Advertisment

ରାଜଧାନୀରେ ଗେଷ୍ଟ ହାଉସ ନିର୍ମାଣ ଲାଗି ନେଇଥିବା ଜମି ଫେରାଇବାକୁ ପସ୍କୋର ନିଷ୍ପତ୍ତି

ଭୁବନେଶ୍ୱର: ପସ୍କୋ ଓଡ଼ିଶା ଛାଡିବା ନେଇ ଦେଖା ଦେଇଥିବା ଆଶଙ୍କା ଅଧିକ ଦୃଢିଭୂତ ହୋଇଛି। ଭୁବନେଶ୍ୱରରେ ଗେଷ୍ଟହାଉସ୍ ନିର୍ମାଣ ଲାଗି କମ୍ପାନୀ ନେଇଥିବା ଜମି ଫେରାଇ ଦେବାକୁ ସ୍ଥିର କରିଛି। ପୂର୍ବରୁ ପସ୍କୋ ଓଡ଼ିଶା ପ୍ରକଳ୍ପକୁ ଫ୍ରିଜ୍ ଘୋଷଣା କରିଥିଲା। ସେପଟେ ଦେଶରେ ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶ ହେବାକୁ ଥିବା ଏହି ପ୍ରକଳ୍ପର ଭବିଷ୍ୟତ ନେଇ କେନ୍ଦ୍ର ନିଷ୍ପତ୍ତି ନେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। କମ୍ପାନୀ ଓଡ଼ିଶା ପ୍ରକଳ୍ପକୁ ଫ୍ରିଜ୍ ଘୋଷଣା କରିବା […]

ତ୍ରିପାକ୍ଷିକ ବୈଠକରେ ବାହାରି ପାରିଲାନି ସମାଧାନର ବାଟ, ଖଣି ନିଲାମିରେ ସାମିଲ୍ ହେବାକୁ ପୋସ୍କୋ ଅନିଚ୍ଛୁକ

Posco

Advertisment

ଭୁବନେଶ୍ୱର: ପସ୍କୋ ଓଡ଼ିଶା ଛାଡିବା ନେଇ ଦେଖା ଦେଇଥିବା ଆଶଙ୍କା ଅଧିକ ଦୃଢିଭୂତ ହୋଇଛି। ଭୁବନେଶ୍ୱରରେ ଗେଷ୍ଟହାଉସ୍ ନିର୍ମାଣ ଲାଗି କମ୍ପାନୀ ନେଇଥିବା ଜମି ଫେରାଇ ଦେବାକୁ ସ୍ଥିର କରିଛି। ପୂର୍ବରୁ ପସ୍କୋ ଓଡ଼ିଶା ପ୍ରକଳ୍ପକୁ ଫ୍ରିଜ୍ ଘୋଷଣା କରିଥିଲା। ସେପଟେ ଦେଶରେ ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶ ହେବାକୁ ଥିବା ଏହି ପ୍ରକଳ୍ପର ଭବିଷ୍ୟତ ନେଇ କେନ୍ଦ୍ର ନିଷ୍ପତ୍ତି ନେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment

କମ୍ପାନୀ ଓଡ଼ିଶା ପ୍ରକଳ୍ପକୁ ଫ୍ରିଜ୍ ଘୋଷଣା କରିବା ପରେ ଭୁବନେଶ୍ୱରରେ ଥିବା କର୍ପୋରେଟ୍ ଅଫିସ ବନ୍ଦ ହୋଇଯାଇଥିଲା। ଆଉ ଏବେ ରାଜଧାନୀରେ ଗେଷ୍ଟହାଉସ୍ ନିର୍ମାଣ ଲାଗି ନେଇଥିବା ୧.୭ ଏକର ଜମି ଫେରାଇ ଦେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଏହି ସୂଚନା ଦେଇଛନ୍ତି। ଏଥିରୁ ପସ୍କୋର ଓଡ଼ିଶା ପ୍ରକଳ୍ପ ବନ୍ଦ ହେବା ପ୍ରାୟତଃ ନିଶ୍ଚିତ ବୋଲି ଆଲୋଚନା ହେଉଛି । ସେପଟେ ପ୍ରକଳ୍ପର ଭବିଷ୍ୟତ ନେଇ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ରାଜ୍ୟ ସରକାର। ପସ୍କୋ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିଲେ। ତେଣୁ ଓଡ଼ିଶାରେ ପ୍ରକଳ୍ପ ହେବ ନା ନାହିଁ ତାହା କେନ୍ଦ୍ର ସରକାରଙ୍କ ସହ ପସ୍କୋର ବୈଠକ ପରେ ସ୍ପଷ୍ଟ ହେବ ବୋଲି ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି । ପ୍ରଥମେ ଜମି ଅଧିଗ୍ରହଣ ସମସ୍ୟା। ତା’ପରେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ । ଏମିତି ବିଭିନ୍ନ ସମସ୍ୟାକୁ ନେଇ ୧୦ ବର୍ଷ ହେଲା ସମସ୍ୟାର ଅଡୁଆ ଜାଲରେ ଛନ୍ଦି ହୋଇଯାଇଥିବା ପସ୍କୋ ଓଡ଼ିଶା ପ୍ରକଳ୍ପରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ଲାଗି ରହିଛି। ସେପଟେ ଉତ୍ତମ ଗାଲଭା ସହ ମିଶି ପସ୍କୋ ମହାରାଷ୍ଟ୍ରରେ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଚୁକ୍ତି କରିବା ପରେ ଓଡ଼ିଶା ପ୍ରକଳ୍ପ ଆଶା ମଉଳି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe