Advertisment

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପ୍ରାୟ ୨୨ ଦିନ ମହଲତ ଦେବା ପରେ ପୁଣି ପେଟ୍ରୋଲ ଦର ବୃଦ୍ଧି କରିଛନ୍ତି ସରକାରୀ ତୈଳ କମ୍ପାନୀ। ଏହା ସହିତ ଡିଜେଲ ଦର ମଧ୍ୟ ସପ୍ତାହରେ ଚତୁର୍ଥ ଥର ପାଇଁ ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡ଼ିକ ତରଫରୁ ଜାରି ନୂଆ ଦର ଅନୁସାରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୨୫ ପଇସା ଓ ୨୮ ପଇସା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରେ ଅଶୋଧିତ ତୈଳ ଦରବୃଦ୍ଧି ଯୋଗୁଁ ଭାରତରେ ପେଟ୍ରୋଲ ଓ […]

author-image
Debendra Prusty
ଅଦ୍ୟତନ ହୋଇଛି
ପେଟ୍ରୋଲ ୭୫ ଓ ଡିଜେଲ ୬୮ ଟଙ୍କାରେ ହେବ ବିକ୍ରି!

Petrol

ନୂଆଦିଲ୍ଲୀ: ପ୍ରାୟ ୨୨ ଦିନ ମହଲତ ଦେବା ପରେ ପୁଣି ପେଟ୍ରୋଲ ଦର ବୃଦ୍ଧି କରିଛନ୍ତି ସରକାରୀ ତୈଳ କମ୍ପାନୀ। ଏହା ସହିତ ଡିଜେଲ ଦର ମଧ୍ୟ ସପ୍ତାହରେ ଚତୁର୍ଥ ଥର ପାଇଁ ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡ଼ିକ ତରଫରୁ ଜାରି ନୂଆ ଦର ଅନୁସାରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୨୫ ପଇସା ଓ ୨୮ ପଇସା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରେ ଅଶୋଧିତ ତୈଳ ଦରବୃଦ୍ଧି ଯୋଗୁଁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି ବୋଲି ତୈଳ କମ୍ପାନୀଗୁଡ଼ିକ ସଫେଇ ଦେଇଛନ୍ତି।

Advertisment

ଏହି ଦରବୃଦ୍ଧି ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୩୯ ଟଙ୍କା ହୋଇଥିବାବେଳେ ମୁମ୍ବାଇରେ ୧୦୭.୪୭ ଟଙ୍କା ହୋଇଛି। ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୧.୮୭ ଟଙ୍କା ଓ ଚେନ୍ନାଇରେ ୯୯.୧୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଏହିସବୁ ମହାନଗରରେ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୮୯.୫୭ ଟଙ୍କା, ମୁମ୍ବାଇରେ ୯୭.୨୧ ଟଙ୍କା, କୋଲକାତାରେ ୯୨.୬୭ ଟଙ୍କା ଓ ଚେନ୍ନାଇରେ ୯୪.୧୭ ଟଙ୍କାକୁ ବୃଦ୍ଧି ପାଇଛି। ବେଙ୍ଗାଲୁରୁରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୪.୯୨ ଟଙ୍କା ଓ ୯୫.୦୬ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ହାଇଦ୍ରାବାଦରେ ଏହା ଯଥାକ୍ରମେ ୧୦୫.୪୮ ଟଙ୍କା ଓ ୯୭.୭୪ ଟଙ୍କା ହୋଇଛି।

ରାଜସ୍ତାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ଦେଶରେ ସର୍ବାଧିକ। ସେଠାରେ ପେଟ୍ରୋଲି ଲିଟର ପିଛା ୧୧୩.୩୦ ଟଙ୍କାରେ ପହଞ୍ଚିଛି। ସେହି ସହରରେ ଡିଜେଲ ଦର ମଧ୍ୟ ୧୦୩.୩୪ ଟଙ୍କାରେ ହୋଇଛି। ମଧ୍ୟ ପ୍ରଦେଶରେ ରେବା ଓ ଅନ୍ନୁପୁରରେ ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ ୧୧୨.୨୭ ଓ ୧୧୨.୬୭ ଟଙ୍କାରେ ପହଞ୍ଚିଛି। ଏହି ଦୁଇ ଜିଲ୍ଲାରେ ଡିଜେଲ ଦର ମଧ୍ୟ ଲିଟର ପିଛା ଯଥାକ୍ରମେ ୧୦୦.୬୯ ଓ ୧୦୧.୦୬ ଟଙ୍କାରେ ପହଞ୍ଚିଛି।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ତିନି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ପେଟ୍ରୋଲିୟମ କର୍ପୋରେସନ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଓ ଇଣ୍ଡିଆନ ଅଏଲ କର୍ପୋରେସନ ହିଁ ଦେଶର ପ୍ରମୁଖ ତୈଳ ବଜାର ନିୟନ୍ତ୍ରଣ କରିଥାନ୍ତି। ଏହି ତିନି କମ୍ପାନୀ ପ୍ରାୟ ପ୍ରତିଦିନ ଜାତୀୟ ଓ ଅନ୍ତର୍ଜାତୀୟ ବଜାରର ତୈଳ ଦର ଉପରେ ସମୀକ୍ଷା କରି ସେହି ଅନୁସାରେ ଦେଶୀ ବଜାରରେ ଦର ଧାର୍ଯ୍ୟ କରିଥାନ୍ତି।

ପେଟ୍ରୋଲି ଓ ଡିଜେଲକୁ ଭାରତ ସରକାର ଯଦି ଜିଏସଟି ପରିସରଭୁକ୍ତ କରନ୍ତେ ତେବେ ସମଗ୍ର ଦେଶରେ ଏହାର ଦର ଲିଟର ପିଛା ଅତି କମରେ ୪୦ ଟଙ୍କା ହ୍ରାସ ପାଆନ୍ତା। ମାତ୍ର ରାଜ୍ୟଗୁଡ଼ିକର ବିରୋଧ ଯୋଗୁଁ ଏହା ଜିଏସଟି ପରିସରଭୁକ୍ତ ହେଉନାହିଁ ବୋଲି କେନ୍ଦ୍ର ସରକାର ଯୁକ୍ତି ରଖୁଛନ୍ତି। ସଂପ୍ରତି କେନ୍ଦ୍ର ସରକାର ତୈଳ ଉପରୁ ଉତ୍ପାଦନ ଶୁଳ୍କ ସମେତ ଅନ୍ୟାନ୍ୟ ଉପଟିକସ ଏବଂ ରାଜ୍ୟ ସରକାରଗୁଡ଼ିକ ଭାଟ୍‌ ଆଦାୟ କରୁଛନ୍ତି। ଉଭୟ ସ୍ତରର ସରକାର ପେଟ୍ରୋଲ ଉପରୁ ମୋଟ ଉପରେ ପ୍ରାୟ ୬୦ ଟଙ୍କା ଆଦାୟ କରୁଛନ୍ତି। ତେଣୁ ଭାରତରେ ଏହାର ଦର ଶହେ ପାର କରିଗଲାଣି।

Petrol Price Hike Price Hike