Advertisment

ରେଳବାଇର ସବୁଜ ଚିନ୍ତା: କାଠ ସ୍ଲିପର ବଦଳରେ ଲଗାଇବ କମ୍ପୋଜିଟ୍ ସ୍ଲିପର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଟ୍ରେନ୍‌ରେ ଗଲାବେଳେ ଦେଖିଥିବେ ରେଳ ଧାରଣାର ଦୁଇ ଧାରକୁ କଂକ୍ରିଟ୍ ବା କାଠରସ୍ଲିପର ମାନ ସଂଯୋଗ କରିଥାଏ।  ଏହି କଂକ୍ରିଟ୍ ଓ କାଠ ସ୍ଲିପର ସବୁକୁ ଏବେ ବଦଳାଯିବ। ଏହା ସ୍ଥାନରେ ନୂଆ ଧରଣର କମ୍ପୋଜିଟ୍ ସ୍ଲିପର ବ୍ୟବହାର କରାଯିବ। ଏହି ସ୍ଲିପର ଷ୍ଟିଲ୍ ଏବଂ ପ୍ଲାଷ୍ଟିକର ମିଶ୍ରିତ କମ୍ପୋଜିଶନରୁ ତିଆରି। ଫଳରେ ଆଉ କାଠ ନିର୍ମିତ ସ୍ଲିପର ବ୍ୟବହାର ହେବ ନାହିଁ କି ସେଥିପାଇଁ ଅଜସ୍ର ସଂଖ୍ୟାରେ ଗଛ ମଧ୍ୟ କଟା ହେବ […]

author-image
Abinash Pati
ରେଳବାଇର ସବୁଜ ଚିନ୍ତା: କାଠ ସ୍ଲିପର ବଦଳରେ ଲଗାଇବ କମ୍ପୋଜିଟ୍ ସ୍ଲିପର

train

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଟ୍ରେନ୍‌ରେ ଗଲାବେଳେ ଦେଖିଥିବେ ରେଳ ଧାରଣାର ଦୁଇ ଧାରକୁ କଂକ୍ରିଟ୍ ବା କାଠରସ୍ଲିପର ମାନ ସଂଯୋଗ କରିଥାଏ।  ଏହି କଂକ୍ରିଟ୍ ଓ କାଠ ସ୍ଲିପର ସବୁକୁ ଏବେ ବଦଳାଯିବ। ଏହା ସ୍ଥାନରେ ନୂଆ ଧରଣର କମ୍ପୋଜିଟ୍ ସ୍ଲିପର ବ୍ୟବହାର କରାଯିବ। ଏହି ସ୍ଲିପର ଷ୍ଟିଲ୍ ଏବଂ ପ୍ଲାଷ୍ଟିକର ମିଶ୍ରିତ କମ୍ପୋଜିଶନରୁ ତିଆରି। ଫଳରେ ଆଉ କାଠ ନିର୍ମିତ ସ୍ଲିପର ବ୍ୟବହାର ହେବ ନାହିଁ କି ସେଥିପାଇଁ ଅଜସ୍ର ସଂଖ୍ୟାରେ ଗଛ ମଧ୍ୟ କଟା ହେବ ନାହିଁ। ଏହା ରେଳବାଇର ଗ୍ରୀନ ବା ସବୁଜ ଚିନ୍ତାଧାରାର ଅଂଶବିଶେଷ ବୋଲି କୁହାଯାଉଛି।

Advertisment

ରେଳ ମନ୍ତ୍ରଣାଳୟ ଏଭଳି ଯୋଜନା କରୁଛି ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କାଠ ସ୍ଲିପର ଠାରୁ ଏହା ହାଲୁକା ଏବଂ ଅଧିକ ମଜ୍‌ଭୁତ୍। କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ନିର୍ଦ୍ଦିଷ୍ଟ ରେଳଲାଇନରେ ଏହାକୁ ପରିବର୍ତ୍ତନ କରାଯିବ। ଭାରତୀୟ ରେଳର ସମସ୍ତ ଜୋନ୍ ମଧ୍ୟରୁ ୨୦୧୬ ପରଠାରୁ ପ୍ରଥମେ ୧୦ ଟି ଜୋନ୍‌ରେ ଏହି କମ୍ପୋଜିଟ୍‌ ସ୍ଲିପର ସଂଯୋଗ କରାଯାଇଥିଲା। ଏହି ସ୍ଲିପର ଖଣ୍ଡକର ଦାମ୍ ପ୍ରାୟ ୨୫ ହଜାର ଟଙ୍କା ବୋଲି ଅଧିକାରୀ ଜଣକ କହିଛନ୍ତି।