Advertisment

କମିବ ତେଲ ଦର, ପେଟ୍ରୋଲିୟମ ମନ୍ତ୍ରାଳୟ ଆରମ୍ଭ କଲା ପ୍ରସ୍ତୁତି

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବା ନେଇ ଖାଉଟି ସମେତ ସାଧାରଣ ଲୋକ ଏବେ ଚିନ୍ତାରେ। ତେଲ ଦର ବଢ଼ୁଥିବାରୁ ସାରା ଦେଶରେ ଖାଦ୍ୟ ସାମଗ୍ରୀ ସମେତ ବିଭିନ୍ନ ଜିନିଷର ଦରଦାମ ବଢ଼ୁଛି। ଯାହାକି ଚିନ୍ତାର କାରଣ ପାଲଟିଛି। ଏବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ୫୦ ପ୍ରତିଶତ ଉତ୍ପାଳ ଶୁଳ୍କ କମାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା ସୂଚନା ରହିଛି। ଯଦି ସରକାର ପେଟ୍ରୋଲିୟମ ବିଭାଗର ପ୍ରସ୍ତାବ ଗ୍ରହଣ କରିବେ ତା’ହେଲେ ପେଟ୍ରୋଲ ଓ ଡିଜେଲ […]

ଅଦ୍ୟତନ ହୋଇଛି
ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

petrol

Advertisment

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବା ନେଇ ଖାଉଟି ସମେତ ସାଧାରଣ ଲୋକ ଏବେ ଚିନ୍ତାରେ। ତେଲ ଦର ବଢ଼ୁଥିବାରୁ ସାରା ଦେଶରେ ଖାଦ୍ୟ ସାମଗ୍ରୀ ସମେତ ବିଭିନ୍ନ ଜିନିଷର ଦରଦାମ ବଢ଼ୁଛି। ଯାହାକି ଚିନ୍ତାର କାରଣ ପାଲଟିଛି। ଏବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ୫୦ ପ୍ରତିଶତ ଉତ୍ପାଳ ଶୁଳ୍କ କମାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା ସୂଚନା ରହିଛି। ଯଦି ସରକାର ପେଟ୍ରୋଲିୟମ ବିଭାଗର ପ୍ରସ୍ତାବ ଗ୍ରହଣ କରିବେ ତା'ହେଲେ ପେଟ୍ରୋଲ ଓ ଡିଜେଲ ଦର ୫ ଟଙ୍କା ଲେଖାଏଁ ଲିଟର ପିଛା କମିବ ବୋଲି ସୂଚନା ରହିଛି।

Advertisment

କୋଭିଡ୍ ପାଇଁ ଦେଶ ଲକଡାଉନ୍ ରହିଥିଲା। ଏହି ସମୟରୁ ଏଯାବତ ସରକାର ପେଟ୍ରୋଲର ଉତ୍ପାଦ ଶୁଳ୍କ ୧୦ ଟଙ୍କା ବୃଦ୍ଧି କରିଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ମଧ୍ୟ ଭାଟ୍ ବୃଦ୍ଧି କରିଛନ୍ତି। ଏବେ ଦାମ କମାଇବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ଦର କମାଇବା ଦରକାର। ମନ୍ତ୍ରଣାଳୟ କହିଛି ଯେ ଉତ୍ପାଦ ଶୁଳ୍କ ବ୍ୟତୀତ ତେଲ କମ୍ପାନୀଗୁଡ଼ିକୁ ମଧ୍ୟ ଦର କାଟି ଲୋକଙ୍କୁ ରିହାତି ଦେବା ଦରକାର।

କମ୍ୟୁନିଟି ସୋଶାଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲର ଏକ ସର୍ଭେ ଅନୁଯାୟୀ, କୋଭିଡ୍ ଯୋଗୁଁ ଅର୍ଥନୀତି ମାନ୍ଦା ହୋଇଛି। ଲୋକଙ୍କ ଆୟ କମିଛି। ଅନେକ ବେରୋଜଗାର ହୋଇଛନ୍ତି। ଏଭଳି ପରିସ୍ଥିତିରେ ତେଲ ଦର କମିଲେ ସେମାନେ ଆଶ୍ୱସ୍ତି ପାଇପାରିବେ। ପାଖାପାଖି ୬୯ ପ୍ରତିଶତ ଲୋକ ସର୍ଭେରେ କହିଛନ୍ତି ଯେ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ୨୦ ପ୍ରତିଶତ କିମ୍ବା ଛଅ ଟଙ୍କା କିମ୍ବା ତା’ଠାରୁ ଅଧିକ କମାଇବା ଉଚିତ। ଏହି ସର୍ଭେରେ ଦେଶର ୨୦୧ଟି ଜିଲ୍ଲାର ୯,୩୨୬ ଜଣଙ୍କୁ ନେଇ ସର୍ଭେ ହୋଇଥିଲା। ସେଥିମଧ୍ୟରୁ ୭୧ ପ୍ରତିଶତ ପୁରୁଷ ଏବଂ ୨୯ ପ୍ରତିଶତ ମହିଳା ଥିଲେ।

Advertisment

ତେବେ ଆଜି ତେଲ ଦର ବଢ଼ିନାହିଁ। ଦୁଇ ଦିନ ତଳେ କିନ୍ତୁ ଦର ବଢ଼ିଥିଲା। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୪.୨୦ ପଇସା ରହିଥିବା ବେଳେ ଡିଜେଲ ଦର ୭୪.୩୮ ପଇସା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe