Advertisment

ଦୁଇ ଭାଗରେ ବିଭକ୍ତ ହେବ ପିଏଫ ଆକାଉଣ୍ଟ, ସରକାର ଜାରି କଲେ ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନୂଆ ଆୟକର ଟିକସ ନିୟମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ବର୍ତ୍ତମାନ ମହଜୁଦ ଥିବା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ((ପିଏଫ) ଆକାଉଣ୍ଟ ଦୁଇ ଭାଗରେ ବିଭକ୍ତ କରାଯିବ। ଅର୍ଥାତ ପିଏଫ ଆକାଉଣ୍ଟ ପାଇଁ ଦୁଇଟି ଖାତାର ବ୍ୟବସ୍ଥା ହେବ। ଏହି ନିୟମ କେବଳ ବର୍ଷକରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ଜମା ହେଉଥିବା ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହେବ । ଏଣିକି ପିଏଫ ଜମା ଉପରେ ମିଳିବାକୁ ଥିବା […]

ଦୁଇ ଭାଗରେ ବିଭକ୍ତ ହେବ ପିଏଫ ଆକାଉଣ୍ଟ, ସରକାର ଜାରି କଲେ ବିଜ୍ଞପ୍ତି

epf

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନୂଆ ଆୟକର ଟିକସ ନିୟମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ବର୍ତ୍ତମାନ ମହଜୁଦ ଥିବା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ((ପିଏଫ) ଆକାଉଣ୍ଟ ଦୁଇ ଭାଗରେ ବିଭକ୍ତ କରାଯିବ। ଅର୍ଥାତ ପିଏଫ ଆକାଉଣ୍ଟ ପାଇଁ ଦୁଇଟି ଖାତାର ବ୍ୟବସ୍ଥା ହେବ। ଏହି ନିୟମ କେବଳ ବର୍ଷକରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ଜମା ହେଉଥିବା ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହେବ ।

Advertisment

ଏଣିକି ପିଏଫ ଜମା ଉପରେ ମିଳିବାକୁ ଥିବା ସୁଧର ଗଣନା ପାଇଁ ଗୋଟିଏ ପୃଥକ ଆକାଉଣ୍ଟ ରହିବ। ନୂଆ ବିଜ୍ଞପ୍ତି ପରେ ସମସ୍ତ ମହଜୁଦ କର୍ମଚାରୀ ଭବିଷ୍ୟତ ନିଧି(ଇପିଏଫ) ଆକାଉଣ୍ଟ ଗୁଡ଼ିକ ଟିକସ ଯୁକ୍ତ ଓ ଟିକସ ମୁକ୍ତ, ଏପରି ଦୁଇଟି ଖାତାରେ ବିଭକ୍ତ ହେବ।

ସିବିଡିଟିର ବିଜ୍ଞପ୍ତି ଅନୁଯାୟୀ, ୨୦୨୧ ମସିହା ମାର୍ଚ୍ଚ ୩୧ ଯାଏ କୌଣସି ବି ଯୋଗଦାନ ଉପରେ ଟିକସ ଲାଗିବ ନାହିଁ। କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷ ପରେ ପିଏଫ ଆକାଉଣ୍ଟରେ ମିଳିଥିବା ସୁଧ ଉପରେ ଟିକସ ଲାଗୁ ହେବ ଓ ଏହାର ଗଣନା ପୃଥକ ପୃଥକ ଭାବେ କରାଯିବ।

Advertisment

ସିବିଡିଟି ଏହାର ବିଜ୍ଞପ୍ତିରେ କହିଛି ଯେ ୨୦୨୨ ଏପ୍ରିଲ ୧ରୁ ଏହା ଲାଗୁ ହେବ। କିନ୍ତୁ ଆର୍ଥିକ ବର୍ଷ ୨୦୨୧-୨୨ ଯାଏ ଯଦି ଆପଣଙ୍କ ଆକାଉଣ୍ଟରେ ବାର୍ଷିକ ଜମା ୨.୫ ଲକ୍ଷରୁ ଅଧିକ ହେବ, ତା’ହେଲେ ଏଥିରେ ମିଳିଥିବା ସୁଧ ଟିକସ ଯୁକ୍ତ ହେବ। ଏହାର ଅର୍ଥ ଏହି ରାଶି ଉପରେ ଆପଣଙ୍କୁ ଟିକସ ଦେବାକୁ ପଡ଼ିବ। ଲୋକମାନଙ୍କୁ ଆସନ୍ତା ବର୍ଷର ଆୟକର ରିଟର୍ଣ୍ଣ ଫାଇଲ ସମୟରେ ସୁଧ ବାବଦରେ ସୂଚନା ଦେବାକୁ ପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe