Advertisment

କାହିଁକି ପେଟ୍ରୋଲ ଦର ₹୧୦୦ ? ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି। ପ୍ରିମିୟମ ପେଟ୍ରୋଲ ଦର ₹୧୦୦ ଛୁଇଁ ସାରିଥିବା ବେଳେ ଆଗକୁ ସାଧାରଣ ତେଲ ମଧ୍ୟ ଶତକ ମାରିବ ବୋଲି ଜଣାପଡ଼ିଛି। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ରଖିଛନ୍ତି। ପ୍ରମୁଖ ଦୁଇଟି କାରଣ ପାଇଁ ତେଲ ଦର ବଢ଼ୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଗୋଟିଏ ହେଲା […]

ଅଦ୍ୟତନ ହୋଇଛି
ତାଳଚେର ସାର କାରଖାନା ହେବ ଦେଶର ପ୍ରଥମ କୋଇଲା ଗ୍ୟାସିଫିକେସନ ଫ୍ୟାକ୍ଟ୍ରି

Dharmendra Pradhan

Advertisment

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି। ପ୍ରିମିୟମ ପେଟ୍ରୋଲ ଦର ₹୧୦୦ ଛୁଇଁ ସାରିଥିବା ବେଳେ ଆଗକୁ ସାଧାରଣ ତେଲ ମଧ୍ୟ ଶତକ ମାରିବ ବୋଲି ଜଣାପଡ଼ିଛି। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ରଖିଛନ୍ତି।

Advertisment

ପ୍ରମୁଖ ଦୁଇଟି କାରଣ ପାଇଁ ତେଲ ଦର ବଢ଼ୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଗୋଟିଏ ହେଲା ଅନ୍ତରାଷ୍ଟ୍ରୀୟ ବଜାରରେ ତେଲର ଉତ୍ପାଦନ କମିଛି ଏବଂ ଅନ୍ୟଟି ଅଧିକ ଲାଭ ପାଇବା ପାଇଁ ତେଲ ଉତ୍ପାଦନ କରୁଛନ୍ତି। ଏଥିପାଇଁ ଉପୋଭକ୍ତାଙ୍କୁ ଅଧିକ ଦାମ ଦେବାକୁ ପଡ଼ୁଛି।

https://twitter.com/ANI/status/1363455351887179776?s=20

ଦେଶବାସୀଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ସରକାର ଓପିଇସି ଏବଂ ଓପେକ ଦେଶ ସହିତ ଆଲୋଚନା କରୁଛନ୍ତି। ଦର ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଖୁବଶୀଘ୍ର ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଗୋଟିଏ ପଟେ ଦେଶ କୋଭିଡର ଶିକାର ହୋଇଛି। ଏବେ ଦେଶକୁ ଆଗକୁ ନେବାକୁ ହେଲେ ପାଣ୍ଠିର ଆବଶ୍ୟକତା ରହିଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ପଇସାକୁ ଏକାଠି କରୁଛନ୍ତି। ବିକାଶ କାମରେ ଖର୍ଚ୍ଚ କଲେ ଅନେକ ନିଯୁକ୍ତି ହେବ। ତେବେ ଦର ବୃଦ୍ଧି ସମସ୍ୟାର ସମାଧାନ ରାଜ୍ୟ ସରକାରରେ ଥିବା ଅର୍ଥମନ୍ତ୍ରୀ ଏହାର ବିକଳ୍ପ ରାସ୍ତା ତିଆରି କରିପାରିବେ।

ସୂଚନାଯୋଗ୍ୟ, ଭୋପାଲରେ ଏବେ ପ୍ରିମିୟମ ତେଲ ଦର ଲିଟର ପିଛା ୧୦୧.୧୧ ପଇସା ହୋଇଥିବା ବେଳେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ୧୦୦.୯୬ ପଇସା ଅତିକ୍ରମ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe