Advertisment

ଆଳୁ ଥିଲା ୨୯୦୦ ହେଲା ୯୦୦ !

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ତାହା ହେଲା। ନୂଆବର୍ଷରେ କମିଲା ଆଳୁ ଦର। ଯୋଗାଣ ବଢ଼ିବାରୁ ଆଳୁ ଦର କମିଛି। ନଭେମ୍ୱର ମାସରେ ଆଳୁ କ୍ୱିଣ୍ଟାଲ ପିଛା ଯାହା ଥିଲା ଏବେ ୭୦ ପ୍ରତିଶତ କମିଯାଇଛି ବୋଲି ଜଣାପଡ଼ିଛି। ନଭେମ୍ବରର ଶେଷ ସପ୍ତାହରେ ଆଳୁର ମୂଲ୍ୟ କ୍ୱିଣ୍ଟାଲ ପିଛା ୨,୯୦୦-୨,୭୫୦ ଟଙ୍କା ଥିଲା। ପଶ୍ଚିମବଙ୍ଗ କୋଲ୍ଡ ଷ୍ଟୋରେଜ୍ ଆସୋସିଏସନର ପୂର୍ବତନ ସଭାପତି ପବନ୍ ଦେ କହିଛନ୍ତି, ଏବେ ଦର କମିଛି। ନୂଆ ଫସଲ ବଜାରକୁ ଆସିଯାଇଛି। ଏବେ […]

ଅଦ୍ୟତନ ହୋଇଛି
ବିନା ଲାଇସେନ୍ସରେ ବିଦେଶୀ ବଜାରରେ ଚାଷୀ ବିକ୍ରି କରିପାରିବେ ଶସ୍ୟ

POTTTO FARMER

Advertisment

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ତାହା ହେଲା। ନୂଆବର୍ଷରେ କମିଲା ଆଳୁ ଦର। ଯୋଗାଣ ବଢ଼ିବାରୁ ଆଳୁ ଦର କମିଛି। ନଭେମ୍ୱର ମାସରେ ଆଳୁ କ୍ୱିଣ୍ଟାଲ ପିଛା ଯାହା ଥିଲା ଏବେ ୭୦ ପ୍ରତିଶତ କମିଯାଇଛି ବୋଲି ଜଣାପଡ଼ିଛି।

Advertisment

ନଭେମ୍ବରର ଶେଷ ସପ୍ତାହରେ ଆଳୁର ମୂଲ୍ୟ କ୍ୱିଣ୍ଟାଲ ପିଛା ୨,୯୦୦-୨,୭୫୦ ଟଙ୍କା ଥିଲା। ପଶ୍ଚିମବଙ୍ଗ କୋଲ୍ଡ ଷ୍ଟୋରେଜ୍ ଆସୋସିଏସନର ପୂର୍ବତନ ସଭାପତି ପବନ୍ ଦେ କହିଛନ୍ତି, ଏବେ ଦର କମିଛି। ନୂଆ ଫସଲ ବଜାରକୁ ଆସିଯାଇଛି। ଏବେ ବଜାରରେ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ତଳେ ଆଳୁ ଦର ରହିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଫସଲ ହୋଇଛି।

ଆଗ୍ରାର କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏଏମସି) ରେ ଆଳୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୫୦ ରୁ ୯୦୦ ଟଙ୍କା ମଧ୍ୟରେ ରହିଛି। ପଞ୍ଜାବ ଏବଂ ପଶ୍ଚିମବଙ୍ଗର ଅଧିକାଂଶ ବଜାରରେ ଆଳୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କା ତଳେ ରହିଛି। ଗତ ବର୍ଷ ଆଗ୍ରାରେ ୧,୨୫୦ ଟଙ୍କା, ପଞ୍ଜାବରେ ୧୬୦୦ ଟଙ୍କା ଏବଂ ବଙ୍ଗଳାରେ ୧,୫୦୦ ଟଙ୍କା ଥିଲା।

Advertisment

ଖାଉଟି ମନ୍ତ୍ରାଳୟ ଅନୁଯାୟୀ, ଗତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଆଳୁ ଦର କିଲୋ ପିଛା ୩୦ ଟଙ୍କା ଥିବା ବେଳେ ଏବେ କିଲୋ ପିଛା ୨୧ ଟଙ୍କା ରହିଛି। ମୁମ୍ବାଇରେ ୫୨ରୁ ୩୨ ଟଙ୍କାକୁ ଖସିଛି ଦର।

ସୂଚନାଯୋଗ୍ୟ, ଗତବର୍ଷ ଶେଷରେ ଆଳୁ ଦର ୫୦ ଟଙ୍କା ଟପିଥିଲା। ଯାହାକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଥିଲେ। ବଜାରରେ ଆଳୁ ଅଭାବ ଥିବାରୁ ଦର ବୃଦ୍ଧି ହୋଇଥିଲା ବୋଲି ଜଣାପଡ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe