Advertisment

କମିଲା ଏଲ୍‌ପିଜି ସିଲିଣ୍ଡର ଦର

ସିଲିଣ୍ଡର ପିଛା ପାଖାପାଖି ୪୦ ଟଙ୍କା ଦାମ୍‌ କମାଇଛନ୍ତି ସରକାର।

author-image
Madhupriya Mistry
undefined

LPG

ଖାଉଟିଙ୍କୁ ଆଶ୍ୱସ୍ତି। କମିଲା ଏଲ୍‌ପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ପାଖାପାଖି ୪୦ ଟଙ୍କା ଦାମ୍‌ କମାଇଛନ୍ତି ସରକାର। ଶୁକ୍ରବାର କମର୍ସିଆଲ ସିଲିଣ୍ଡର ତଥା ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍‌ ୩୯.୫୦ ପଇସା କମିଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଭଳି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି। ଦର କମିବା ପରେ ଏବେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍‌ ୧୭୫୭ରେ ପହଞ୍ଚିଛି। ପୂର୍ବରୁ ଏହାର ଦାମ୍‌ ୧,୭୯୬ ଟଙ୍କା ୫୦ ପଇସା ଥିଲା।

ବର୍ତ୍ତମାନ କମର୍ସିଆଲ ଏଲପିଜିର ମୂଲ୍ୟ ମୁମ୍ବାଇରେ ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୧୭୧୦ ଟଙ୍କା, କୋଲକାତାରେ ୧୮୬୮.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୨୯ ଟଙ୍କାରେ ପହଞ୍ଚିଛି। ସେପଟେ ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଦର ୯୦୩ ଟଙ୍କା ରହିଛି। ସ୍ଥାନୀୟ ଟିକସ ଆଧାରରେ ଭିନ୍ନ ଭିନ୍ନ ରାଜ୍ୟରେ ସିଲିଣ୍ଡରର ଦାମ୍‌ ଭିନ୍ନ ଭିନ୍ନ ରହିଥାଏ।

Advertisment
LPG Gas Price Lpg