Advertisment

ଚାଲିଗଲେ 'ବାଘ ବକରୀ ଚା' ଗ୍ରୁପର ମାଲିକ

ଚିକିତ୍ସା ବେଳେ ବ୍ରେନ ହାମରେଜ୍‌ରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Wagh Bakri Tea group chief executive Parag Desai

Wagh Bakri Tea group chief executive Parag Desai

ବାଘ ବକରୀ ଚା' ଗ୍ରୁପର ମାଲିକ ପରାଗ ଦେଶାଇଙ୍କ ଦେହାନ୍ତ। ୪୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଏନେଇ କମ୍ପାନୀ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛି।

Advertisment

ସୂଚନା ମୁତାବକ, ଅକ୍ଟୋବର ୧୫ ତାରିଖରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ମର୍ଣ୍ଣିଂ ଓ୍ୱାକରେ ଯାଇଥିବା ବେଳେ ଘର ନିକଟରେ ଥିବା ରାସ୍ତାରେ ବୁଲା କୁକୁରମାନେ ତାଙ୍କୁ ଆକ୍ରମଣ କରିଥିଲେ। ତେବେ କୁକୁର ଆକ୍ରମଣରୁ ବଞ୍ଚିବା ପାଇଁ ଦୌଡିବା ବେଳେ ସେ ତଳେ ପଡିଯାଇଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଜଣେ ସୁରକ୍ଷା ଗାର୍ଡ ଏନେଇ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ।

ପରେ ପରାଗ ଦେଶାଇଙ୍କୁ ପରିବାର ଲୋକେ ସେଲ୍‌ଭି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ଦିନକ ପରେ ସର୍ଜରୀ ପାଇଁ ତାଙ୍କୁ ଜାଇଡସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରବିବାର ଦିନ ତାଙ୍କ ଦେହାନ୍ତ ହୋଇଥିବା ଡାକ୍ତର କହିଛନ୍ତି। ଚିକିତ୍ସା ବେଳେ ବ୍ରେନ ହାମରେଜ୍‌ରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ପରାଗ ଦେଶାଇ ବାଘ ବକରୀ ଚା’ ବୋର୍ଡର ଦୁଇଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ । ସେ ୧୯୯୫ରେ ୱାଗ ବକ୍ରି ଚା’ ସହ ଯୋଡି ହୋଇଥିଲେ। ଦଳର ବିକ୍ରୟ, ମାର୍କେଟିଂ ଏବଂ ରପ୍ତାନି ବିଭାଗର ମୁଖ୍ୟ ଥିଲେ ପରାଗ। ଏହା ସହିତ ସେ ଏକ ଚା’ ପରୀକ୍ଷା ବିଶେଷଜ୍ଞ ମଧ୍ୟ ଥିଲେ। ବ୍ୟବସାୟ ସହ ଓ୍ୱାଇଲ୍ଡ ଲାଇଫ୍‌ରେ ମଧ୍ୟ ପରାଗ ଦେଶାଇଙ୍କ ରୁଚି ରହିଥିଲା।

Wagh Bakri Tea Group Parag Desai