ମୁକୁଟ ପିନ୍ଧିବେ ସଚ୍ଚୋଟ ଟିକସଦାତା

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର) ଯେଉଁମାନେ ନିୟମିତ ଟିକସ ପ୍ରଦାନ କରୁଛନ୍ତି ସେମାନଙ୍କୁ ସରକାର ସଚ୍ଚୋଟତାର ମୁକୁଟ ପିନ୍ଧାଇବେ। ଭାରତରେ ଅତି କମ୍ ସଂଖ୍ୟକ ଲୋକ ଆୟକର ଦାଖଲ କରୁଥିବା ବେଳେ ଏହି ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ସରକାର ଏଭଳି ଏକ  ନୂଆ ପ୍ରୟାସ ସମ୍ପର୍କରେ ବିଚାର କରୁଛନ୍ତି। କଳାଧନ କାରବାର ବନ୍ଦ କରିବା, ଟିକସ ଫାଙ୍କି ରୋକିବା ଏବଂ ଉଚ୍ଚ ଆୟବର୍ଗର ଲୋକଙ୍କୁ ଟିକସ ପରିସରଭୁକ୍ତ କରିବା ପାଇଁ ସରକାର ଏଭଳି ବିଚାର କରୁଛନ୍ତି ବୋଲି […]

taxpayer-new

taxpayer-new

Rakesh Mallick
  • Published: Monday, 15 October 2018
  • Updated: 15 October 2018, 07:45 PM IST

Sports

Latest News

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର) ଯେଉଁମାନେ ନିୟମିତ ଟିକସ ପ୍ରଦାନ କରୁଛନ୍ତି ସେମାନଙ୍କୁ ସରକାର ସଚ୍ଚୋଟତାର ମୁକୁଟ ପିନ୍ଧାଇବେ। ଭାରତରେ ଅତି କମ୍ ସଂଖ୍ୟକ ଲୋକ ଆୟକର ଦାଖଲ କରୁଥିବା ବେଳେ ଏହି ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ସରକାର ଏଭଳି ଏକ  ନୂଆ ପ୍ରୟାସ ସମ୍ପର୍କରେ ବିଚାର କରୁଛନ୍ତି। କଳାଧନ କାରବାର ବନ୍ଦ କରିବା, ଟିକସ ଫାଙ୍କି ରୋକିବା ଏବଂ ଉଚ୍ଚ ଆୟବର୍ଗର ଲୋକଙ୍କୁ ଟିକସ ପରିସରଭୁକ୍ତ କରିବା ପାଇଁ ସରକାର ଏଭଳି ବିଚାର କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏଥିପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଅଧିନରେ ଏକ କମିଟି ଗଠନ କରାଯାଇଛି। କେଉଁମାନେ ସଚ୍ଚୋଟ ଉପାୟରେ ନିୟମିତ ଟିକସ ପୈଠ କରୁଛନ୍ତି ଏବଂ ସଚ୍ଚୋଟତା ମାପିବାର ମାନଦଣ୍ଡ କ’ଣ ରହିବ ତାହା ଏହି କମିଟି ନିର୍ଦ୍ଧାରଣ କରିବ। ଖୁବ୍ ଶୀଘ୍ର ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos