିତ୍ତିଭୂମି ସମୃଦ୍ଧି ଓ କମ୍ପାନୀର ପରିଚାଳନାଗତ ଖର୍ଚ୍ଚ ଉଠାଇବା ପାଇଁ ଲିଡରଶିପ୍‌ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ହେବ।  କମ୍ପାନୀର ସିଇଓ ଆଦିତ୍ୟ ଘୋଷ ଏହା କହିଛନ୍ତି।

Advertisment

publive-image

ଦକ୍ଷିଣ ଏସିଆ ସମେତ ଭାରତରେ ଏହାର ଅବସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ କମ୍ପାନୀ ଏବେ ଯୋଜନା କରିଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଭାରତର ୨୫୯ଟି ସହରରେ ଏହାର କାରବାର ରହିଛି। ୮୭୦୦ଟି ହୋଟେଲ୍‌ରେ ଏହା ପାଦଚିହ୍ନ ଛାଡ଼ିଥିବା ବେଳେ 'ଓୟୋ' ଅଧୀନରେ ପ୍ରାୟ ୧୭୩,୦୦୦ ରୁମ୍ ରହିଛି।