Advertisment

ସାମସଙ୍ଗ୍‌ର ଏହି ସ୍ମାର୍ଟଫୋନ୍‌ ହେଲା ୩ ହଜାର ଟଙ୍କା ଶସ୍ତା

ନୂଆଦିଲ୍ଲୀ: ସାଉଥ୍ କୋରିଆନ୍‌ କମ୍ପାନୀ ସାମସଙ୍ଗ୍ Galaxy A70sର ମୂଲ୍ୟ କମାଇଦେଇଛି। କମ୍ପାନୀ ଏହି ଫୋନ୍‌ର ମୂଲ୍ୟ ୩ ହଜାର ଟଙ୍କା ପର୍ଯ୍ୟନ୍ତ କମାଇଦେଇଛି। ହେଲେ ଏହି ପ୍ରାଇସ୍‌ କଟ୍‌ କେବଳ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିଁ ଲାଗୁ ହେବ। ନୂଆ ମୂଲ୍ୟ ସହ ଗ୍ରାହକ ଏହି ଫୋନ୍‌ଟିକୁ କେବଳ ଅଫ୍‌ଲାଇନ୍‌ ଷ୍ଟୋର୍‌ରୁ ହିଁ କିଣିପାରିବେ। କାରଣ ଅନ୍‌ଲାଇନ୍‌ରେ ଏହା ଉପଲବ୍ଧ ନାହିଁ। ମୂଲ୍ୟ କମିଯିବା ପରେ Galaxy A70sର ୬ ଜିବି ରାମ୍‌ ଭ୍ୟାରିୟାଣ୍ଟର ମୂଲ୍ୟ […]

author-image
Chinmayee Roy
ସାମସଙ୍ଗ୍‌ର ଏହି ସ୍ମାର୍ଟଫୋନ୍‌ ହେଲା ୩ ହଜାର ଟଙ୍କା ଶସ୍ତା

samsung

ନୂଆଦିଲ୍ଲୀ: ସାଉଥ୍ କୋରିଆନ୍‌ କମ୍ପାନୀ ସାମସଙ୍ଗ୍ Galaxy A70sର ମୂଲ୍ୟ କମାଇଦେଇଛି। କମ୍ପାନୀ ଏହି ଫୋନ୍‌ର ମୂଲ୍ୟ ୩ ହଜାର ଟଙ୍କା ପର୍ଯ୍ୟନ୍ତ କମାଇଦେଇଛି। ହେଲେ ଏହି ପ୍ରାଇସ୍‌ କଟ୍‌ କେବଳ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିଁ ଲାଗୁ ହେବ। ନୂଆ ମୂଲ୍ୟ ସହ ଗ୍ରାହକ ଏହି ଫୋନ୍‌ଟିକୁ କେବଳ ଅଫ୍‌ଲାଇନ୍‌ ଷ୍ଟୋର୍‌ରୁ ହିଁ କିଣିପାରିବେ। କାରଣ ଅନ୍‌ଲାଇନ୍‌ରେ ଏହା ଉପଲବ୍ଧ ନାହିଁ।

Advertisment

publive-imageମୂଲ୍ୟ କମିଯିବା ପରେ Galaxy A70sର ୬ ଜିବି ରାମ୍‌ ଭ୍ୟାରିୟାଣ୍ଟର ମୂଲ୍ୟ ୨୫ ହଜାର ୯୯୯ ଟଙ୍କା ହୋଇଯାଇଥିବାବେଳେ ୮ଜିବି ରାମ୍‌ ଭ୍ୟାରିୟାଣ୍ଟର ମୂଲ୍ୟ ୨୭ ହଜାର ୯୯୯ ଟଙ୍କା ହୋଇଛି। କିନ୍ତୁ ସାମସଙ୍ଗର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଏହା ପୂରୁଣା ମୂଲ୍ୟ ସହ ହିଁ ଉପଲବ୍ଧ। ଏଠାରେ ଏହାର ୬ ଜିବି ରାମ୍‌ ଭ୍ୟାରିୟାଣ୍ଟର ମୂଲ୍ୟ ୨୮ ହଜାର ୯୯୯ ଟଙ୍କା ଥିବାବେଳେ ୮ଜିବି ରାମ୍‌ ଭ୍ୟାରିୟାଣ୍ଟର ମୂଲ୍ୟ ୩୦ ହଜାର ୯୯୯ ଟଙ୍କା ରହିଛି।

  • Galaxy A70sର ଫିଚର୍: ଡିସ୍‌ପ୍ଲେ ସାଇଜ୍‌: 6.7ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2400 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ Samsung OneUI
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 675
  • ରାମ୍: 6 GB, 8 GB
  • ଷ୍ଟୋରେଜ୍: 128GB
  • ରିୟର କ୍ୟାମେରା: 64 MP + 8MP + 5MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4500mAh ସହ 25 ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ
  • କଲର୍ ଅପଶନ୍: ପ୍ରିଜିମ୍ କ୍ରଶ୍ ରେଡ୍‌, ପ୍ରିଜିମ୍ କ୍ରଶ୍ ବ୍ଲାକ୍ ଓ  ପ୍ରିଜିମ୍ କ୍ରଶ୍ ହ୍ୱାଇଟ୍
Advertisment