Advertisment

୬ରେ ଓଡ଼ିଶାର ୨୫ଟି ଷ୍ଟେସନ ପୁନଃନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ୨୫ଟି ସମେତ ସମଗ୍ର ଦେଶର ୨୬ଟି ରାଜ୍ୟର ମୋଟ ୫୦୮ଟି ଷ୍ଟେସନର ପୁନଃନିର୍ମାଣ ପାଇଁ ୨୪୪୭୦କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି ।

PM Narendra Modi

PM Narendra Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନର ପୁନଃନିର୍ମାଣର  ଶିଳାନ୍ୟାସ କରିବେ । ଅମୃତ ଭାରତ ଷ୍ଟେସନ ଯୋଜନାରେ ଏହି ଷ୍ଟେସନଗୁଡ଼ିକର ଆଧୁନୀକରଣ ଓ ପୁନଃନିର୍ମାଣ କରାଯାଉଛି । ଓଡ଼ିଶାର ୨୫ଟି ସମେତ ସମଗ୍ର ଦେଶର ୨୬ଟି ରାଜ୍ୟର ମୋଟ ୫୦୮ଟି ଷ୍ଟେସନର ପୁନଃନିର୍ମାଣ ପାଇଁ ୨୪୪୭୦କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି ।

Advertisment

ପୂର୍ବତଟ ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ, ଓଡ଼ିଶାର ଯେଉଁ ୨୫ଟି ଷ୍ଟେସନର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀ ମୋଦି କରିବେ ସେଗୁଡ଼ିକ ହେଲା- ସାକ୍ଷୀଗୋପାଳ, ମଂଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୋଳ, ପଲାସା, ମେରାମୁଣ୍ଡଳୀ, ବାଲୁଗାଁ, ଲିଙ୍ଗରାଜ ମନ୍ଦିର ରୋଡ୍‌, ତାଳଚେର ରୋଡ୍ , ଖୋର୍ଦ୍ଧା ରୋଡ୍‌, କଂଟାବାଞ୍ଜି, ବରଗଡ଼ ରୋଡ୍‌, ହୀରକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡ଼ିା, ବଲାଙ୍ଗିର, ହରିଶଙ୍କର ରୋଡ୍‌, ମହାସାମୁଣ୍ଡ, ଭବାନୀପାଟଣା, ଖଡ଼ିଆର ରୋଡ୍ , ବିଜୟନଗରମ, ଦୁଭୁଦା ଓ ଦାମନଯୋଡ଼ି ଷ୍ଟେସନ ରହିଛି ।

ସୂଚନାଯୋଗ୍ୟ, ଏବେସୁଦ୍ଧା ‘ଅମୃତ ଭାରତ ଷ୍ଟେସନ’ ଯୋଜନାରେ ମୋଟ ୧୩୦୯ଟି ରେଳଷ୍ଟେସନର ପୁନଃନିର୍ମାଣ ପାଇଁ ଚିହ୍ନଟ କରାଯାଇଥିବାବେଳେ ସେଥିରୁ ଓଡ଼ିଶାର ୫୭ଟି ରେଳଷ୍ଟେସନ ରହିଛି ।

Advertisment
PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe