Advertisment

କମିଲା Oppo A5 2020ର ମୂଲ୍ୟ

ନୂଆଦିଲ୍ଲୀ: ଗତମାସରେ ଓପୋ ଭାରତରେ Oppo A5 2020 ଲଞ୍ଚ୍‌ କରିଥିଲା। ଏହି ସ୍ମାର୍ଟଫୋନ୍‌ରେ କ୍ୱାଡ୍‌ ରିୟର କ୍ୟାମେରା ରହିଛି। ତେବେ ଲଞ୍ଚ୍‌ ହେବାର ପାଖାପାଖି ମାସେ ପରେ ଏବେ ଏହାର ମୂଲ୍ୟ ୫୦୦ ଟଙ୍କା କମ୍‌ କରି ଦିଆଯାଇଛି। ଏହି ପ୍ରାଇସ୍‌ କଟ୍‌ କେବଳ ଏହାର ୩ଜବି ରାମ୍‌ ଭ୍ୟାରିୟାଣ୍ଟରେ କରାଯାଇଛି। ଏହି ଭ୍ୟାରିୟାଣ୍ଟକୁ ଏବେ ଗ୍ରାହକ ୧୨ ହଜାର ୪୯୦ ଟଙ୍କା ବଦଳରେ ୧୧ ହଜାର ୯୯୦ ଟଙ୍କାରେ କିଣିପାରିବେ। ନୂଆ ମୂଲ୍ୟରେ Oppo […]

author-image
Chinmayee Roy
କମିଲା Oppo A5 2020ର ମୂଲ୍ୟ

oppo-a5

ନୂଆଦିଲ୍ଲୀ: ଗତମାସରେ ଓପୋ ଭାରତରେ Oppo A5 2020 ଲଞ୍ଚ୍‌ କରିଥିଲା। ଏହି ସ୍ମାର୍ଟଫୋନ୍‌ରେ କ୍ୱାଡ୍‌ ରିୟର କ୍ୟାମେରା ରହିଛି। ତେବେ ଲଞ୍ଚ୍‌ ହେବାର ପାଖାପାଖି ମାସେ ପରେ ଏବେ ଏହାର ମୂଲ୍ୟ ୫୦୦ ଟଙ୍କା କମ୍‌ କରି ଦିଆଯାଇଛି। ଏହି ପ୍ରାଇସ୍‌ କଟ୍‌ କେବଳ ଏହାର ୩ଜବି ରାମ୍‌ ଭ୍ୟାରିୟାଣ୍ଟରେ କରାଯାଇଛି। ଏହି ଭ୍ୟାରିୟାଣ୍ଟକୁ ଏବେ ଗ୍ରାହକ ୧୨ ହଜାର ୪୯୦ ଟଙ୍କା ବଦଳରେ ୧୧ ହଜାର ୯୯୦ ଟଙ୍କାରେ କିଣିପାରିବେ।

Advertisment

ନୂଆ ମୂଲ୍ୟରେ Oppo A5 2020(3GB + 64GB)କୁ ଆପଣ ଆମାଜନ୍‌ରୁ କିଣିପାରିବେ। ହେଲେ ଏହାର 4GB + 64GB ଭ୍ୟାରିୟାଣ୍ଟ ଏବେ ବି ସେହି ପୂରୁଣା ମୂଲ୍ୟ ୧୩ ହଜାର ୯୯୦ ଟଙ୍କାରେ ବିକ୍ରି ହେଉଛି।

Oppo ଫିଚର୍:

ଡିସ୍‌ପ୍ଲେ ସାଇଜ୍‌: ୬.୫ ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି, 720×1544 ପିକ୍ସେଲ୍, ୱିଥ୍ ଗରିଲା ଗ୍ଲାସ୍ 3+ ପ୍ରୋଟେକ୍ସନ୍

Advertisment

ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ ବେସ୍ଡ ColorOS 6.0.1

ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 665

ରାମ୍: 3 GB, 4 GB

ଷ୍ଟୋରେଜ୍: 64 GB

କଲର ଅପ୍‌ସନ୍‌: ଡ୍ୟାଜଲିଙ୍ଗ୍ ହ୍ୱାଇଟ୍ ଓ ମିରର୍ ବ୍ଲାକ୍

ରିୟର କ୍ୟାମେରା: 12 MP + 8MP + 2MP + 2MP

ଫ୍ରଣ୍ଟ୍‌ କ୍ୟାମେରା: 8 MP

ବ୍ୟାଟେରୀ: 5000mAh ୱିଥ୍ ରିଭର୍ସ ଚାର୍ଜିଂ ସପୋର୍ଟ