Advertisment

ଇସ୍ତଫା ଦେଲେ Paytmର ଅଧ୍ୟକ୍ଷ ବିଜୟ ଶେଖର ଶର୍ମା

ମାର୍ଚ୍ଚ ୧୫ ପରେ Paytm କାମ କରିବ ନାହିଁ ବୋଲି ଆରବିଆଇ ଘୋଷଣା କରିଥିଲା। ଏହି ସମୟସୀମା ପାଖେଇ ଆସୁଥିବା ବେଳେ ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି।

Paytm

Paytm

Advertisment

ମାର୍ଚ୍ଚ ୧୫ ଡେଡ ଲାଇନ ପୂର୍ବରୁ Paytmର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି। ସେ ଆଜି Paytm ପେମଣ୍ଟସ ବ୍ୟାଙ୍କର ଚେୟାରମ୍ୟାନ ପଦ ଛାଡ଼ିଛନ୍ତି।

Advertisment

ମାର୍ଚ୍ଚ ୧୫ ପରେ Paytm କାମ କରିବ ନାହିଁ ବୋଲି ଆରବିଆଇ ଘୋଷଣା କରିଥିଲା। ଏହି ସମୟସୀମା ପାଖେଇ ଆସୁଥିବା ବେଳେ ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି। Paytmର ମୂଳ କମ୍ପାନୀ ୱାନ ୯୭ କମ୍ୟୁନିକେସନ ଲିଃ(OCL) ମଧ୍ୟ Paytm ପେମେଣ୍ଟସ ବ୍ୟାଙ୍କ ଲିଃ(ପିପିବିଏ) ତା’ର ବୋର୍ଡକୁ ପୁର୍ନଗଠନ କରିଛି ବୋଲି ମଧ୍ୟ ଘୋଷଣା କରିଛି।

ବିଜୟ ଶେଖର ଶର୍ମା Paytmର ପାର୍ଟ ଟାଇମ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାମ କରୁଥିଲେ। ଆରବିଆଇ ଜାରି କରିଥିବା ଗାଇଡଲାଇନକୁ ପାଳନ କରୁ ନଥିବାରୁ Paytm ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପ୍ରଥମେ ଫେବୃଆରୀ ୨୯ ପରେ Paytmରେ ହୋଇପାରିବନି ଡିପୋଜିଟ୍ ଓ କାମ ଦେବନି ୱାଲେଟ ବ୍ୟବସ୍ଥା। ତେବେ Paytmରେ ଥିବା ଗ୍ରାହକଙ୍କ ଟଙ୍କା ସରିବା ଯାଏ ଏହାକୁ ସେ ବ୍ୟବହାର କରିପାରିବ ବୋଲି ଆରବିଆଇ କହିଥିଲା। ପରବର୍ତ୍ତୀ ଅବସ୍ଥାରେ ଏହି ସମୟସୀମାକୁ ମାର୍ଚ୍ଚ ୧୫କୁ ବୃଦ୍ଧି କରାଯାଇଛି।

Advertisment

ଆଜି OCL ଗୋଟିଏ ବିବୃତିରେ କହିଛି ଯେ ବିଜୟ ଶେଖର ଶର୍ମା Paytmର ବୋର୍ଡରୁ ଇସ୍ତଫା ଦେଇଛନ୍ତି। ପିପିବିଏ ଆମକୁ ସୂଚନା ଦେଇଛି ଯେ ସେମାନେ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବା ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ।

ଅନ୍ୟପକ୍ଷରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସ ଶ୍ରୀଧର, ଅବସରପ୍ରାପ୍ତ ଆଇଏଏସ ଦେବେନ୍ଦ୍ରନାଥ ଷଡ଼ଙ୍ଗୀ, ବ୍ୟାଙ୍କ ଅଫ ବରୋଦାର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗ ଓ ପୂର୍ବତନ ଆଇଏଏସ ରଜନୀ ସେଖ୍ରୀ ସିବଲ Paytmରେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ସାମିଲ ହୋଇଛନ୍ତି।

Paytm Paytm Payments Bank
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe