Advertisment

ବର୍ଷକ ମଧ୍ୟରେ ଆଳୁର ଦାମ ୯୨% ଏବଂ ପିଆଜ ୪୪% ବଢ଼ିଛି

ନୂଆଦିଲ୍ଲୀ: ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀ। ବର୍ଷକ ମଧ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ଦାମ ଆକଶ ଛୁଆଁ ହୋଇଛି। ଗହମକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଖାଦ୍ୟ ସାମଗ୍ରୀର ଦର ଦାମ ବର୍ଷକ ମଧ୍ୟରେ ଢେର ବଢ଼ିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଖାଦ୍ୟ ସାମଗ୍ରୀର ଦାର ଦାମ ବୃଦ୍ଧି ହେବା ଗରିବ ଏବଂ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ଷକ ମଧ୍ୟରେ ଆଳୁ ୯୨ ପ୍ରତିଶତ ବଢ଼ିଛି। ପିଆଜ ମଧ୍ୟ […]

ଅଦ୍ୟତନ ହୋଇଛି
ବର୍ଷକ ମଧ୍ୟରେ ଆଳୁର ଦାମ ୯୨% ଏବଂ ପିଆଜ ୪୪% ବଢ଼ିଛି

potato onion

Advertisment

ନୂଆଦିଲ୍ଲୀ: ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀ। ବର୍ଷକ ମଧ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ଦାମ ଆକଶ ଛୁଆଁ ହୋଇଛି। ଗହମକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଖାଦ୍ୟ ସାମଗ୍ରୀର ଦର ଦାମ ବର୍ଷକ ମଧ୍ୟରେ ଢେର ବଢ଼ିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଖାଦ୍ୟ ସାମଗ୍ରୀର ଦାର ଦାମ ବୃଦ୍ଧି ହେବା ଗରିବ ଏବଂ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Advertisment

ବର୍ଷକ ମଧ୍ୟରେ ଆଳୁ ୯୨ ପ୍ରତିଶତ ବଢ଼ିଛି। ପିଆଜ ମଧ୍ୟ ୪୪ ପ୍ରତିଶତ ବଢ଼ିଛି। ଖାଉଟି ବ୍ୟାପାର ମନ୍ତ୍ରାଳୟ ରିପୋର୍ଟର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ଗତ କିଛି ସମୟ ମଧ୍ୟରେ ଆଳୁର ହାରାହାରି ହୋଲସେଲ ମୂଲ୍ୟ ୧୦୮% ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୧,୭୩୯ ରୁ କ୍ୱିଣ୍ଟାଲ ପିଛା ୩,୬୩୩ ଟଙ୍କାକୁ ବୃଦ୍ଧି ପାଇଛି।

ଶନିବାର ପିଆଜର ହୋଲସେଲ ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୬୪୫ ଟଙ୍କା ଥିଲା, ଯାହାକି ବର୍ଷକ ପୂର୍ବରୁ ୧,୭୩୯ ଟଙ୍କା ଥିଲା, ଯାହା ୪୭% କୁ ବୃଦ୍ଧି ପାଇଛି। ଆଳୁ ଏବଂ ପିଆଜ ସହିତ ଡାଲି ଏବଂ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ିଛି। ଯାହାକି ଘରୋଇ ବଜେଟ୍ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି।

Advertisment

ଗତ ପାଞ୍ଚ ବର୍ଷ ମଧ୍ୟରେ ଆଳୁର ଖୁଚୁରା ଦରକୁ ଅନୁଧ୍ୟାନ କଲେ ଆଳୁର ମୂଲ୍ୟ ୧୫୮% ବୃଦ୍ଧି ପାଇଛି। ଏହି ଅବଧିରେ ଆଳୁର ଦର କିଲୋ ପିଛା ୧୬.୭ରୁ ୪୩ ଟଙ୍କାକୁ ବୃଦ୍ଧି ପାଇଛି।

ଏବେ ଆଳୁର ଦାମ ଆକାଶ ଛୁଆଁ ହୋଇଛି। ଆଳୁ ଉପରେ ଷ୍ଟକ୍ ସୀମା ଲାଗୁ କରିବା ନେଇ ସରକାରଙ୍କର ବିକଳ୍ପ ଅଛି। ହେଲେ ଦର ଯଦି ଆହୁରି ବଢ଼ିବ ତାହେଲେ ପ୍ରଥମେ ଆଳୁ ଆମଦାନୀ ଉପରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ଛି। ଏହାପରେ ଦର ଯାଞ୍ଚ କରାଯାବ। ଅନ୍ୟପଟେ ଚଳିତ ବର୍ଷ ଆଳୁ ଉତ୍ପାଦନ କମିବା ସମସ୍ତଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି।

ଚଳିତ ବର୍ଷ ୟୁପିରେ ଆଳୁର ଅମଳ ୧ କୋଟି ୨୪ ଲକ୍ଷ ଟନ୍ ହୋଇଥିବାବେଳେ ୨୦୧୯ରେ ଆଳୁର ଅମଳ ୧ କୋଟି ୫୫ ଲକ୍ଷ ଟନ୍ ଥିଲା। ଆଳୁ ଉତ୍ପାଦନରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ ଗତ ବର୍ଷ ୧୦ ନିୟୁତ ଟନ୍ ତୁଳନାରେ ୮୫-୯୦ ଲକ୍ଷ ଟନ୍ କୁ ହ୍ରାସ ପାଇଛି।

ଦରଦାମ ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ

ଅନ୍ୟପଟେ ଆଳୁ ଦାମ ଅଧିକ ହେଉଥିବା ଦେଖି ସରକାର ଶୁକ୍ରବାର ଆମଦାନୀ ନିୟମରେ କୋହଳ କରିଛନ୍ତି। ବିନା ଲାଇସେନ୍ସରେ ୩୧ ଜାନୁଆରୀ ୨୦୨୧ ଯାଏ ଭୁଟାନରୁ ଆଳୁ ଆମଦାନୀ ପାଇଁ ସରକାର ଅନୁମତି ଦେଇଛନ୍ତି। ସ୍ଥାନୀୟ ବଜାରରେ ଆଳୁର ଷ୍ଟକ ଅଧିକ କରିବା ପାଇଁ ଭୁଟାନରୁ ୩୦,୦୦୦ ଟନ୍ ଆଳୁ ଆମଦାନୀ ହେଉଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ସେ କହିଛନ୍ତି ଯେ ସ୍ଥାନୀୟ ବଜାରରେ ଯୋଗାଣ ବୃଦ୍ଧି ତଥା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମେ ପ୍ରାୟ ୧୦ ଲକ୍ଷ ଟନ୍ ଆଳୁ ଆମଦାନୀ କରିବାକୁ ଯାଉଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe