Advertisment

Paytmକୁ ୫.୪୯ କୋଟି ଟଙ୍କାର ଫାଇନ୍‌

ପ୍ରିଭେସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ସଂସ୍ଥା ନିୟମ ଉଲ୍ଲଙ୍ଘନ କରିଛି। ଏଥିପାଇଁ ୟୁନିଟ ପକ୍ଷରୁ Paytm ଉପରେ ୫.୪୯ କୋଟି ଟଙ୍କାର ଫାଇନ ଲାଗୁ କରାଯାଇଛି।

Paytm

Paytm

Advertisment

ସଙ୍କଟ ମଧ୍ୟରେ ଗତି କରୁଥିବା ଇନଷ୍ଟାଣ୍ଟ ପେମଣ୍ଟ ଆପ୍‌ Paytm Payments Bank Ltdକୁ ଆଉ ଏକ ଝଟକା ଲାଗିଛି। ଆର୍ଥିକ ଗୁଇନ୍ଦା ୟୁନିଟ-ଇଣ୍ଡିଆ (FIU-IND) Paytm ଉପରେ ବଡ଼ଧରଣର ଜୋରିମାନା ଲଗାଇଛି।

Advertisment

ପ୍ରିଭେସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ସଂସ୍ଥା ନିୟମ ଉଲ୍ଲଙ୍ଘନ କରିଛି। ଏଥିପାଇଁ ୟୁନିଟ ପକ୍ଷରୁ Paytm ଉପରେ ୫.୪୯ କୋଟି ଟଙ୍କାର ଫାଇନ ଲାଗୁ କରାଯାଇଛି।

FIU-INDର ସୂଚନା ମୁତାବକ ପେଟିଏମ ପିଏମଏଲଏ ଅଧୀନରେ ଥିବା ନିୟମକୁ ଉଲ୍ଲଙ୍ଘନ କରିଛି। ଏଥିସହ FIU-IND ନିର୍ଦ୍ଦେଶକ ଜାରି କରିଥିବା ଗାଇଡଲାଇନ ଅନୁସାରେ କାମ କରି ନାହିଁ।

Advertisment

ପ୍ରଥମେ ତଦନ୍ତକାରୀ ସଂସ୍ଥା ନିର୍ଦ୍ଦିଷ୍ଟ ଭାବେ ପେଟିଏମ ନିୟମ ଉଲ୍ଲଙ୍ଘନ କରିଥିବା ସୂଚନା ଦେଇଥିଲା। କିଛି ନିର୍ଦ୍ଦିଷ୍ଟ ସଂସ୍ଥା ଅନିୟମିତତା କରିଥିବା ମଧ୍ୟ କୁହାଯାଇଥିଲା। ଏଥିରେ ଅନଲାଇନ ଜୁଆ ଖେଳ ମଧ୍ୟ ରହିଥିଲା। ଏହାପରେ FIU-IND ତଥ୍ୟ ଯୋଗାଡ଼ କରିବା ଆରମ୍ଭ କରିଥିଲା।

କୁହାଯାଉଛି ଯେ ବେଆଇନ କାର୍ଯ୍ୟକଳାପ ଦ୍ୱାରା ଆୟ ହୋଇଥିବା ଅର୍ଥକୁ ପେଟିଏମ ଦ୍ୱାରା କାରବାର କରାଯାଇଥିଲା। ସବୁ କିଛିର ଦସ୍ତାବିଜ ମିଳିବା ପରେ FIU-IND ପକ୍ଷରୁ ପେଟିଏମକୁ ନୋଟିସ କରାଯାଇଥିଲା। ସଂସ୍ଥା ଏକାଧିକ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ନୋଟିସରେ ପ୍ରଶ୍ନ କରାଯାଇଥିଲା।

ପେଟିଏମ ପକ୍ଷରୁ ଏହାର ଜବାବ ଲିଖିତ ଭାବେ ଦିଆଯାଇଥିଲା। ସଂସ୍ଥା ମୌଖିକ ଭାବେ ମଧ୍ୟ ନିଜର ଯୁକ୍ତି ରଖିଥିଲା। ତଥାପି FIU-IND ନିର୍ଦ୍ଦେଶକଙ୍କୁ ସଂସ୍ଥାର ଯୁକ୍ତି ସନ୍ତୁଷ୍ଟ କରିପାରି ନଥିଲା। ତେଣୁ ପେଟିଏମ ଉପରେ FIU-IND ମୋଟ ୫.୪୯ କୋଟି ଟଙ୍କାର ଜୋରିମାନା ଲଗାଇଛି।

Paytm Payments Bank Paytm Paytm Payment APP Payment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe