Advertisment

ଅନ୍‌ଲାଇନରେ କେମିତି ହେବ EPF ଟ୍ରାନ୍ସଫର, ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ ଯଦି କୌଣସି ସଂସ୍ଥା ବଦଳାଉଛନ୍ତି ତେବେ ଆପଣଙ୍କ ଭବିଷ୍ୟ ନିଧି ପାଣ୍ଠି ଅର୍ଥାତ୍‌ EPF ବଦଳାଇବା ନିହାତି ଜରୁରୀ। ସଂସ୍ଥା ବଦଳିଗଲେ ମଧ୍ୟ କର୍ମଚାରୀଙ୍କ ଗୋଟିଏ ମାତ୍ର ପିଏଫ୍‌ ଆକାଉଣ୍ଟ ରହିଥାଏ। ଯେଉଁଥିପାଇଁ କର୍ମଚାରୀଙ୍କୁ ଗୋଟିଏ ୟୁନିର୍ଭସାଲ ଆକାଉଣ୍ଟ ନମ୍ବର ଦିଆଯାଇଥାଏ। ଏଥିରେ ପିଏଫ୍‌ ସମ୍ବନ୍ଧିତ ସମସ୍ତ ତଥ୍ୟ ରହିଥାଏ। ଯାହା ଇପିଏଫ୍‌ଓ ପକ୍ଷରୁ ସମ୍ପୃକ୍ତ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥାଏ। ପୂର୍ବରୁ କର୍ମଚାରୀ ଚାକିରିରେ ଯୋଗ ଦେବା ବେଳେ ସମ୍ପୃକ୍ତ ସଂସ୍ଥା ନିଜ ନିଜ […]

ଅଦ୍ୟତନ ହୋଇଛି
ଅନ୍‌ଲାଇନରେ କେମିତି ହେବ EPF ଟ୍ରାନ୍ସଫର, ଜାଣନ୍ତୁ

EPFO

Advertisment

ନୂଆଦିଲ୍ଲୀ: ଆପଣ ଯଦି କୌଣସି ସଂସ୍ଥା ବଦଳାଉଛନ୍ତି ତେବେ ଆପଣଙ୍କ ଭବିଷ୍ୟ ନିଧି ପାଣ୍ଠି ଅର୍ଥାତ୍‌ EPF ବଦଳାଇବା ନିହାତି ଜରୁରୀ। ସଂସ୍ଥା ବଦଳିଗଲେ ମଧ୍ୟ କର୍ମଚାରୀଙ୍କ ଗୋଟିଏ ମାତ୍ର ପିଏଫ୍‌ ଆକାଉଣ୍ଟ ରହିଥାଏ। ଯେଉଁଥିପାଇଁ କର୍ମଚାରୀଙ୍କୁ ଗୋଟିଏ ୟୁନିର୍ଭସାଲ ଆକାଉଣ୍ଟ ନମ୍ବର ଦିଆଯାଇଥାଏ। ଏଥିରେ ପିଏଫ୍‌ ସମ୍ବନ୍ଧିତ ସମସ୍ତ ତଥ୍ୟ ରହିଥାଏ। ଯାହା ଇପିଏଫ୍‌ଓ ପକ୍ଷରୁ ସମ୍ପୃକ୍ତ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥାଏ। ପୂର୍ବରୁ କର୍ମଚାରୀ ଚାକିରିରେ ଯୋଗ ଦେବା ବେଳେ ସମ୍ପୃକ୍ତ ସଂସ୍ଥା ନିଜ ନିଜ କର୍ମଚାରୀଙ୍କୁ ପିଏଫ୍‌ ପ୍ରଦାନ କରିଥାନ୍ତି। ଯଦି କର୍ମଚାରୀଙ୍କ ପୂର୍ବରୁ EPF ଆକାଉଣ୍ଟ ଥାଏ ତାହା ପୂର୍ବ ଆକାଉଣ୍ଟ ସହ ଲିଙ୍କ କରାଯାଇଥାଏ। ବର୍ତ୍ତମାନ ଏଥିରେ ବଡ ଧରଣର ସୁଧାର ଅଣାଯାଇଛି। ଏବେ ସମ୍ପୃକ୍ତ ସଂସ୍ଥା ଅନ୍‌ଲାଇନ୍‌ ମାଧ୍ୟମରେ କର୍ମଚାରୀଙ୍କ ଇପିଏଫ୍‌ ଟ୍ରାନ୍ସଫର କରିପାରିବେ।

Advertisment

କିଭଳି ଅନ୍‌ଲାଇନ୍‌ରେ ଇଫିଏଫ୍‌ ଟ୍ରାନ୍ସଫର କରିବେ?

  • UAN ନମ୍ବର ଏବଂ ପାସୱାଡ ସହ ନିଜ EPF ଆକାଉଣ୍ଟ ଲଗ୍‌ଇନ୍‌ କରନ୍ତୁ।
  • ପେଜ୍‌ ଉପରେ ଦିଆଯାଇଥିବା ଟ୍ୟାବ୍‌ ମଧ୍ୟରୁ Online Servicesରେ କ୍ଲିକ୍‌ କରନ୍ତୁ।
  • ଡ୍ରପ୍‌ ଡାଉନ୍‌ରେ One Member-One EPF Account Transfer Request ଅପ୍‌ସନ୍‌ ସିଲେକ୍ଟ କରନ୍ତୁ।
  • UAN ନମ୍ବର ଅଥବା ନିଜ ପୁରୁଣା EPF ଆଇଡି ନମ୍ବର ଦିଅନ୍ତୁ। ଏହାପରେ ଆପଣଙ୍କ ଆକାଉଣ୍ଟ ଡିଟେଲ୍ସ ଆପଣଙ୍କ ସାମ୍ନାକୁ ଆସିଯିବ।
  • ଏହି ଟ୍ରାନ୍ସଫରକୁ ଭ୍ୟାଲିଡେଟ୍‌ କରିବା ପାଇଁ ପୁରୁଣା ତଥା କମ୍ପାନୀକୁ ସିଲେକ୍ଟ କରନ୍ତୁ।
  • ଏହାପରେ ନିଜ ପୁରୁଣା ଆକାଉଣ୍ଟ ସିଲେକ୍ଟ କରନ୍ତୁ ଏବଂ OTP ଜେନରେଟ୍‌ କରନ୍ତୁ।
  • OTP ଏଣ୍ଟର କରିବା ପରେ ଆପଣଙ୍କ କମ୍ପାନୀକୁ ଅନ୍‌ଲାଇନ୍‌ ଟଙ୍କା ଟ୍ରାନ୍ସଫର ପ୍ରୋସେସ୍‌ର ରିକ୍ୱେଷ୍ଟ ମିଳିଯିବ।
  • ଏହାପରେ EPFO ଅଫିସରଙ୍କ ଭେରିଫିକେସନ୍‌ ପରେ ଆପଣଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଯିବ।

ଗତବର୍ଷ ଡିସେମ୍ବର ମାସ ସୁଦ୍ଧା ଇପିଏଫଓରେ ୧୪.୬୦ ଲକ୍ଷ ଲୋକ ଯୋଡି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ନୂଆ ହିତାଧିକାରୀଙ୍କ ସଂଖ୍ୟା ୯.୧୧ ଲକ୍ଷ।

Advertisment

https://twitter.com/socialepfo/status/1494613319386562563?s=20&t=t3VKRAZZXzdNuHKEhK5j3g

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe