ନୂଆଦିଲ୍ଲୀ: Oppo ତା’ର ଦୁଇଟି ସ୍ମାର୍ଟଫୋନ୍ର ମୂଲ୍ୟ କମାଇ ଦେଇଛି। କମ୍ପାନୀ Oppo A9 2020 ଓ Reno 2Zର ମୂଲ୍ୟ ଭାରତରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ କମ୍ କରିଦେଇଛି। ନୂଆ ମୂଲ୍ୟ ସହ ଏହି ଦୁଇଟି ସ୍ମାର୍ଟଫୋନ୍ ଫ୍ଲିପ୍କାର୍ଟ ଓ ଆମାଜନ୍ରେ ଉପଲବ୍ଧ ହେଉଛି। ତା’ସହିତ ଅପ୍ଲାଇନ୍ ଷ୍ଟୋର୍ରେ ମଧ୍ୟ ଏହା ଉପଲବ୍ଧ ହେଉଛି।
କମ୍ପାନୀ Oppo A9 2020ର ୮ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ର ମୂଲ୍ୟ ୧୯,୯୯୦ଟଙ୍କାରୁ ୧୮ ହଜାର ୪୯୦ ଟଙ୍କାକୁ ହ୍ରାସ କରିଛି। ଏଥିସହ କମ୍ପାନୀ ଏହି ଫୋନ୍ର ଭ୍ୟାନିଲା ମିଣ୍ଟ କଲର୍ ଭ୍ୟାରିୟାଣ୍ଟକୁ ବି ନୂଆ ମୂଲ୍ୟରେ ଲଞ୍ଚ୍ କରିଛି। ସେହିଭଳି କମ୍ପାନୀ Reno 2Zର ୮ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ର ମୂଲ୍ୟ ୨୭ ହଜାର ୯୯୦ ଟଙ୍କାରୁ କମାଇ ୨୫ ହଜାର ୯୯୦ ଟଙ୍କା କରିଦେଇଛି।
- ଡିସ୍ପ୍ଲେ ସାଇଜ୍: ୬.୫ ଇଞ୍ଚ୍
- ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି, ୭୨୦×୧୬୦୦ ପିକ୍ସେଲ୍ନ୍ ଓ ଗରିଲା ଗ୍ଲାସ୍
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 9 ପାଇ
- ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ 665
- ରାମ୍: 4 GB 8 GB
- ଷ୍ଟୋରେଜ୍: 128 GB
- ରିୟର କ୍ୟାମେରା: 48 MP + 8MP + 2MP + 2MP
- ଫ୍ରଣ୍ଟ୍ କ୍ୟାମେରା: 16 MP
- ବ୍ୟାଟେରୀ: 5000mAh ୱିଥ୍ 18 ୱାଟ୍ ଚାର୍ଜିଂ ସପୋର୍ଟ
- ଡିସ୍ପ୍ଲେ ସାଇଜ୍: ୬.୫ ଇଞ୍ଚ୍
- ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି, 1080×2340 ପିକ୍ସେଲ୍ନ୍ ଓ ଗରିଲା ଗ୍ଲାସ୍
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 9 ପାଇ
- ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ 665
- ରାମ୍: 8 GB
- ଷ୍ଟୋରେଜ୍: 256 GB
- ରିୟର କ୍ୟାମେରା: 48 MP + 8MP + 2MP + 2MP
- ଫ୍ରଣ୍ଟ୍ କ୍ୟାମେରା: 16 MP
- ବ୍ୟାଟେରୀ: 4000mAh ୱିଥ୍ 18 ୱାଟ୍ ଚାର୍ଜିଂ ସପୋର୍ଟ