Advertisment

ହିଣ୍ଡେନବର୍ଗ ରିପୋର୍ଟ; SEBI ମୁଖ୍ୟଙ୍କୁ ସମନ କରିପାରେ PAC

SEBI ମୁଖ୍ୟ ମାଧବୀ ବୁଚଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବ ପବ୍ଲିକ ଆକାଉଣ୍ଟସ କମିଟି (PAC)।

author-image
Debibandita Barick
Madhabi Puri Buch

Madhabi Puri Buch

SEBI ମୁଖ୍ୟ ମାଧବୀ ବୁଚଙ୍କ ଅଡ଼ୁଆ ବଢିଛି। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବ ସରକାରୀ ଖର୍ଚ୍ଚ ଉପରେ ନଜର ରଖୁଥିବା ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (PAC)। ହିଣ୍ଡେନବର୍ଗ ରିପୋର୍ଟ ପରେ ତାଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆସିଥିଲା।

Advertisment

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଚଳିତ ମାସ ଶେଷ ଆଡ଼କୁ PAC ତାଙ୍କୁ ଡକାଇବାର ସମ୍ଭାବନା ରହିଛି। ଏଥିପାଇଁ ଖୁବ୍ ଶୀଘ୍ର ତାଙ୍କୁ ସମନ ପଠାଯିବ। କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ନେତୃତ୍ୱରେ ଥିବ  PAC ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ମଧ୍ୟ ସମନ କରିପାରେ। 

ଅଗଷ୍ଟ 29ରେ ସଂସଦର PAC ବୈଠକରେ ଅନେକ ସଦସ୍ୟ SEBIର କାର୍ଯ୍ୟକାରିତା ଏବଂ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ଦାବି କରିଥିଲେ। ଏହା ପରେ ସମଗ୍ର ବିଷୟ PACର ଏଜେଣ୍ଡାରେ ସାମିଲ ହୋଇଥିଲା। 

Advertisment

ଗତ ମାସ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ବିରୁଦ୍ଧରେ ରିପୋର୍ଟ ପ୍ରକାଶ କରିଥିଲା ହିଣ୍ଡେନବର୍ଗ। ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ଉଭୟଙ୍କ ଅଂଶଧନ (ଶେଆର୍) ରହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ହିଣ୍ଡେନବର୍ଗ ରିସର୍ଚ୍ଚ ଦାବି କରିଥିଲା।

ଏହା ବ୍ୟତୀତ କଂଗ୍ରେସ ଗତ ମାସରେ ଅଭିଯୋଗ କରିଥିଲା ଯେ, ବୁଚ୍ 2017ରେ ମାର୍କେଟ ରେଗୁଲେଟରର ଜଣେ ପୂର୍ଣ୍ଣକାଳୀନ ସଦସ୍ୟ ହେବା ପରେ ICICI ବ୍ୟାଙ୍କରୁ 2017ରୁ 2024 ମଧ୍ୟରେ 16.80 କୋଟି ଟଙ୍କା ନେଇଥିଲେ। ଏ ସମସ୍ତ ଅଭିଯୋଗ ଉପରେ ତଦନ୍ତ ପାଇଁ PAC ସଦସ୍ୟମାନେ ଦାବି କରିଥିଲେ। 

SEBI Chief PAC Parliament Panel Hindenburg