ବଜାରରୁ ଆଳୁ ଉଭାନ, କିଲୋ ୬୦ ଛୁଇଁଲା

ଆଳୁକୁ ନେଇ ଏବେ ବି ଟେନସନ୍ ଲାଗି ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଖାଁ ଖାଁ । ଫଳରେ ଟୁଇନ୍‌ ସିଟିରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢ଼ି ଯାଇଛି।

Patato

ଆଇଗଣିଆ ଗୋଦାମରେ ନାଁକୁ ମାତ୍ର ଆଳୁ ପଡ଼ିଛି।

Niharika Rout
  • Published: Tuesday, 06 August 2024
  • Updated: 06 August 2024, 01:50 PM IST

Sports

Latest News

ପୁଣି ସାରା ରାଜ୍ୟରେ ଦେଖାଦେଲାଣି ଆଳୁ ସଙ୍କଟ। ଆଳୁ ଦରରେ ଲାଗିଲାଣି ନିଆଁ । ଆଳୁକୁ ନେଇ ଏବେ ବି ଟେନସନ୍ ଲାଗି ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଖାଁ ଖାଁ । ଫଳରେ ଟୁଇନ୍‌ ସିଟିରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢ଼ି ଯାଇଛି। ବଜାରରୁ ଆଳୁ ଉଭାନ ହୋଇଯାଇଥିବା ବେଳେ କାଁ ଭାଁ ଯେଉଁଠି ଅଛି କିଲୋ ପିଛା ୬୦ ଟଙ୍କାରେ ପହଞ୍ଚିଲାଣି।

ମୁଖ୍ୟତଃ ପଶ୍ଚିମବଙ୍ଗ ଏବେବି ଆଳୁ ଗାଡ଼ି ଓଡ଼ିଶାକୁ ଛାଡ଼ୁ ନ ଥିବା ବେଳେ ଉତ୍ତରପ୍ରଦେଶ ଆଳୁର ଦାମ ଅଧିକ ଥିବା ବେଳେ ଚାହିଦା ନାହିଁ। ଏଥିସହ ଉତ୍ତରପ୍ରଦେଶରୁ ଆବଶ୍ୟକ ମୁତାବକ ଆଳୁ ଗାଡ଼ି ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚି ପାରୁନି।

ଏହାର ସିଧା ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିଛି। ଫଳରେ ଗତ ୩ ଦିନ ହେଲାଣି ଓଡ଼ିଶାରେ ଆଳୁ ଗାଡ଼ି ପହଞ୍ଚି ନ ଥିବାରୁ କଟକ ଓ ଭୁବନେଶ୍ୱରରେ ଥିବା ଆଳୁ ଗୋଦାମ ଖାଲି। ତେଣୁ କେଉଁଠି ୫୦ ତ କେଉଁଠି ୬୦ରେ ପହଞ୍ଚିଲାଣି ଆଳୁ ଦର।

Also Read

ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଆଜି ବଜାରରେ ଆଳୁ ନାହିଁ। ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଯୋଗୁ ବ୍ୟବସାୟୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ଏହାକୁ ରାଜ୍ୟବାସୀ ଗ୍ରହଣ କରି ପାରୁ ନାହାନ୍ତି। ଫଳରେ ବିକ୍ରି ନ ହୋଇ ପଚି ଯାଉଛି। ଏହାବାଦ ଗତକାଲି ୩ଶହ ଗାଡ଼ି ପଶ୍ଚିମବଙ୍ଗର ବର୍ଡରରେ ପହଞ୍ଚିଥିଲେ ବି ତାହା ଅତିକ୍ରମ କରି ପାରି ନ ଥିଲା । ଫଳରେ ତାହା ଫେରି ଯାଇଛି।

ଏବେ ବଜାରରେ ଆଳୁ ନ ଥିବା ବେଳେ ଆଳୁ ଗାଡ଼ି ଆସି ପହଞ୍ଚିବାକୁ ଆହୁରି ୭ ଦିନ ଲାଗିବ । କାରଣ ଆଳୁ ପ୍ରଥମେ କୋଲ୍ଡ ଷ୍ଟୋରରୁ ବାହାରିବ, ଶୁଖା ହେବ, ବଛା ହେବ, ପ୍ୟାକିଂ ହେବା ନିମନ୍ତେ ଦୁଇ ଦିନ ଲାଗିବ । ଏହାପରେ ଲୋଡିଂ ହୋଇ ଓଡ଼ିଶାରେ ପହଞ୍ଚିବାକୁ ଆହୁରି ୫ ଦିନ ଲାଗିବ । ତେଣୁ ଏହା ମଧ୍ୟରେ ଲୋକଙ୍କ ଆବଶ୍ୟକତାକୁ କିପରି ପୂରଣ କରାଯିବ ତାହା ଏକ ଚ୍ୟାଲେଞ୍ଜ ।

ଓଡ଼ିଶାର କୋଲ୍ଡ ଷ୍ଟୋରରେ ପ୍ରାୟ ୧୫ ହଜାର ଟନ ଆଳୁ ମହଜୁଦ ଥାଇପାରେ। ତାହା ୩ ଦିନର ଆବଶ୍ୟକତା ମେଣ୍ଟାଇପାରେ। ଏହାପରେ ସରକାର ଯାହା ପଦକ୍ଷେପ ନେବେ ସେହି ହିସାବରେ କାର୍ଯ୍ୟ କରିବୁ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ।

ତେବେ ପଶ୍ଚିମବଙ୍ଗ ସରକାର ବ୍ଲାକ୍‌ମେଲ କରିବାରୁ ଉତ୍ତରପ୍ରଦେଶରୁ ଆସୁଛି ଆଳୁ। ବର୍ତ୍ତମାନ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି ଗତକାଲି କହିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ମାତ୍ର ଆଜି ହଠାତ୍‌ ଆଳୁ ଦାମ ବଢ଼ିବା ଖବର ଶୁଣି ସାଧାରଣ ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇଛି। ସବୁ ପରିବା ସମେତ ଆଳୁ ଦାମ ଉପରମୁହାଁ ଥିବାରୁ ଲୋକେ ମହଙ୍ଗା ମାଡ଼ରେ ଛଟପଟ ହେଉଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story