Advertisment

ଲୋକଙ୍କୁ ମିଳିବ ଖୁସି ଖବର, ଖୁବଶୀଘ୍ର କମିବ ତୈଳଦର!

ଅର୍ଥ ଓ ତୈଳ ମନ୍ତ୍ରଣାଳୟ ବର୍ତ୍ତମାନ ଅଶୋଧିତ ତୈଳ ଦାମ ଉପରେ ନଜର ରଖିଛନ୍ତି। ଓଏମସିଗୁଡ଼ିକ ପାଉଥିବା ଲାଭ ଓ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ମନ୍ତ୍ରଣାଳୟ ଆଲୋଚନା କରୁଛନ୍ତି।

author-image
Hemant Lenka
Petrol

Petrol

ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଖବୁଶୀଘ୍ର ଖୁସି ଖବର ମିଳିପାରେ। କାରଣ ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ସମୟ ହେଲା ବର୍ଦ୍ଧିତ ତୈଳ ଦର ଯୋଗୁ ସମସ୍ୟାରେ ପଡ଼ୁଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ପେଟ୍ରୋଲ ଓ ଡିଜେଲର ଦାମ କମିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ଆଗକୁ ସାଧାରଣ ନିର୍ବାଚନ ରହିଛି। ଏପରି ସ୍ଥିତିରେ ଅଶୋଧିତ ତୈଳ ଦରର ଦାମ ମଧ୍ୟ କମିଛି। ତେଣୁ ଏହାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରୀ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ହ୍ରାସ ପାଇବ। ତୈଳ ମାର୍କେଟିଂ କମିଟି (ଓଏମସି) ଏବେ ଉଭୟ ପେଟ୍ରୋଲ ଓ ଡିଜେଲରୁ ଅଧିକରୁ ଅଧିକ ଲାଭ ପାଇବାରେ ଲାଗିଛି। ତେଣୁ ସରକାର ଏହି ଲାଭରୁ କିଛି ଫାଇଦା ଲୋକଙ୍କୁ ଦେବାକୁ ଚାହୁଁଛନ୍ତି।

Advertisment

ଅର୍ଥ ଓ ତୈଳ ମନ୍ତ୍ରଣାଳୟ ବର୍ତ୍ତମାନ ଅଶୋଧିତ ତୈଳ ଦାମ ଉପରେ ନଜର ରଖିଛନ୍ତି। ଓଏମସିଗୁଡ଼ିକ ପାଉଥିବା ଲାଭ ଓ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ମନ୍ତ୍ରଣାଳୟ ଆଲୋଚନା କରୁଛନ୍ତି।

ଏବେ ଓଏମସିଗୁଡ଼ିକ ପେଟ୍ରୋଲ ଲିଟର ପିଛା ୮ରୁ ୧୦ ଟଙ୍କା ଲାଭ ପାଉଛି। ସେହିପରି ଗୋଟିଏ ଲିଟର ଡିଜେଲରୁ ସଂସ୍ଥାଗୁଡ଼ିକୁ ୩ରୁ ୪ ଟଙ୍କା ଫାଇଦା ମିଳୁଛି। ୨୦୨୨ରେ ପେଟ୍ରୋଲ ଲିଟର ପିଛା ୧୭ ଟଙ୍କା ଓ ଡିଜେଲ ଲିଟର ପିଛା ୩୫ ଟଙ୍କା କ୍ଷତିରେ ଓଏମସିଗୁଡ଼ିକ ଲୋକଙ୍କୁ ତୈଳ ଯୋଗାଇ ଦେଉଥିଲେ। ଏବେ କିନ୍ତୁ କ୍ଷତିର ପରିମାଣ ହ୍ରାସ ପାଇବାରେ ଲାଗିଛି।

ବିଗତ ୩ଟି ତ୍ରୈମାସିକରେ ଅନେକ ଲାଭ ମିଳିଛି। ଆଇଓସି, ଏଚପିସିଏଲ ଓ ବିପିସିଏଲ ଗତ କ୍ୱାର୍ଟରରେ ୨୮ ହଜାର କୋଟି ଟଙ୍କା ଲାଭ କରିଛନ୍ତି। ତେଣୁ ଏହାର କିଛି ଅଂଶ ଲୋକଙ୍କୁ ଦେବା ପାଇଁ ସରକାର ଚାହୁଁଛନ୍ତି। ଦର ହ୍ରାସ ପାଇଲେ ସରକାର ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସଫଳ ହେବେ।

ବର୍ଷେରୁ ଅଧିକ ସମୟ ହେଲା ପୂରା ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ସ୍ଥିର ରହିଛି। ଗତବର୍ଷ ମେ’ ୨୧ରେ ଶେଷଥର ପାଇଁ ତୈଳ ଦର ହ୍ରାସ ପାଇଥିଲା। ପେଟ୍ରୋଲ ଉପରୁ ୮ ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କାର ସୀମା ଶ୍ଳୁକ ଛାଡ଼ କରାଯିବାରୁ ତୈଲ ଦାମ କମିଥିଲା। 

Petrol Price Cheaper Petrol