Advertisment

ସୁରଟକୁ ମିଳିଲା ବିଶ୍ୱର ସର୍ବବୃହତ୍‌ ଡାଇମଣ୍ଡ ବୁର୍ସ

ସୁରଟ ଡାଇମଣ୍ଡ ବୁର୍ସକୁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବିଶାଳ ବୋଲି କୁହାଯାଉଛି।

Surat-Diamond-Bourse

Surat-Diamond-Bourse

Advertisment

ଗୁଜରାଟର ସୁରଟକୁ ମିଳିଲା ବିଶ୍ୱର ସର୍ବବୃହତ ଡାଇମଣ୍ଡ ବୁର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି। ସୁରଟର ଏହି ଡାଇମଣ୍ଡ୍ ବୁର୍ସ ବିଶ୍ୱର ବୃହତ୍ତମ ଅଫିସ ସ୍ପେଶ୍‌ ଅଟେ। ଏହା ଆଗକୁ ବୃହତ୍ତମ ହୀରା ବ୍ୟବସାୟ ପେଣ୍ଠସ୍ଥଳ ମଧ୍ୟ ବନିବ।

Advertisment

ଅଦ୍ୟାବଧି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ହୀରା କାରବାରର ହବ୍ ଭାବରେ ପରିଗଣିତ ହେଉଥିବା ବେଳେ ଏବେ ଡାଇମଣ୍ଡ ବୁର୍ସ ଖୋଲିବା ପରେ ସୁରଟ ମଧ୍ୟ ଅଳଙ୍କାର ଏବଂ ହୀରା କାରବାରରେ ଏକ ବଡ଼ ହବ୍ ଭାବରେ ଉଭା ହେବ।

ପ୍ରଧାନମନ୍ତ୍ରୀ ମୋଦି ଆଜି ଗୁଜରାଟ ଗସ୍ତରେ ଯାଇ ଏହି ସର୍ବବୃହତ୍‌ ଡାଇମଣ୍ଡ ବୁର୍ସକୁ ଉଦ୍‌ଘାଟନ କରିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସୋଶାଲ ମିଡିଆ ହ୍ୟାଣ୍ଡେଲ 'X'ରେ ଲେଖିଛନ୍ତି, ସୁରଟ ଡାଇମଣ୍ଡ ବୁର୍ସ ସୁରଟର ହୀରା ଶିଳ୍ପର ଗତିଶୀଳତା ଏବଂ ଅଭିବୃଦ୍ଧି ପ୍ରଦର୍ଶନ କରେ। ଏହା ଭାରତର ଉଦ୍ୟୋଗୀ ମନୋଭାବର ଏକ ପ୍ରମାଣ। ଏହା ବାଣିଜ୍ୟ, ନବସୃଜନ ଏବଂ ସହଯୋଗର ଏକ ହବ୍ ଭାବରେ କାର୍ଯ୍ୟ କରିବ, ଆମର ଅର୍ଥନୀତିକୁ ଆହୁରି ବଢ଼ାଇବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Advertisment

ସୁରଟ ଡାଇମଣ୍ଡ ବୁର୍ସକୁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବିଶାଳ ବୋଲି କୁହାଯାଉଛି। ସାଢ଼େ ୩୫ ଏକର ଜାଗାରେ ନିର୍ମିତ ଏହି ହୀରା ବଜାରରେ ୪ହଜାର ୭ଶହରୁ ଅଧିକ ଅଫିସ୍ ରହିଛି। ଏଠାରେ ୬୭ ହଜାର ଲୋକ କାମ କରିପାରିବେ। ଦେଢ଼ ଲକ୍ଷ ଲୋକଙ୍କୁ ଏଠାରେ ସିଧାସଳଖ ନିଯୁକ୍ତ ମିଳିବ। ଏହି ୧୬ ମହଲା କୋଠାକୁ ୬୬ ହଜାର ସ୍କୁଏରା ଫୁଟ୍‌ରେ ନିର୍ମିତ କରାଯାଇଛି। ଏଥିରେ ୧୩୧ଟି ଲିଫ୍ଟ ସହ କ୍ଲବ୍, କନଫରେନ୍ସ ହଲ, ହେଲ୍‌ଥ କ୍ଲବ୍, ରେଷ୍ଟୁରାଣ୍ଟ ଓ ବେଙ୍କ୍ୱେଟ୍ ହଲ୍ ଆଦି ଆଧୁନିକ ସୁବିଧା ରହିଛି।

ପଞ୍ଚତତ୍ତ୍ୱ ଥିମରେ ନିର୍ମିତ ଏହି ବିଶାଳ କୋଠାର ନିର୍ମାଣ ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା। ଏହି ବୁର୍ସରେ ୯ଟି ଟାୱାର ଅଛି, ଯେଉଁଥିରେ ପ୍ରତ୍ୟେକ ଟାୱାରରେ ୧୫ ମହଲା ଲେଖାଏଁ ନିର୍ମାଣ କରାଯାଇଛି। ପୂରା କ୍ୟାମ୍ପସରେ ୪ ହଜାରରୁ ଅଧିକ ସିସିଟିଭି କ୍ୟାମେରା ଲାଗିଛି। ଏଥିସହ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଉପକରଣ ମଧ୍ୟ ଲଗାଯାଇଛି।

ସୂଚନା ଯୋଗ୍ୟ ଯେ, ସୁରଟରେ ପ୍ରତିବର୍ଷ ୨ ଲକ୍ଷ କୋଟି ଟଙ୍କାର ହୀରା ବ୍ୟବସାୟ ହୋଇଥାଏ। ତେବେ ଏହି ନୂଆ ହୀରା ବଜାର ଉଦଘାଟିତ ହେବା ପରେ, ସୁରଟରେ ହୀରା ବ୍ୟବସାୟ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

PM Modi Surat Diamond Bourse Gujrat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe