Advertisment

ବନ୍ଦ ହୋଇଯିବ Redmi K20 Proର ବିକ୍ରି

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଶାଓମିର ସବ୍‌ବ୍ରାଣ୍ଡ ରେଡ୍‌ମି ଖୁବ୍‌ଶୀଘ୍ର Redmi K30 Pro ଲଞ୍ଚ୍‌ କରିବାକୁ ଯାଉଛି। ଏଥିପାଇଁ ସେ ଏହାର ଲୋୟର ଭର୍ସନ୍ Redmi K20 Proର ବିକ୍ରି ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛି। ଏ ନେଇ ଶାଓମିର ଭାଇସ୍‌ ପ୍ରେସିଡେଣ୍ଟ Lu Weibing ଚାଇନିଜ୍‌ ସୋଶାଲ୍‌ ନେଟ୍‌ୱର୍କ Weiboରେ ସ୍ପଷ୍ଟ କରିଛନ୍ତି। ସେ Redmi K30 Proର ଲଞ୍ଚ୍ ତାରିଖ ବିଷୟରେ କିଛି କହି ନଥିବା ବେଳେ ଚଳିତମାସ ଶେଷ ସୁଦ୍ଧା Redmi […]

ବନ୍ଦ ହୋଇଯିବ Redmi K20 Proର ବିକ୍ରି

k20-pro

Advertisment

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଶାଓମିର ସବ୍‌ବ୍ରାଣ୍ଡ ରେଡ୍‌ମି ଖୁବ୍‌ଶୀଘ୍ର Redmi K30 Pro ଲଞ୍ଚ୍‌ କରିବାକୁ ଯାଉଛି। ଏଥିପାଇଁ ସେ ଏହାର ଲୋୟର ଭର୍ସନ୍ Redmi K20 Proର ବିକ୍ରି ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛି। ଏ ନେଇ ଶାଓମିର ଭାଇସ୍‌ ପ୍ରେସିଡେଣ୍ଟ Lu Weibing ଚାଇନିଜ୍‌ ସୋଶାଲ୍‌ ନେଟ୍‌ୱର୍କ Weiboରେ ସ୍ପଷ୍ଟ କରିଛନ୍ତି।

Advertisment

ସେ Redmi K30 Proର ଲଞ୍ଚ୍ ତାରିଖ ବିଷୟରେ କିଛି କହି ନଥିବା ବେଳେ ଚଳିତମାସ ଶେଷ ସୁଦ୍ଧା Redmi K20 Proର ବିକ୍ରି ବନ୍ଦ କରିଦିଆଯିବ ବୋଲି କହିଛନ୍ତି।  ଭାରତରେ ଏହାର ବିକ୍ରି ବନ୍ଦ ହେବ କି ନାହିଁ କିଛି ଜଣାପଡ଼ିନାହିଁ। କାରଣ Redmi K30 Proକୁ ପ୍ରଥମେ ଚୀନ୍‌ରେ ଲଞ୍ଚ୍‌ କରାଯିବ। ଏହାପରେ ଭାରତରେ ଲଞ୍ଚ୍‌ ହେବ। ସୂଚନାଯୋଗ୍ୟ, ନିକଟରେ Redmi K30କୁ POCO X2 ନାଁରେ ରିବ୍ରାଣ୍ଡ କରାଯାଇ ଲଞ୍ଚ୍‌ କରାଯାଇଥିଲା।

publive-imageRedmi K30 Proର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୬ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର୍‌ ଆମୋଲେଡ୍ 1080×2340  ୱେଜ୍‌ଲେସ୍‌ ୱିଥ୍‌ ୱାଟରଡ୍ରପ ନଚ୍‌
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10 ବେସ୍‌ଡ MIUI 11
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 865 5G
  • ରାମ୍: 8 GB
  • ଷ୍ଟୋରେଜ୍: 128 GB
  • ରିୟର କ୍ୟାମେରା: 64MP + 13MP + 8MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 24 MP + 2 MP
  • ବ୍ୟାଟେରୀ: 4700mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe