Advertisment

Vocal For Local ଅଭିଯାନର ଭିଡିଓ ଶେଆର କଲେ ପ୍ରଧାନମନ୍ତ୍ରୀ

୩ ମିନିଟ୍‌ର ଏହି ଭିଡିଓରେ ପ୍ରଥମେ ହିନ୍ଦୀ ଧାରାବାହିକ ‘ଅନୁପମା’ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ରୂପାଲି ଗାଙ୍ଗୁଲି ଓ ଗୌରବ ଖନ୍ନା ପ୍ରମୁଖ ଅଛନ୍ତି।

PM Modi

PM Modi

Advertisment

‘ଆମର ପର୍ବପର୍ବାଣୀଗୁଡ଼ିକରେ ‘ଭୋକାଲ ଫର ଲୋକାଲ’ ହେଉ ଆମର ପ୍ରାଥମିକତା। ଆଉ ଏହା ଦ୍ୱାରା ଆମେ ଆମର ସ୍ୱପ୍ନ ପୂରଣ କରିବା। ଆମ ସ୍ୱପ୍ନ ହେଉଛି- ଆତ୍ମନିର୍ଭର ଭାରତ।’ ଆଲୋକର ପର୍ବ ଦୀପାବଳି ପୂର୍ବରୁ ‘ଲୋକାଲ ଫର ଭୋକାଲ’କୁ ପ୍ରୋତ୍ସାହିତ କରିବା ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ବାର୍ତ୍ତା ସମ୍ବଳିତ ଏକ ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ଏକ୍ସ’ ଏକାଉଣ୍ଟରେ ଶେଆର କରିଛନ୍ତି।

Advertisment

୩ ମିନିଟ୍‌ର ଏହି ଭିଡିଓରେ ପ୍ରଥମେ ହିନ୍ଦୀ ଧାରାବାହିକ ‘ଅନୁପମା’ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ରୂପାଲି ଗାଙ୍ଗୁଲି ଓ ଗୌରବ ଖନ୍ନା ପ୍ରମୁଖ ଅଛନ୍ତି। ସେମାନେ ଏଥିରେ ଭୋକାଲ ଫର ଲୋକାଲକୁ ପ୍ରୋତ୍ସାହିତ କରୁଛନ୍ତି। ଦୀପାବଳି ଅବସରରେ ସେମାନେ ବ୍ୟବହାର କରୁଥିବା ସମସ୍ତ ଜିନିଷ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ ସେଗୁଡ଼ିକ ସଂପର୍କରେ କେମିତି ଅନ୍ୟମାନେ ଜାଣିପାରିବେ ଓ ସେହି ସାମଗ୍ରୀଗୁଡ଼ିକୁ କିଣିବେ, ସେଥିପାଇଁ ସେମାନେ ସେଗୁଡ଼ିକର ଫଟୋ ଉଠାଇ, କାରିଗର ବା ଦୋକାନର ନାଁ ଲେଖି ସୋଶାଲ ମିଡିଆରେ ପୋଷ୍ଟ କରୁଛନ୍ତି।

ଭିଡିଓରେ ଶେଷ ପ୍ରାୟ ୧ ମିନିଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱର ଶୁଣିବାକୁ ମିଳିଛି। ଏଥିରେ ସେ ଦେଶବାସୀଙ୍କୁ ଭୋକାଲ ଫର ଲୋକାଲ ପାଇଁ ଅପିଲ କରିଛନ୍ତି। ଏଭଳି ସାମଗ୍ରୀ କିଣିବା ବେଳେ ୟୁପିଆଇ (UPI) ଡିଜିଟାଲ ପେମେଣ୍ଟ ସିଷ୍ଟମରେ ଟଙ୍କା ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହି ସାମଗ୍ରୀ ବା ତାକୁ ତିଆରି କରିଥିବା କାରିଗରଙ୍କ ସହିତ ସେଲ୍‌ଫି ନେଇ NaMo App ରେ ପୋଷ୍ଟ କରି ତାଙ୍କ ସହିତ ଶେଆର କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ଏଥିପାଇଁ କେବଳ ଭାରତରେ ତିଆରି ହୋଇଥିବା ସ୍ମାର୍ଟ ଫୋନ୍ ବ୍ୟବହାର କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ସେଥିରୁ ସେ କିଛି ପୋଷ୍ଟକୁ ସୋଶାଲ ମିଡିଆରେ ଶେଆର କରିବେ ବୋଲି କହିଛନ୍ତି। ଫଳରେ ଅନ୍ୟମାନଙ୍କୁ ଭୋକାଲ ଫର ଲୋକାଲ ପାଇଁ ପ୍ରେରଣା ମିଳିବ।

Advertisment

Narendra Modi Vocal For Local
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe