Advertisment

ଚଳିତ ବର୍ଷ ପ୍ରଥମ: ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ବଜାରରେ ବିକ୍ରି ହେଉଥିବା ସାମଗ୍ରୀର ଦରଦାମ ମଧ୍ୟ ତେଲ ଦର ଅନୁସାରେ କମ୍ ବେଶୀ ହୋଇଥାଏ। ତେଣୁ ତେଲ ଦର ଉପରେ ସମସ୍ତଙ୍କର ନଜର ରହିବା ସ୍ୱାଭାବିକ। ତେବେ ୨୯ ଦିନ ପରେ  ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିବା ସୂଚନା ରହିଛି। ପେଟ୍ରୋଲ ଲିଟର ପିଛା ୨୪ରୁ ୨୬ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ୨୫ରୁ ୨୭ ପଇସା ବଢ଼ିଛି। ଚଳିତ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପେଟ୍ରୋଲ, ଡିଜେଲ ୮.୫୦ ପଇସା ଶସ୍ତା ହୋଇପାରେ

Petrol

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ବଜାରରେ ବିକ୍ରି ହେଉଥିବା ସାମଗ୍ରୀର ଦରଦାମ ମଧ୍ୟ ତେଲ ଦର ଅନୁସାରେ କମ୍ ବେଶୀ ହୋଇଥାଏ। ତେଣୁ ତେଲ ଦର ଉପରେ ସମସ୍ତଙ୍କର ନଜର ରହିବା ସ୍ୱାଭାବିକ। ତେବେ ୨୯ ଦିନ ପରେ  ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିବା ସୂଚନା ରହିଛି। ପେଟ୍ରୋଲ ଲିଟର ପିଛା ୨୪ରୁ ୨୬ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ୨୫ରୁ ୨୭ ପଇସା ବଢ଼ିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତେଲ ଦର ବଢ଼ିଥିବା ସୂଚନା ରହିଛି।

Advertisment

ତେଲ କମ୍ପାନୀ ଇଣ୍ଡିଆନ୍ ଓଏଲର ଓ୍ୱେବସାଇଟ୍ ଅନୁୟାୟୀ ବୁଧବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ବଢ଼ିବା ପରେ ୮୩ ଟଙ୍କା ୯୭ ପଇସା ହୋଇଥିବା ବେଳେ ଡିଜେଲ ଦର ୭୪ ଟଙ୍କା ୧୨ ପଇସା ହୋଇଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୪ ଟଙ୍କା ୬୧ ପଇସା ହୋଇଥିବା ବେଳେ ଡିଜେଲ ଦାମ ୮୦ ଟଙ୍କା ୭୪ ପଇସା ହୋଇଛି। ନୋଏଡାରେ ପେଟ୍ରୋଲ ୮୩.୮୮ ପଇସା ହୋଇଥିବା ବେଳେ ଡିଜେଲ ଦର ୭୪.୫୫ ପଇସା ରହିଛି।

ପଢ଼ନ୍ତୁ : ଜାନୁଆରୀରୁ ୧ କୋଟି ସରକାରୀ କର୍ମଚାରୀ ଅଧିକ ଦରମା ପାଇବେ !

Petrol Price Hike Inflation Rate