Advertisment

ପୂଜାରେ ଗ୍ରାହକ ବୁଲୁଛନ୍ତି ଅନ୍‌ଲାଇନ୍ ଶୋ’ରୁମ୍

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଦଳିଲାଣି ବଜାରର ରୂପରେଖ। ବଦଳିଲାଣି ଗ୍ରାହକଙ୍କ ପସନ୍ଦ। ଏବେ ଶୋ’ରୁମ୍‌ରେ ଯେତିକି ଗହଳି ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ଗହଳି ତା’ଠୁ ବେଶି।  ପୂଜାରେ ଆଗରୁ ଲୋକେ ଫିଜିକାଲ୍ ଶୋ’ରୁମ୍ ବୁଲୁଥିବା ବେଳେ ଏବେ ବୁଲୁଛନ୍ତି ଅନ୍‌ଲାଇନ୍ ଶୋ’ରୁମ୍। ଚଳିତ ବର୍ଷ ଅକ୍ଟୋବର ୯ ରୁ ୧୪ ମାତ୍ର ୫ ଦିନରେ ଇ-କମର୍ସ ପ୍ଲାଟ୍‌ଫର୍ମରେ ପ୍ରାୟ ୧୫ ହଜାର କୋଟି ଟଙ୍କାର କାରବାର ହୋଇଛି। ବିଶେଷ କରି ଦୁଇ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ ଇଣ୍ଡିଆ […]

author-image
Jagamohan Maharana
ଅଦ୍ୟତନ ହୋଇଛି
ପୂଜାରେ ଗ୍ରାହକ ବୁଲୁଛନ୍ତି ଅନ୍‌ଲାଇନ୍ ଶୋ’ରୁମ୍

e-commerce-business-edit

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଦଳିଲାଣି ବଜାରର ରୂପରେଖ। ବଦଳିଲାଣି ଗ୍ରାହକଙ୍କ ପସନ୍ଦ। ଏବେ ଶୋ’ରୁମ୍‌ରେ ଯେତିକି ଗହଳି ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ଗହଳି ତା’ଠୁ ବେଶି।  ପୂଜାରେ ଆଗରୁ ଲୋକେ ଫିଜିକାଲ୍ ଶୋ’ରୁମ୍ ବୁଲୁଥିବା ବେଳେ ଏବେ ବୁଲୁଛନ୍ତି ଅନ୍‌ଲାଇନ୍ ଶୋ’ରୁମ୍।

Advertisment

ଚଳିତ ବର୍ଷ ଅକ୍ଟୋବର ୯ ରୁ ୧୪ ମାତ୍ର ୫ ଦିନରେ ଇ-କମର୍ସ ପ୍ଲାଟ୍‌ଫର୍ମରେ ପ୍ରାୟ ୧୫ ହଜାର କୋଟି ଟଙ୍କାର କାରବାର ହୋଇଛି। ବିଶେଷ କରି ଦୁଇ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ ଇଣ୍ଡିଆ ଏବଂ ଫ୍ଲିପ୍‌କାର୍ଟ ଅଧିକ ସଂଖ୍ୟକ ଗ୍ରାହକଙ୍କୁ ଆକୃଷ୍ଠ କରିଛନ୍ତି।

ଗତ ବର୍ଷ ସମାନ ସମୟରେ ଏହା ପାଖାପାଖି ୧୦,୩୨୫ କୋଟି ଟଙ୍କା ଥିଲା। ରେଡ୍‌ସର୍‌ କନ୍‌ସଲ୍ଟିଂ ନାମକ ଏକ ସଂସ୍ଥା ଏଭଳି ଆକଳନ କରିଛି।

Advertisment

ଏହାକୁ ନେଇ  ଆମାଜନ ଇଣ୍ଡିଆର ସିନିୟର ଭାଇସ୍ ପ୍ରେସିଡେଣ୍ଟ୍ ଅମିତ୍ ଅଗ୍ରୱାଲ କହିଛନ୍ତି, ଆଶ୍ଚର୍ଯ୍ୟର କଥା ହେଲା ୮୦% ଗ୍ରାହକ ‍ଛୋଟ ଛୋଟ ସହରରୁ ଅର୍ଡର କରୁଛନ୍ତି।

ସେହିପରି ଫ୍ଲିପ୍‌କାର୍ଟର କହିବା ଅନୁସାରେ ଏହି ୫ ଦିନ ମଧ୍ୟରେ ସମଗ୍ର ଇ-କମର୍ସ ମାର୍କେଟ୍‌ରେ ଏହାର ୭୦% ଅଂଶ ରହିଛି।