/odisha-reporter/media/post_attachments/uploads/2020/09/Petrol.jpg)
Petrol
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମ ଲଗାତାର ଭାବରେ ବଢ଼ି ଚାଲିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ବଢ଼ୁଥିବାରୁ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିଛି। ରବିବାର ପେଟ୍ରୋଲ ଲିଟର ପିଛା ୮ ପଇସା ଏବଂ ଡିଜେଲ୍ ୧୯ ପଇସା ବଢ଼ିଛି। ଲଗାତର ତିନି ଦିନ ହେବ ତେଲ ଦର ବଢ଼ୁଥିବା ଦେଖିବାକୁ ମିଳିଛି।
Advertisment
ଲଗାତର ତିନି ଦିନରେ ପେଟ୍ରୋଲ ୪୦ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ୬୧ ପଇସା ବୃଦ୍ଧି ହୋଇଛି। ତେଲ କମ୍ପାନୀର ରେଟ୍ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୮୧.୪୬ ପଇସା ହୋଇଥିବା ବେଳେ ଡିଜେଲ୍ ୧୯ ପଇସା ବୃଦ୍ଧି ହୋଇ ୭୧.୦୭ ପଇସା ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
