Advertisment

ପାନ୍‌-ଆଧାର ଲିଙ୍କ ଅବଧି ପୁଣି ବଢ଼ିଲା

ଯଦି କେହି ପାନ୍‌ କାର୍ଡକୁ ଆଧାର ସହ ଲିଙ୍କ ନ କରିବେ, ତା’ହେଲେ ସେମାନଙ୍କ ପାନ୍‌ କାର୍ଡ ଡିଆକ୍ଟିଭେଟ ବା ଅକାମୀ ହୋଇଯିବ।

Pan Card

Pan Card

Advertisment

ପାନ୍‌ କାର୍ଡ ସହ ଆଧାର କାର୍ଡର ଲିଙ୍କ କରିବା ପାଇଁ ଧାର୍ଯ୍ୟ ଅବଧିକୁ ଆଜି ପୁଣିଥରେ ବୃଦ୍ଧି କରାଯାଇଛି। ଆୟକର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ଅବଧି ବୃଦ୍ଧି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି। ଯେଉଁମାନେ ଏଯାଏ ଆଧାର ସହ ପାନର ଲିଙ୍କ କରି ନାହାନ୍ତି, ସେମାନଙ୍କୁ ଜୁନ୍‌ ୩୦ ସୁଦ୍ଧା ଏହା କରିବାକୁ କୁହାଯାଇଛି।

Advertisment

ଯଦି କେହି ପାନ୍‌ କାର୍ଡକୁ ଆଧାର ସହ ଲିଙ୍କ ନ କରିବେ, ତା’ହେଲେ ସେମାନଙ୍କ ପାନ୍‌ କାର୍ଡ ଡିଆକ୍ଟିଭେଟ ବା ଅକାମୀ ହୋଇଯିବ। ୨୦୧୭ ଜୁଲାଇ ୧ ଯାଏ ଯେଉଁ ଭାରତୀୟମାନେ ପାନ୍‌ କାର୍ଡ ପାଇଥିଲେ, ସେମାନଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ କରିଛି ଆୟକର ବିଭାଗ।

ଆୟକର ବିଭାଗ କହିଛି, ଟିକସଦାତା ଆଉ କିଛି ସମୟ ଦେବା ପାଇଁ ପାନ୍‌-ଆଧାର ଲିଙ୍କ ଅବଧିକୁ ୨୦୨୩ ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଉଛି। ଲୋକମାନେ ଚାହିଁଲେ ବିନା କୌଣସି ସଙ୍କୋଚରେ ସେମାନଙ୍କ ଆଧାର ଉପଯୁକ୍ତ ଅଧିକାରୀଙ୍କୁ ଦେଇ ପାନ୍‌-ଆଧାର ଲିଙ୍କ କରିପାରିବେ। ୨୦୨୩ ଜୁଲାଇ ୧ରୁ ଲିଙ୍କ ହୋଇ ନଥିବା ପାନ୍‌ କାର୍ଡଗୁଡ଼ିକ ଅକାମୀ ହୋଇଯିବ। ୩୦ ଦିନ ପରେ ଏହା ସଚଳ ହୋଇପାରେ। କିନ୍ତୁ ସେତେବେଳେ ପୁଣି ୧ ହଜାର ଟଙ୍କା ଫାଇନ ସହ ଆଧାର ଲିଙ୍କ କରିବାକୁ ପଡ଼ିବ।

Advertisment

୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ପାନ୍ ସହ ଆଧାର କାର୍ଡ ଲିଙ୍କ୍‌ ସମ୍ପୂର୍ଣ୍ଣ ମାଗଣା ଥିଲା। କିନ୍ତୁ ୨୦୨୨ ଏପ୍ରିଲ ୧ ପରଠାରୁ ୨୦୨୨ ଜୁନ୍‌ ୩୦ ମଧ୍ୟରେ ପାନ୍‌ ସହ ଆଧାର ଲିଙ୍କ ପାଇଁ ୫୦୦ ଟଙ୍କାର ପେନାଲ୍ଟି ଯୋଡ଼ା ଯାଇଥିଲା। ଏବେ ଲିଙ୍କ କଲେ ୧୦୦୦ ଟଙ୍କା ଦେବାକୁ ପଡ଼ୁଛି। ଏହି ପେନାଲ୍ଟି ରାଶି ଜୁନ ୩୦ ତାରିଖ ଯାଏ ବଳବତ୍ତର ରହିବ। 

Business Updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe