Oppo A9 2020 ଓ Reno 2Zର ଦର କମିଲା

ନୂଆଦିଲ୍ଲୀ: Oppo ତା’ର ଦୁଇଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଛି।  କମ୍ପାନୀ Oppo A9 2020 ଓ Reno 2Zର ମୂଲ୍ୟ ଭାରତରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ କମ୍‌ କରିଦେଇଛି।  ନୂଆ ମୂଲ୍ୟ ସହ ଏହି ଦୁଇଟି ସ୍ମାର୍ଟଫୋନ୍‌ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ଉପଲବ୍ଧ ହେଉଛି। ତା’ସହିତ ଅପ୍‌ଲାଇନ୍‌ ଷ୍ଟୋର୍‌ରେ ମଧ୍ୟ ଏହା ଉପଲବ୍ଧ ହେଉଛି। କମ୍ପାନୀ Oppo A9 2020ର ୮ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୧୯,୯୯୦ଟଙ୍କାରୁ ୧୮ ହଜାର […]

oppo

oppo

Chinmayee Roy
  • Published: Tuesday, 03 December 2019
  • Updated: 03 December 2019, 12:59 PM IST

Sports

Latest News

ନୂଆଦିଲ୍ଲୀ: Oppo ତା’ର ଦୁଇଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଛି।  କମ୍ପାନୀ Oppo A9 2020 ଓ Reno 2Zର ମୂଲ୍ୟ ଭାରତରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ କମ୍‌ କରିଦେଇଛି।  ନୂଆ ମୂଲ୍ୟ ସହ ଏହି ଦୁଇଟି ସ୍ମାର୍ଟଫୋନ୍‌ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ଉପଲବ୍ଧ ହେଉଛି। ତା’ସହିତ ଅପ୍‌ଲାଇନ୍‌ ଷ୍ଟୋର୍‌ରେ ମଧ୍ୟ ଏହା ଉପଲବ୍ଧ ହେଉଛି।

କମ୍ପାନୀ Oppo A9 2020ର ୮ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୧୯,୯୯୦ଟଙ୍କାରୁ ୧୮ ହଜାର ୪୯୦ ଟଙ୍କାକୁ ହ୍ରାସ କରିଛି। ଏଥିସହ କମ୍ପାନୀ ଏହି ଫୋନ୍‌ର ଭ୍ୟାନିଲା ମିଣ୍ଟ କଲର୍‌ ଭ୍ୟାରିୟାଣ୍ଟକୁ ବି ନୂଆ ମୂଲ୍ୟରେ ଲଞ୍ଚ୍ କରିଛି। ସେହିଭଳି କମ୍ପାନୀ Reno 2Zର ୮ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୨୭ ହଜାର ୯୯୦ ଟଙ୍କାରୁ କମାଇ ୨୫ ହଜାର ୯୯୦ ଟଙ୍କା କରିଦେଇଛି।

Oppo A9 2020ର ଫିଚର୍:

  • ଡିସ୍‌ପ୍ଲେ ସାଇଜ୍‌: ୬.୫ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି, ୭୨୦×୧୬୦୦ ପିକ୍ସେଲ୍ନ୍ ଓ ଗରିଲା ଗ୍ଲାସ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 665
  • ରାମ୍: 4 GB 8 GB
  • ଷ୍ଟୋରେଜ୍: 128 GB
  • ରିୟର କ୍ୟାମେରା: 48 MP + 8MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 16 MP
  • ବ୍ୟାଟେରୀ: 5000mAh ୱିଥ୍ 18 ୱାଟ୍ ଚାର୍ଜିଂ ସପୋର୍ଟ

Oppo Reno 2Zର ଫିଚର୍‌:

  • ଡିସ୍‌ପ୍ଲେ ସାଇଜ୍‌: ୬.୫ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି, 1080×2340 ପିକ୍ସେଲ୍ନ୍ ଓ ଗରିଲା ଗ୍ଲାସ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 665
  • ରାମ୍: 8 GB
  • ଷ୍ଟୋରେଜ୍: 256 GB
  • ରିୟର କ୍ୟାମେରା: 48 MP + 8MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 16 MP
  • ବ୍ୟାଟେରୀ: 4000mAh ୱିଥ୍ 18 ୱାଟ୍ ଚାର୍ଜିଂ ସପୋର୍ଟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos