Advertisment

ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ସେମାନଙ୍କ ଟଙ୍କା, କରନ୍ତୁ ପଞ୍ଜୀକରଣ

କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରିଛନ୍ତି ବ୍ୟବସ୍ଥା। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଏକ ରିଫଣ୍ଡ୍ ପୋର୍ଟାଲ(https://mocrefund.crcs.gov.in)ର ଉନ୍ମୋଚନ କରିଛନ୍ତି।

author-image
Niranjan Mishra
CRCS-Sahara Refund Portal was launched

CRCS-Sahara Refund Portal was launched

ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ସେମାନଙ୍କ ଟଙ୍କା। କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରିଛନ୍ତି ବ୍ୟବସ୍ଥା। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଏକ ରିଫଣ୍ଡ୍ ପୋର୍ଟାଲ(https://mocrefund.crcs.gov.in)ର ଉନ୍ମୋଚନ କରିଛନ୍ତି। ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଏହା ଦ୍ୱାରା ପ୍ରାୟ ୧୦ କୋଟି ଜମାକାରୀ ଉପକୃତ ହେବେ ବୋଲି ଆଶା ରହିଛି।

Advertisment

ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ। ଦେଶର ଅନେକ ଲୋକଙ୍କ ଟଙ୍କା ସାହାରାରେ ଫଶି ରହିଛି। ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜମାକାରୀ ଟଙ୍କା ଫେରି ପାଇନାହାନ୍ତି। ସାହାରା ଇଣ୍ଡିଆରେ ଅଧିକାଂଶ ଜମାକାରୀ ଓଡିଶା, ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶର ରହିଛନ୍ତି। 

ପ୍ରାଥମିକ ପର୍ଯ୍ୟାୟରେ ପଞ୍ଚିକୃତ ଜମାକାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ବ୍ୟବସ୍ଥାର ସଫଳତାକୁ ଦେଖି ପରବର୍ତ୍ତୀ ୪୫ ଦିନ ଭିତରେ ଜମାକାରୀଙ୍କ ସମସ୍ତ ଟଙ୍କା ଫେରାଇବା ବ୍ୟବସ୍ଥା ହେବ। ପ୍ରାୟ ୪ କୋଟି ଜମାକାରୀ ଏହି ଟଙ୍କା ପାଇବାକୁ ଯୋଗ୍ୟ ବୋଲି ଶ୍ରୀ ଶାହ କହିଛନ୍ତି।

Advertisment

ସେପଟେ ପଞ୍ଜିକରଣ କରି ଟଙ୍କା ପାଇବାକୁ ପ୍ରାୟ ୧.୭ କୋଟି ଲୋକ ଆଗ୍ରହ ପ୍ରକାଶ କରିଛନ୍ତି।

ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ସରକାର ଜମାକାରୀଙ୍କ ଫଶିଥିବା ଟଙ୍କା ଫେରାଇବାକୁ ବ୍ୟବସ୍ଥା କଲେ, ରାଜ୍ୟ ସରକାର କେବେ କରିବେ ବୋଲି ପ୍ରଶ୍ନ କରିଛି ବିଜେପି। ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

Amit Shah Chit Fund Scam