Advertisment

ବିପଦରେ ପେଟିଏମ୍, କମ୍ପାନୀ ମାଲିକଙ୍କୁ ବ୍ଲାକମେଲ୍

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଜି ଏମିତି ଏକ ସମୟ ଆସିଛି ଯେ, ଗଳି କନ୍ଦି ଯେଉଁ ଦୋକାନ ଦେଖିଲେ ସବୁଠି ଲେଖା ହୋଇଛି ଗୋଟିଏ କଥା।- paytm accepted here। ପେଟିଏମ ଆଜି ହେଉଛି ଦେଶର ସର୍ବ ବୃହତ ମୋବାଇଲ୍ ୱାଲେଟ୍। ଏହାର ମାଲିକ ହେଉଛନ୍ତି ବିଜୟ ଶେଖର ଶର୍ମା। ପଢ଼ନ୍ତୁ ତାଙ୍କ ସହ କିଭଳି କାଣ୍ଡ ଭିଆଇଛନ୍ତି ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀ। ସୂଚନା ଅନୁସାରେ ପେଟିଏମ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ […]

ବିପଦରେ ପେଟିଏମ୍, କମ୍ପାନୀ ମାଲିକଙ୍କୁ ବ୍ଲାକମେଲ୍

pppp

Advertisment
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଜି ଏମିତି ଏକ ସମୟ ଆସିଛି ଯେ, ଗଳି କନ୍ଦି ଯେଉଁ ଦୋକାନ ଦେଖିଲେ ସବୁଠି ଲେଖା ହୋଇଛି ଗୋଟିଏ କଥା।- paytm accepted here। ପେଟିଏମ ଆଜି ହେଉଛି ଦେଶର ସର୍ବ ବୃହତ ମୋବାଇଲ୍ ୱାଲେଟ୍।
Advertisment
ଏହାର ମାଲିକ ହେଉଛନ୍ତି ବିଜୟ ଶେଖର ଶର୍ମା। ପଢ଼ନ୍ତୁ ତାଙ୍କ ସହ କିଭଳି କାଣ୍ଡ ଭିଆଇଛନ୍ତି ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀ।
ସୂଚନା ଅନୁସାରେ ପେଟିଏମ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ବିଜୟ ଶେଖର ଶର୍ମାଙ୍କ ବ୍ୟକ୍ତିଗତ ଲ୍ୟାପ୍‌ଟପ୍ ଚୋରି କରିନେଇଛନ୍ତି ତାଙ୍କ କମ୍ପାନୀର କମ୍ୟୁନିକେଶନ ଉପସଭାପତି ସୋନିଆ ଧାୱନ। ସେଥିରୁ ବହୁ ଗୁପ୍ତ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରି ତାଙ୍କୁ ବ୍ଲାକ୍‌ମେଲ୍ କରୁଛନ୍ତି। ଏଥିପାଇଁ ତାଙ୍କୁ ୨୦ କୋଟି ଟଙ୍କା ମଧ୍ୟ ମାଗିଛନ୍ତି।
Advertisment
ପୁଲିସ କହିବା ଅନୁସାରେ ଯେଉଁ ସବୁ ତଥ୍ୟ ଚୋରି ହୋଇଛି ତାହା କମ୍ପାନୀର ପ୍ରତିଷ୍ଠାକୁ ଭୁଶୁଡ଼େଇ ଦେଇପାରେ। ୧୨୮ ଜିବିର ଏହି ତଥ୍ୟ ପାଖା ପାଖି ୧୦୦୦ ପୃଷ୍ଠା ବିଶିଷ୍ଟ।
ବିଜୟ ଶେଖର ଶର୍ମା ବ୍ୟବହାର କରୁଥିବା କେତେକ ପାସୱାର୍ଡ, ଇମେଲ୍, ପେଟିଏମ୍‌ ଆକାଉଣ୍ଟ୍ ପିନ୍‌, କ୍ୟାଶକାର୍ଡ ସେଥିରେ ରହିଛି। କମ୍ପାନୀର ବିଜ୍‌ନେସ୍ ମଡେଲ୍, ନୂଆ ଯୋଜନା, ବିଜ୍‌ନେସ୍ ଷ୍ଟ୍ରାଟେଜି ସମ୍ପର୍କରେ ସେଥିରେ ତଥ୍ୟ ରହିଛି।
ଏହି ଘଟଣା ପରେ କମ୍ପାନୀ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଦର୍ଶାଇଛି ଯେ, ପେଟିଏମ୍‌ ୟୁଜରଙ୍କ ତଥ୍ୟ ସୁରକ୍ଷିତ ରହିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ସାମିଲ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉକ୍ତ ମହିଳା କର୍ମଚାରୀ ସୋନିଆ ଧାୱନ(୩୨) ଙ୍କ ସମେତ ଅନ୍ୟ ଦୁଇ ଜଣ ହେଲେ ଧାୱନଙ୍କ ସ୍ୱାମୀ ରୋପକ ଜୈନ୍(୩୮) ଏବଂ କମ୍ପାନୀର ଆଉ ଜଣେ ବ୍ୟକ୍ତି ଦେବେନ୍ଦ୍ର କୁମାର(୩୦)।
ଏହି ତୃତୀୟ ବ୍ୟକ୍ତିଜଣଙ୍କର ପୁଣି ରହିଛି ଲମ୍ବା ଇତିହାସ। ପ୍ରଥମେ ଦେବେନ୍ଦ୍ର କୁମାର କାଳେ କମ୍ପାନୀରେ ପିଅନ ଭାବେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ କଠିନ ପରିଶ୍ରମ ବଳରେ ସେ ପରବର୍ତ୍ତୀ ସମୟରେ ମ୍ୟାନେଜର ପଦ ପାଇଥିଲେ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe